ଡିଆଇପିଏ ବାର୍ଷିକ ଫ୍ଲାଗସିପ ଇଭେଂଟ ୨୦୨୨ ଅନୁଷ୍ଠିତ

ନୂଆଦିଲ୍ଲୀ, ୧୫ ସେପ୍ଟେମ୍ବର ୨୦୨୨: ଡିଜିଟାଲ ଭିତିଭୂମି ପ୍ରଦାନକାରୀ ଶିଳ୍ପକୁ ପ୍ରତିନିଧିତ୍ୱ କରୁଥିବା ଏକ ସର୍ବୋଚ୍ଚ ଶିଳ୍ପ ସଂସ୍ଥା ଡଜିଟାଲ ଭିତିଭୂମି ପ୍ରଦାନକାରୀ ସଂଘ (ଡିଆଇପିଏ) ଏହାର ବାର୍ଷିକ ଫ୍ଲାଗସିପ ଇଭେଂଟକୁ ନୂଆଦିଲ୍ଲୀଠାରେ ଆୟୋଜନ କରିଥିଲା । ଯୋଗାଯୋଗ, ଇଲେକ୍‌ଟ୍ରୋନିକସ ଏବଂ ସୂଚନା ଓ ପ୍ରଯୁକ୍ତି ତଥା ରେଳ ମନ୍ତ୍ରୀ, ଭାରତ ସରକାର ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓ ମାନ୍ୟବର ଯୋଗାଯୋଗ ରାଷ୍ଟ୍ର ମନ୍ତ୍ରୀ, ଭାରତ ସରକାର ଦେବୁସିଂହ ଚୌହାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଇଭେଂଟର ବିଷୟ ବସ୍ତୁ ଥିଲା ‘୫ଜି ଓ ବିୟଣ୍ଡ ଫର ଗତି ଶକ୍ତି ଭିଜନ’ ।

ଯୋଗାଯୋଗ, ଇଲେକ୍‌ଟ୍ରୋନିକସ ଏବଂ ସୂଚନା ଓ ପ୍ରଯୁକ୍ତି ତଥା ରେଳ ମନ୍ତ୍ରୀ, ଭାରତ ସରକାର ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେଯେ ଟେଲିକମ ସେବାର ଗୁଣବତା ଅଧିକ କଠିନ ହୋଇପାରେ ଏବଂ ଅଧିକ ସଂସ୍କାର କ୍ଷେତ୍ରକୁ ନିଶ୍ଚିତ କରିପାରେ କିନ୍ତୁ ଶିଳ୍ପକୁ ଏହା ସାମନା କରିବାକୁ ପଡ଼ିବ । ଡିଜିଟାଲ ଭିତିଭୂମି ପ୍ରଦାନକାରୀ ସଂଘ (ଡିଆଇପିଏ) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ବୈଷ୍ଣବ କହିଥିଲେଯେ ମୁଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଟ୍ରାଇକୁ ଅନୁରୋଧ କରିବି ।

ଯୋଗାଯୋଗ ରାଷ୍ଟ୍ର ମନ୍ତ୍ରୀ, ଭାରତ ସରକାର ଦେବୁସିଂହ ଚୌହାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେଯେ ଗତି ଶକ୍ତି ମାଷ୍ଟର ପ୍ଲାନର ଟଚଷ୍ଟୋନ ବିଶ୍ୱ ଶ୍ରେଣୀୟ ଆଧୁନିକ ଭିତିଭୂମି ହେବ ଓ ଉଭୟ ବସ୍ତୁ ତଥା ଲୋକମାନଙ୍କ ମଧ୍ୟରେ ଏବଂ ପ୍ରକଳ୍ପର ଅବସ୍ଥାନ କ୍ରମରେ ଭିନ୍ନ ଭିନ୍ନ ପ୍ରଣାଳୀରେ ଲଜିଷ୍ଟିକ ସିନର୍ଜି ହେବ । ପ୍ରକଳ୍ପର ଲକ୍ଷ୍ୟ ହାସଲ ପାଇଁ ଡିଜିଟାଲ ସଂଯୋଗ ଗୁରୁତ୍ୱପୂର୍ଣ୍ଣ ହେବ । ଭାରତରେ ୫ଜି ଦୃଷ୍ଟିକୋଣ କାର୍ଯ୍ୟକାରୀ ହେବା ପରେ ଡିଜିଟାଲ ବିପ୍ଳବ ସୃଷ୍ଟି କରିବ ଓ ନାଗରିକଙ୍କ ଆକାଂକ୍ଷାକୁ ପରିବର୍ତନ କରିବ ।

ଡିଆଇପିଏର ଅଧ୍ୟକ୍ଷ ଶ୍ରୀ ଅଖିଳ ଗୁପ୍ତା କହିଥିଲେଯେ- ଡିଜିଟାଲ ଇଣ୍ଡିଆକୁ ଆଗକୁ ବଢାଇବା ପାଇଁ ୫ଜିର ଗୁରୁତ୍ୱ ଓ ଏଥିରେ ଥିବା ଅପାର ସମ୍ଭାବନା କଥା ଆମେ ସମସ୍ତେ ଜାଣୁ । ୫ଜି ଇଂଟରନେଟ ନୂଆ ଯୁଗକୁ ଆଗେଇ ନେବାରେ ସହାୟକ ହେବ । ଏହା ଦ୍ୱାରା ମଧ୍ୟ ପରୋକ୍ଷ ଓ ପ୍ରତ୍ୟକ୍ଷ ନିଯୁକ୍ତ ସୃଷ୍ଟି ହେବ ।

ଏହି ଅବସରରେ ଶ୍ରୀ ଟି.ଆର. ଦ୍ରୁଆ, ମହା ନିର୍ଦ୍ଦେଶକ, ଡିଆଇପିଏ କହିଥିଲେଯେ- କୌଣସି ଅର୍ଥନୀତିର ବିକାଶ ପାଇଁ ଭିତିଭୂମି ଗୁରୁତ୍ୱପୂର୍ଣ୍ଣ । ସଡ଼କ, ରେଳପଥ, ଆକାଶପଥ ଓ ଜଳପଥ ବାହ୍ୟ ଜଗତ ସହିତ ସଂଯୋଗ କରିବାକୁ ଚେଷ୍ଟା କରିଥାଏ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଓ ନ୍ୟାସନାଲ ଇନିଷ୍ଟିଚ୍ୟୁଟ ଅଫ ପବ୍ଲିକ ଫାଇନାନସ ଆଣ୍ଡ ପଲିସି ଆକଳନ କରିଛିଯେ ଗୁଣକ ୨.୫ରୁ ୩.୫ ହେବା ଉଚିତ ।

ଏହି ଉତ୍ସବରେ ଯୋଗାଯୋଗ, ଇଲେକ୍‌ଟ୍ରୋନିକସ ଏବଂ ସୂଚନା ଓ ପ୍ରଯୁକ୍ତି ତଥା ରେଳ ମନ୍ତ୍ରୀ, ଭାରତ ସରକାର ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓ ମାନ୍ୟବର ଯୋଗାଯୋଗ ରାଷ୍ଟ୍ର ମନ୍ତ୍ରୀ, ଭାରତ ସରକାର ଦେବୁସିଂହ ଚୌହାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ବ୍ୟତୀତ ଡ. ପିଡି ଭାଗେଲା, ଆଇଏସ ଚେୟାରମ୍ୟାନ ଟ୍ରାଇ, ଶ୍ରୀ କେ. ରାଜାରମଣ, ଆଇଏସ, ଚେୟାରମ୍ୟାନ ଡିସିିସି ଓ ସେକ୍ରେଟାରୀ ଟେଲିକମ ବିଭାଗ, ଡ. ରାଜେଶ କୁମାର, ମୁଖ୍ୟ ସଚିବ, ମଣିପୁର, ଶ୍ରୀ ଆନନ୍ଦ ସିଂ, ଯୁଗ୍ମ ସଚିବ, ଡିଓଟି, ଶ୍ରୀ ସଂଜାଇ କୁମାର, ସିଏମଡି ରେଲ ତେଲ, ଶ୍ରୀ ସୁବାଷ ଚାନ୍ଦ, ମହା ନିର୍ଦ୍ଦେଶକ, ଡିଓଟି, ଡ. ସୁସିଲ କୁମାର ଚର୍ତୁବେଦି, ସିଇଓ, ଆସକେଣ୍ଡ ଟେଲିକମ, ମିସ ଜାନିଟେ ହ୍ୱାଇଟେ, ମୁଖ୍ୟ ପବ୍ଲିକ ପଲିସି , ଶ୍ରୀ ଜାକ ହାଡନ ମୁଖ୍ୟ, ଶ୍ରୀ ମହୀପ ଜୈନ, ପରିଚାଳନା ନିର୍ଦ୍ଦେଶକ, ମାକୁଆରୀ କ୍ୟାପିଟାଲ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏଥିରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

You may have missed