ନଦୀରେ ଗାଧୋଇବାକୁ ଯାଇ ନିଖୋଜ ଥିବା ଶିଶୁର ମୃତଦେହ ଉଦ୍ଧାର

କଲ୍ୟାଣସିଂହପୁର: ୧୪/୯(ପ୍ରବାହ ନିଉଜ) ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା ପଞ୍ଚାୟତ କୃଷ୍ଣପାତ୍ରଗୁଡା ଗାଁର ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ବାଳକର ମୃତଦେହ ନାଗାବଳୀ ନଦୀରୁ ବୁଧବାର ସକାଳେ ଉଦ୍ଧାର ହୋଇଛି ।  ସୂଚନା ଅନୁସାରେ କୃଷ୍ଣପାତ୍ରଗୁଡା ଗ୍ରାମର ବିରେନ୍ଦ୍ର ନିସିକାଙ୍କ ଏକ ମାତ୍ର ପାଞ୍ଚ ବର୍ଷର ପୁଅ ଧର୍ମେଶ୍ ନିସିକା ତାର ଦୁଇ ସାଙ୍ଗ ସହିତ ମଙ୍ଗଳ ବାର ଦିନ ଅପରାହ୍ନରେ ନାଗାବଳୀ ନଦୀରେ ଗାଧୋଉଥିବା ବେଳେ ପଥରରେ ଗୋଡ଼ ଖସିଯିବାରୁ ନଦୀରେ ନିଖୋଜ ହୋଇଥିଲେ।

ଏହାପରେ ପରିବାର ଲୋକ ଥାନାରେ ସୂଚନା ଦେବାପରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ମିଶି ଧର୍ମେଶକୁ ଖୋଜା ଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳି ନଥିଲା ବେଳେ
ବୁଧବାର ଦିନ ସକାଳ ସମୟରେ କତାଗୁଡ଼ା ଗାଁ ଲୋକ ନଦୀକୁ ଶୌଚ ଯିବା ସମୟରେ ନଦୀରେ ଧର୍ମେଶର ମୃତଦେହ ଭାସୁଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ ।

ସୂଚନା ପାଇ କଲ୍ୟାଣସିଂପୁର ପୋଲିସ୍ ସହିତ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲ୍ କୁ ପଠାଇଥିଲେ ଏବଂ ପରେ ଧର୍ମେଶର ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ସମ୍ପର୍କରେ କଲ୍ୟାଣସିଂହପୁର ପୋଲିସ ପକ୍ଷରୁ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଧର୍ମେଶର ମୃତ୍ୟୁକୁ ନେଇ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *