ଜୟ ହିନ୍ଦ୍ ସେବା ଫାଉଣ୍ଡେସନ ଦ୍ବାରା ଦି ବ୍ଲଡ଼ ଡୋନର ଓଡ଼ିଶା ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଖୋର୍ଦ୍ଧା :ବାଣପୁର ବ୍ଲକ କୁମାରାଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ କେଶପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଜୟ ହିନ୍ଦ୍ ସେବା ଫାଉଣ୍ଡେସନ ଏବଂ ଦି ବ୍ଲଡ଼ ଡୋନର ଓଡ଼ିଶା ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା ।


ଉକ୍ତ କାର୍ଯ୍ୟକ୍ରମ ରେ ସମାଜ ସେବୀ ତପନ କୁମାର ପ୍ରଧାନ ଙ୍କ ପ୍ରତ୍ୟେକ୍ଷ ପରିଚାଳନାରେ ଡାକ୍ତର ଶୁଭାଶିଷ ଦାସ ଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଚକ୍ଷୁ ଚିକିତ୍ସା ସେବା ପ୍ରଦାନ କରିଥିଲେ।
କୁମାରାଙ୍ଗ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବିଭିନ୍ନ ଗ୍ରାମରୁ ୧୧୫ ଜଣ ରୋଗୀଙ୍କର ପଞ୍ଜୀକରଣ କରାଯାଇ ଚକ୍ଷୁ ଚିକିତ୍ସା କରାଯାଇଥିଲା ବେଳେ ତନ୍ମଧ୍ୟରୁ ୨୯ ଜଣ ରୋଗୀଙ୍କର ଚକ୍ଷୁ ମୋତିଆବିନ୍ଦୁ ହୋଇଥିବା ଚିହ୍ନଟ କରାଯାଇଛି। ମୋତିଆବିନ୍ଦୁ ଅସ୍ତ୍ରୋପ୍ରଚାର ପାଇଁ ଚିହ୍ନଟ ରୋଗୀ ମାନଙ୍କୁ ଆଇକେୟାର ଡାକ୍ତରଖାନା ପକ୍ଷରୁ ଚକ୍ଷୁ ଅସ୍ତ୍ରୋପ୍ରଚାର ପାଇଁ ଭୁବନେଶ୍ବର ପଠାଯାଇଥିଲା।ମାଗଣାରେ ସେମାନଙ୍କର ଅସ୍ତ୍ରୋପ୍ରଚାର କରାଯିବା ସମ୍ପର୍କରେ ସୂଚନା ମିଳିଛି।

ଦି ବ୍ଲଡ଼ ଡୋନର ଓଡ଼ିଶା ସଭାପତି) ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର,(ଜୟ ହିନ୍ଦ୍ ସେବା ଫାଉଣ୍ଡେସନ) ଆବାହକ ଏସ୍.କେ.କୌସର୍ ଓ ଅନ୍ୟ ମାନଙ୍କ ମଧ୍ୟରେ ସ୍ବେଚ୍ଛାସେବୀ ଭାବରେ ବିକାଶ କୁମାର ସେଠୀ, ସେକ ନଉସାଦ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହିପରି ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ଦେଖି ବହୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଖୁବ ପ୍ରଂଶସା କରିଥିଲେ।

Leave a Reply

Your email address will not be published. Required fields are marked *

You may have missed