ଆୟକର ବିଭାଗ ଅଧିକାରୀଙ୍କ ଘରେ ସିବିଆଇ ରେଡ୍

ଖୋର୍ଦ୍ଧା: ୨୪/୯(ପ୍ରବାହ ନିଉଜ) ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କୁ ନିଜ ଖୋର୍ଦ୍ଧା ବାସ ଭବନରୁ ଗିରଫ କରିଛି ସିବିଆଇ । ଅଳଙ୍କାର ଦୋକାନୀଙ୍କ ଠାରୁ ଲାଞ୍ଚ ନେଲାବେଳେ ସୁମନଙ୍କୁ ଗିରଫ କରିଛି ସିବିଆଇ ।

ସୂଚନା ମୁତାବକ ଜଟଣୀ ଥାନା ଅନ୍ତର୍ଗତ ଅରୁଗୁଳ ଗ୍ରାମର ଦେବେନ୍ଦ୍ର କୁମାର ସାହୁଙ୍କର ଖୋର୍ଦ୍ଧା ଟ୍ରାଫିକ ଛକ ଠାରେ ଶାନ୍ତି ଜୁଏଲାରୀ ନାମରେ ଏକ ଅଳଙ୍କାର ଦୋକାନ ରହିଛି। ତେବେ ଦେବେନ୍ଦ୍ର ଆୟକର ଫାଙ୍କୁଥିବା କଥା ଆୟକର ଅଧିକାରୀ ସୁମନଙ୍କ ନଜରକୁ ଆସିଥିଲା ଏବଂ ପରବର୍ତ୍ତୀ ସମୟରେ ଅଳଙ୍କାର ଦୋକାନୀଙ୍କ ଠାରୁ ବିଭିନ୍ନ ସମୟରେ ଲାଞ୍ଚ ନେଇଥିବା ଅଭିଯୋଗ ଆଣିଛନ୍ତି ଦୋକାନ ମାଲିକ ଦେବେନ୍ଦ୍ର ସାହୁ ।

ପ୍ରଥମ ପର୍ଯ୍ୟାୟରେ ଦେବେନ୍ଦ୍ର ୫ ଲକ୍ଷ ଟଙ୍କା ଆୟକର ଅଧିକାରୀ ଶ୍ରୀସୁମନଙ୍କୁ ହାତଗୁଞ୍ଜା ଦେଇଥିଲେ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କା ସହିତ ୫ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ଶେଷରେ ଆଜି ୧୦ ଲକ୍ଷ ଟଙ୍କା ନେଇ ଦୋକାନ ମାଲିକ ଓ ଆୟକର ଅଧକାରୀଙ୍କ ମଧ୍ୟରେ ଡିଲ ହୋଇଥିଲା । ଏ ନେଇ ଦେବେନ୍ଦ୍ର ସି.ବି.ଆଇ. ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ସି.ବି.ଆଇ ଡି.ଏସ.ପି ପଙ୍କଜ କୁମାର ନେତୃତ୍ବରେ ୫ ଜଣିଆ ଟିମ୍ . ଶ୍ରୀ ସାହୁଙ୍କ ଖୋର୍ଦ୍ଧା ଶ୍ରୀରାମ ନଗର ବାସଭବନରେ ଚଢାଉ କରି ଅନେକ ଆପତ୍ତିଜନକ ଦସ୍ତାବେଜ ଏବଂ ଅଳଙ୍କାର ଦୋକାନୀ ଦେଇଥିବା ନଗଦ ୫ଲକ୍ଷ ଟଙ୍କା ଜବତ କରିଥିଲେ। ସିବିଆଇ ଅଧିକାରୀ ସୁମନଙ୍କୁ ଅର୍ଥ ତୋଷାରପାତ ଅଭିଯୋଗରେ ଗିରଫ କରିବା ସହିତ ଅଧିକ ତଦନ୍ତ ନିମନ୍ତେ ଭୁବନେଶ୍ଵର ମୁଖ୍ୟ କାର୍ଯ୍ୟଳୟକୁ ନେଇଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *