ଟାଟା ଷ୍ଟିଲ ମାଇନିଂର ଫେରୋ ଆଲୟେଜ କାରଖାନା କଳିଙ୍ଗ ସୁରକ୍ଷା ଉକôର୍ଷତା ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର, ନଭେମ୍ବର ୧୨, ୨୦୨୨: ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍) ର ଗୋପାଳପୁର ଓ ଆଠଗଡ଼ଠାରେ ଅବସ୍ଥିତ ଫେରୋ ଆଲୟେଜ କାରଖାନାକୁ ଗୁଣବତ୍ତା ଓ ପରିବେଶ ପରିଚାଳନା ସେବା ଅନୁଷ୍ଠାନ (ଆଇକୁ୍ୟଇଏମ୍ଏସ୍) ପକ୍ଷରୁ ଯଥାକ୍ରମେ ଗୋଲ୍ଡ ଓ ପ୍ଲାଟିନମ୍ ବର୍ଗରେ “କଳିଙ୍ଗ ସୁରକ୍ଷା ଉକôର୍ଷତା ପୁରସ୍କାର” ରେ ସମ୍ମାନିତ କରାଯାଇଛି ।

କମ୍ପାନୀ ତରଫରୁ ଟିଏସ୍ଏମ୍ଏଲ୍ର ବରିଷ୍ଠ ପ୍ରବନ୍ଧକ ବି ଡି ମହାନ୍ତି ଗୁଣବତ୍ତା ଓ ପରିବେଶ ପରିଚାଳନା ସେବା ଅନୁଷ୍ଠାନ (ଆଇକୁ୍ୟଇଏମ୍ଏସ୍) ଦ୍ୱାରା ଭୁବନେଶ୍ୱରରେ ଆୟୋଜିତ ୧୩ତମ ଜାତୀୟ ସୁରକ୍ଷା ସମ୍ମିଳନୀରେ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଟିଏସ୍ଏମ୍ଏଲ୍ର ପରିଚାଳନା ନିଦେ୍ର୍ଦଶକ ଶ୍ରୀ ପଙ୍କଜ ସତିଜା କହିଛନ୍ତି ଯେ, “ଆମେ ସୁରକ୍ଷିତ ଟ୍ରକ୍ ଚଳାଚଳ ପାଇଁ ଇ-ଲଜିଷ୍ଟିକ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ସୁରକ୍ଷା କାର୍ଡ଼ ଦ୍ୱାରା କର୍ମଚାରୀମାନଙ୍କୁ ଯୋଡ଼ି ରଖିବା ଭଳି ବିଭିନ୍ନ ଡିଜିଟାଲ ପଦକ୍ଷେପଗୁଡ଼ିକ ଉପରେ କାର୍ଯ୍ୟ କରୁଛୁ । ଯାହାଦ୍ୱାରା କାର୍ଯ୍ୟସ୍ଥଳୀରେ ‘ଶୂନ୍ୟ କ୍ଷତି’ର ଲକ୍ଷ୍ୟ ହାସଲ ପାଇଁ ସୁରକ୍ଷା ପ୍ରକ୍ରିୟା ଓ ଠିକାଦାର ସୁରକ୍ଷା ପରିଚାଳନାରେ ଉନ୍ନତି ଅଣାଯାଇପାରିଛି ।”

ଟିଏସ୍ଏମ୍ଏଲ୍ର ବିଭିନ୍ନ ୟୁନିଟ୍ଗୁଡ଼ିକୁ ବୃତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବାଦନ ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଛି ।

ସରକାରଙ୍କ ବିଭିନ୍ନ ଅଧିନିୟମ ଓ ନିୟମାନୁସାରେ କାର୍ଯ୍ୟରତ ଶିଳ୍ପାନୁଷ୍ଠାନ, ଖନନ, ନିର୍ମାଣ, ବନ୍ଦର, ହସ୍ପିଟାଲ ଏବଂ ସେବା କ୍ଷେତ୍ରରେ କମ୍ପାନୀମାନଙ୍କ ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରିବା କଳିଙ୍ଗ ସୁରକ୍ଷା ଉକôର୍ଷତା ପୁରସ୍କାରର ଉଦେ୍ଦଶ୍ୟ ।

Leave a Reply

Your email address will not be published. Required fields are marked *