ଓଡ଼ିଶାର ଗର୍ବ ଏବଂ ଗୌରବ ଶିଶୁ ବିଭାଗ ଡାକ୍ତର ରଶ୍ମି ରଞ୍ଜନ ଦାଶ 

ଭୁବନେଶ୍ୱର/ଭାପୁର:28/10/22 (ନି ପ୍ର ):  ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର ବିଜ୍ଞାନ ସଂସ୍ଥାନ (AIIMS) ର ଶିଶୁ ବିଭାଗ ର ଜଣେ ସୁନାମ ଧନ୍ୟ ଡାକ୍ତର ହେଉଛନ୍ତି ଆସୋସିଏଟ ପ୍ରଫେସର ଡାକ୍ତର ରଶ୍ମି ରଞ୍ଜନ ଦାଶ  l   ଶିଶୁ ବିଭାଗ ରେ ରୋଗୀ ମାନଙ୍କ   ସେବା କରିବାରେ କେବେ ସେ ମନକୁ ଉଣା କରିନାହାନ୍ତି l  ସାରା ଓଡିଶା ରେ  ଏକ ପରିଚିତ ନାଁ  ଡାକ୍ତର ରଶ୍ମି ରଞ୍ଜନ ଦାଶ   l ଭୁନେଶ୍ୱର AIIMS  ଡାକ୍ତରଖାନା ରେ ଆଲୋକ ବର୍ତ୍ତିକା ସାଜିଥିବା ଡାକ୍ତର ରଶ୍ମିରଂଜନ ଦାଶ ଶିଶୁ ମାନଙ୍କ  ଙ୍କ ପାଇଁ  ଦେବଦୁତ ପାଲଟିଛନ୍ତି ଓ ନିଜର ବ୍ରତ ଭଳି ଶିଶୁ ବିଭାଗ   ରୋଗୀଙ୍କ ସେବା କରିଆସିଛନ୍ତି ଯାହାକି ଶିଶୁ  ରୋଗୀ ଏକ ନୂଆ ଜୀବନ ପାଇଲା ଭଳି ଅନୁଭବ କରିଥାନ୍ତି l

          ଭୁବନେଶ୍ୱର ର AIIMS ହସ୍ପିଟାଲ ର ଶିଶୁ ବିଭାଗ ର   ଡାକ୍ତର  ରଶ୍ମି ରଞ୍ଜନ ଦାଶ  ବାସ୍ତବ ରେ ଶିଶୁ  ରୋଗୀଙ୍କୁ ଦେଖାସୁନା କରିବା, ରୋଗୀଙ୍କ ସହ କିଛି ସମୟ ବିତାଇବାକୁ ପ୍ରାଥମିକତା ଦିଅନ୍ତି  ଏକ ସାକ୍ଷାତ କାରରେ ଆମ ପ୍ରତିନିଧି ଶ୍ରୀକାନ୍ତ କୁମାର ରାଉତ ଙ୍କ ଆଗରେ ପ୍ରକାଶ କରିଛନ୍ତି l ବହୁ ବର୍ଷ ଧରି ରୋଗୀ ସେବାରେ ବ୍ରତୀ ଥିବl ଡାକ୍ତର ରଶ୍ମି  ସାଧାସିଧା ଜଣା ପଡୁଥିଲେ ହେ ତାଙ୍କର କାର୍ଯ୍ୟଶୈଳୀ ଓ କାର୍ଯ୍ୟ ଦକ୍ଷତା କୁ ନେଇ ସେ ସବୁ ମହଲରେ ପ୍ରଶଂସା ର ପାତ୍ର ହୋଇ ପାରିଛନ୍ତି l ଶିଶୁ ରୋଗୀ ଙ୍କୁ ଅତି ସହଜରେ ବୁଝାଇ ସୁଝାଇ ସେମାନଂକୁ ସ୍ନେହ ଓ ଆଦର ଦେଇ ରୋଗର ଚିକତ୍ସା କରିବା ଡାକ୍ତର ରଶ୍ମି ବେଶ ଭଲ ଭାବେ ଜାଣନ୍ତି l ଶିଶୁ ଟିର ପିତା ମାତା ଙ୍କୁ ଅତି ଭଲ ଭାବରେ ବୁଝାଇ ଶିଶୁ ଟିର ଯତ୍ନ ନେବା ପାଇଁ କୁହନ୍ତି l ଶିଶୁ ମାନେ ବିଶେଷତ ଡାକ୍ତର ବା ଡାକ୍ତର ଖାନା କୁ ଦେଖିଲେ ଇଞ୍ଜେକ୍ସନ କଥା ମନେପକାଇ କାନ୍ଦି ଥାନ୍ତି ଏ ସବୁ କ୍ଷେତ୍ରରେ ଡାକ୍ତର ରଶ୍ମି ବେଶ ଭଲ ଭାବରେ ଶିଶୁ ରୋଗୀ ଟିକୁ ବୁଝାଇ ରୋଗଟିର ଉପଚାର କରିଥାନ୍ତି l lବ୍ୟସ୍ତବହୁଳ ଜୀବନ ମଧ୍ୟରେ ରୋଗୀ ସେବାକୁ ପ୍ରାଥମିକତା ଦେବା କ୍ଷେତ୍ରରେ ଏକ ବିରଳ ଓଡ଼ିଆ ଡାକ୍ତର ଭାବେ ଜଣାଶୁଣା ଡାକ୍ତର ରଶ୍ମି ରଞ୍ଜନ ଦାଶ କେବଳ  ଭୁବନେଶ୍ୱର ନୁହେଁ  ଭୁବନେଶ୍ୱର ବାହାରେ  ମଧ୍ୟ ତାଙ୍କର ବେଶ ଖ୍ୟାତି ରହିଛି l ମାତୃଭୂମି  ଓଡ଼ିଶାରେ ରହିବା ଓ ଓଡିଶା ବାସୀଙ୍କର ସେବା କରିବାରେ ଅଧିକ ଆନନ୍ଦ ଲାଭ କରନ୍ତି ବୋଲି ସେ ମତ ପ୍ରକାଶ କରିଛନ୍ତି l ଖାସ ସେଥିପାଇଁ ସେ ଓଡିଶା  ରେ ରହିବାକୁ ମନସ୍ଥ  କରିଛନ୍ତି l ନିଷ୍ଠାପର ଭାବେ ରୋଗୀ ସେବା ଯୋଗୁଁ ସେ ବହୁ ଅନୁଷ୍ଠାନ ଓ  ଉଚ୍ଚପଦସ୍ଥ ଅଧିକାରୀ ଙ୍କ ଦ୍ୱାରା ବେଶ ଉଚ୍ଚ ପ୍ରସଂଶିତ ହୋଇ ପାରିଛନ୍ତି l ବହୁ ଶିଶୁ  ରୋଗୀ  ଏଠୁ ଭଲ ହୋଇ ଫେରନ୍ତି ବୋଲି ବେଶ ଚର୍ଚ୍ଚା ହୁଏ l କେବଳ ଡାକ୍ତରୀ ବିଦ୍ୟାନୁହେଁ ଜଣେ ଉଦାରମନl, ସରଳ ଓ ନିଷ୍କପଟ ବ୍ୟକ୍ତି ଭାବେ ଜଣାଶୁଣା ଡାକ୍ତର ରଶ୍ମି ରଞ୍ଜନ ଦାଶ  ଙ୍କ ସମ୍ପର୍କରେ ଯେତେ ପ୍ରଶଂସା କଲେ ବି ତାହା କମ ହେବ ଏହା ନିସନ୍ଦେହ l

Leave a Reply

Your email address will not be published. Required fields are marked *