ସେଂଟ-ଗୋବାଇନ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଏକ୍ସକ୍ଲୁସିଭ “ମାଇଁହୋମ” ଷ୍ଟୋରର ଶୁଭାରମ୍ଭ

ସେଂଟ-ଗୋବାଇନ ଇଣ୍ଡିଆ ସାରା ଦେଶରେ ଖୁଚୁରା କାରବାର ବୃଦ୍ଧି ଜାରି ରଖିଛି, ଭୁବନେଶ୍ୱରରେ ଏହାର ପ୍ରଥମ ଆଉଟଲେଟ ଶୁଭାରମ୍ଭ କରିଛି

ଭୁବନେଶ୍ୱର : ସେଂଟ-ଗୋବାଇନ ମେକିଂ ଦ ୱାର୍ଲ୍ଡ ଏ ବେଟର ହୋମ୍ କରିବା ଲକ୍ଷ୍ୟ ନେଇ ଆଲୋକିତ ଏବଂ ନିରନ୍ତର ଦୀର୍ଘସ୍ଥାୟୀ ନିର୍ମାଣ କ୍ଷେତ୍ରରେ ବିଶ୍ୱବ୍ୟାପୀ ଅଗ୍ରଣୀ ରହିଛି । ଭାରତର ୧.୩୫ ବିଲିୟନ ଲୋକ ବାସ କରୁଛନ୍ତି ଏବଂ ବର୍ତମାନର ସହରୀକରଣ ସ୍ତର ୩୨ ପ୍ରତିଶତ ଥିବାବେଳେ ଆଗାମୀ ବର୍ଷଗୁଡ଼ିକରେ ହଜାର ହଜାର ଘର ନିର୍ମାଣର ଆବଶ୍ୟକତା ରହିଛି । ମହାମାରୀ ଘରଗୁଡିକୁ ଆମର ଅସ୍ତିତ୍ୱର କେନ୍ଦ୍ର କରିପାରିଛି ଯେହେତୁ ଆମେ ନିଜ ଘରୁ କାମ କରିବା ସହିତ ପାଠପଢ଼ା ମଧ୍ୟ ଜାରି ରଖିଥିଲୁ । ଦ୍ରୁତ ଗତିରେ ଘରଗୁଡ଼ିକର ସମାଧାନ ପାଇଁ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ସେଂଟ-ଗୋବାଇନ ଅନେକ ଏଣ୍ଡ-ଟୁ-ଏଣ୍ଡ ଏବଂ ଅଭିନବ ସମାଧାନର ବିକାଶ କରିଛି । ସେଥିମଧ୍ୟରେ ଶୱାର୍ କ୍ୟୁବିକଲ, ୱିଣ୍ଡୋଜ, କିଚେନ ଶଟର, ୱାର୍ଡ୍ରୋବ ଶଟର, ଏଲଇଡି ଦର୍ପଣ, ଗ୍ଲାସ ରାଇଟିଂ ବୋର୍ଡ, ଜିପ୍ରୋକ ସିଲିଂ, ଡ୍ରାଇୱାଲ ସହିତ ଅନ୍ୟାନ୍ୟ ସମାଧାନ ମଧ୍ୟରେ ଟାଇଲ ଆଣ୍ଡ ଗ୍ରାଉଟିଙ୍ଗ ସଲ୍ୟୁସନ, ଜିପସମ ପ୍ଲାଷ୍ଟର, କେତେକ ର୍ନିଦ୍ଦିଷ୍ଟ ଟିଡ୍ ରୁଫିଂ ଶିଙ୍ଗଲ୍ସ ଏବଂ ନୋଭେଲିଓ ୱାଲ କଭରିଙ୍ଗ ଆଦି ରହିଛି । ସେଂଟ-ଗୋବାଇନ ଏହି ସମସ୍ତ ସମାଧାନଗୁଡିକ ମାଇଁ ହୋମ ଅନ୍ତର୍ଗତ ଆଣିଛି । ୱାନ ଷ୍ଟପ ଫିଜିଟାଲ ବ୍ୟବସାୟ ମଡେଲ, ଡିଜାଇନ ଠାରୁ ସଂସ୍ଥାପନ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଆବଶ୍ୟକ ସମାଧାନ ଏହା ପ୍ରଦାନ କରିଥାଏ ।


ଭୁବନେଶ୍ୱରର ରିଏଲ ଇଷ୍ଟେଟ କ୍ଷେତ୍ରରେ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ୨୦୨୨ ମସିହାରେ ଏହାର ଚାହିଦା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ନୀତି ସଂସ୍କାର କାରଣରୁ ବିଲଡରମାନେ ଭୁବନେଶ୍ୱରରେ ଆବାସିକ ସମ୍ପତ୍ତି ଏବଂ କମ ଇଏମ୍‌ଆଇ ହାର, ଆବାସିକ ଯୋଜନା କରିବାକୁ ଯୋଜନା କରିଥିଲେ । ରିଏଲ ଇଷ୍ଟେଟ ବ୍ୟବସାୟ ବଢ଼ିବା ଯୋଗୁ ଘର କ୍ରେତାଙ୍କ ପାଇଁ ଏକ ଆକର୍ଷଣୀୟ ସୁଯୋଗ ସୃଷ୍ଟି ହୋଇଛି । ରାଜ୍ୟର ସମସ୍ତ ରିଅଲ ଇଷ୍ଟେଟ କାର୍ଯ୍ୟକଳାପ ଭୁବନେଶ୍ୱର ସହରରେ ପ୍ରାୟ ୮୦ ପ୍ରତିଶତ । ଘରର ସମାଧାନ ପାଇଁ ଏହି ଅଂଚଳର ଚାହିଦା ମେଂଟାଇବା ପାଇଁ ସେଂଟ-ଗୋବାଇନ ଇଣ୍ଡିଆ ଓଡିଶାର ରାଜଧାନୀ ତଥା ବୃହତମ ସହର ଭୁବନେଶ୍ୱରରେ ନିଜର ମାଇଁ ହୋମ୍ ଷ୍ଟୋର୍ ଖୋଲିଛି । ଏହା ଭୁବନେଶ୍ୱରର ପଟିଆ ସ୍ଥିତ କାବ୍ୟ ଏଂଟରପ୍ରାଇଜ, ୩ୟ ମହଲା, ଗାଲାକ୍ସି ମଲରେ ରହିଛି ।
ଏହି ଅବସରରେ ସେଂଟ-ଗୋବାଇନ ଇଣ୍ଡିଆ ପିଭି ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେମନ୍ତ ଖୁରାନା କହିଲେ, ଭୁବନେଶ୍ୱରରେ ଏକ୍ସକ୍ଲୁସିଭ ମାଇଁହୋମ ଶୋ\’ରୁମ ଶୁଭାରମ୍ଭ କରି ମୁଁ ଖୁସି । ସହରରେ କାରବାର ବଢ଼ିବାରେ ଲାଗିଛି । ଏହା ଏକ ଆଶା ଜନକ ବଜାର ପାଲଟିଛି । ଆମେ ଏହି ବଜାର ପାଇଁ ଆମର ସମାଧାନ ପ୍ରଦାନ କରିବାକୁ ଅପେକ୍ଷା କରିଛୁ । ଭୁବନେଶ୍ୱରର ଏହି ଷ୍ଟୋର ବଢୁୁଥିବା ବଜାର ପ୍ରତି ଆମର ପ୍ରତିବଦ୍ଧତା ଏବଂ ଘର ମାଲିକମାନଙ୍କ ପାଇଁ ଗୋଟିଏ ଛାତ ତଳେ ଆମର ସମାଧାନର ଅନୁଭୂତି ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ । ଘର ମାଲିକମାନେ ଆମର ଏଣ୍ଡ-ଟୁ-କଷ୍ଟୋମାଇଜ ଅଫର୍ ଦ୍ୱାରା ଉପକୃତ ହେବେ । ମାଇଁ ହୋମ ଷ୍ଟୋର୍ ଏବଂ ଲୋକପ୍ରିୟ ମାଇଁ ହୋମ୍ ୱେବସାଇଟର ମିଶ୍ରଣ ମାଧ୍ୟମରେ ଆମେ ଆମର ଗ୍ରାହକମାନଙ୍କୁ ଏକ ଫିଜିଟାଲ (ଫିଜିକାଲ + ଡିଜିଟାଲ) ଅଭିଜ୍ଞତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ।
ଏହି ଅବସରରେ ସେଂଟ-ଗୋବାଇନ ଇଣ୍ଡିଆର ବ୍ୟବସାୟ ମୁଖ୍ୟ ଶ୍ରୀହରି କେ କହିଛନ୍ତି ଯେ ଭୁବନେଶ୍ୱର ସହରରେ ଆମର ସ୍ୱତନ୍ତ୍ର ମାଇଁହୋମ ଷ୍ଟୋରର ଶୁଭାରମ୍ଭ କରି ଆମେ ଆନନ୍ଦିତ । ଏହା ଭାରତ ପାଇଁ ଆମର ବିସ୍ତାର ଯୋଜନାରେ ଏବଂ ପୂର୍ବ ଭାରତରେ ଖୁଚୁରା କାରବାର ଉପସ୍ଥିତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସାବ୍ୟସ୍ତ ହେବ । ଭୁବନେଶ୍ୱରର ଗ୍ରାହକମାନେ ବର୍ତମାନ ଏହି ଫିଜିକାଲ ମାଇଁ ହୋମ୍ ଶୋ\’ରୁମ ମାଧ୍ୟମରେ ଆମର ସମାଧାନର ଏକ ଅଭିଜ୍ଞତା ପାଇପାରିବେ । ବୃହତ ଗ୍ରାହକଙ୍କ ନିକଟରେ ପହଂଚିବା ପାଇଁ ଆମେ ଦେଶର ବିଭନ୍ନି ଅଂଚଳରେ ଶୋ\’ରୁମ ଶୁଭାରମ୍ଭ କରୁଛୁ । ଗ୍ରାହକଙ୍କୁ ଆବଶ୍ୟକ ସମାଧାନ ପ୍ରଦାନ କରିବା ଏବଂ ପ୍ରକ୍ରିୟାକୁ ସରଳ ଓ ସହଜ କରିବା ଆମର ଲକ୍ଷ୍ୟ । ଆମର ସମାଧାନ ନେଇ ଗ୍ରାହକ ଏବଂ ଶିଳ୍ପକ୍ଷେତ୍ର ଠାରୁ ଏକ ଅବିଶ୍ୱସନୀୟ ସକାରାତ୍ମକ ପ୍ରତିକ୍ରିୟା ରହିଛି । ଆମର ନୂତନ ୱିଣ୍ଡୋଜ ବର୍ଗର ସମାଧାନଗୁଡିକ ଚମତ୍କାର ଘର ଭିତର ପାଇଁ ସମ୍ପୂର୍ଣ୍ଣ କଷ୍ଟମାଇଜ ହୋଇଛି । ଏହା ବହୁବିଧ ଆରାମ ପ୍ରଦାନ କରେ । ପରିମାପ ପ୍ରକ୍ରିୟାରେ ମାପିବା ଠାରୁ ଉତ୍ପାଦନ ସ୍ଥାପନ ପର୍ଯ୍ୟନ୍ତ ଡିଜିଟାଲାଇଜ ହୋଇଛି ।
ଏହି ଅବସରରେ ଷ୍ଟୋର ମାଲିକ ଶରଦ ପୃଷ୍ଟି କହିଛନ୍ତି ଯେ ଭୁବନେଶ୍ୱର ନାଗରିକଙ୍କ ପାଇଁ ଏକ ଉତମ ଜୀବନ ଶୈଳୀ ଯୋଗାଇବା ପାଇଁ ଆମେ ସର୍ବଦା ପ୍ରତିଶ୍ରୁତିବଦ୍ଧ । ସହରରେ ସମ୍ପ୍ରତି ଆବାସିକ ରିଏଲ ଇଷ୍ଟେଟ ବିକାଶ କ୍ଷେତ୍ରରେ ଭଲ ଘର ପାଇଁ ଗ୍ରାହକଙ୍କ ଖର୍ଚ୍ଚକୁ ବୃଦ୍ଧି କରିଛି । ଘର ପାଇଁ ଗ୍ରାହକ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି । ସେମାନେ କ୍ରମାଗତ ଭାବରେ ବିଶ୍ୱସ୍ତ ବ୍ରାଣ୍ଡରୁ ଘରୋଇ ସମାଧାନ ପାଇଁ ସଜାଗ ରହିଥାନ୍ତି ଯାହା ସେମାନଙ୍କୁ ଘରର ଗୁଣବତାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ । ମାଇଁ ହୋମ୍ ଶୋ\’ରୁମ ଶୁଭାରମ୍ଭ ଗ୍ରାହକଙ୍କ ଏହି ଆବଶ୍ୟକତାକୁ ଏକ ଉପଯୋଗୀ ଉତ୍ପାଦ ଏବଂ ସମାଧାନ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି ଯାହା ସେମାନଙ୍କର ବାସସ୍ଥାନର ମୂଳଦୁଆ ପକାଇବାରେ ଅସୁବିଧାମୁକ୍‌ତ ଅଭିଜ୍ଞତାକୁ ନିଶ୍ଚିତ କରିବ ।
ଏହି ଅବସରରେ ଷ୍ଟୋର ମାଲିକ ଶ୍ରୀମତୀ ପ୍ରିୟଙ୍କା ସାହୁ କହିଛନ୍ତି, ଆମେ ଆଶା କରୁଛୁ ଯେ ଭୁବନେଶ୍ୱରରେ ମାଇଁହୋମ ଶୋ\’ରୁମ ଶୁଭାରମ୍ଭ ଗ୍ରାହକମାନଙ୍କ ପାଇଁ ଗୁଣାତ୍ମକ ଘରୋଇ ସମାଧାନ ଯୋଗାଇବାକୁ ସହଜ କରିବ । ଆମ ସହରରେ, ହୋମ ସଲ୍ୟୁଶନ ଇଣ୍ଡଷ୍ଟ୍ରି ଖରାପ ସ୍ଥିତିରେ ରହିଛି । ଆମେ ଚାହୁଁ ଯେ ବ୍ରାଣ୍ଡ ମାଇଁହୋମ ସେମାନଙ୍କ ଘର ସଜାଇବା ବିଷୟରେ ଚିନ୍ତା ସମୟରେ ପ୍ରଥମ ସ୍ଥାନ ଅଧିକାର କରୁ । ସେଂଟ-ଗୋବାଇନ ଇଣ୍ଡିଆକୁ ଯଥାସମ୍ଭବ ଗ୍ରାହକଙ୍କ ପାଖରେ ପହଂଚାଇବାରେ ଏହି ଶୁଭାରମ୍ଭ ଗୁରୁତ୍ୱପୂର୍ଣ୍ଣ । ଆମେ ହଜାର ହଜାର ନୂତନ ଘର ଡିଜାଇନ କରିବାର ସୁଯୋଗକୁ ଅପେକ୍ଷା କରିଛୁ ।
ସେଂଟ-ଗୋବାଇନ ଗ୍ରୁପ ସମ୍ପର୍କରେ:
ସେଂଟ-ଗୋବାଇନ ନିର୍ମାଣ, ବିତରଣ, ସ୍ୱସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ଶିଳ୍ପ ପ୍ରୟୋଗ ବଜାର ପାଇଁ ସାମଗ୍ରୀ ଏବଂ ସମାଧାନ ଡିଜାଇନ, ଉତ୍ପାଦନ ଏବଂ ବିତରଣ କରେ । ଏକ ନିରନ୍ତର ଅଭିନବ ପ୍ରକ୍ରିୟା ମାଧ୍ୟମରେ ଏହା ବିକଶିତ ସେବା ଜାରି ରଖିଛି । ଏହା ବାସସ୍ଥାନ ଏବଂ ଦୈନନ୍ଦିନ ଜୀବନରେ ସମସ୍ତ କ୍ଷେତ୍ରରେ ଉପଯୋଗୀ ସେବା ଯୋଗାଇ ଦେଇଥାଏ । ସୁସ୍ଥତା, କାର୍ଯ୍ୟଦକ୍ଷତା ଏବଂ ନିରାପତା ଯୋଗାଇଦେବା ସହିତ ନିରନ୍ତର ନିର୍ମାଣର ଆହ୍ୱାନଗୁଡିକର ସମାଧାନ ଏହା କରିଥାଏ । ଉତ୍ସ ଦକ୍ଷତା ଏବଂ ଜଳବାୟୁ ପରିବର୍ତନ ବିରୋଧରେ ଏହା ଲଢ଼େଇ ଜାରି ରଖିଛି । ସେଂଟ-ଗୋବାଇନ ଏକ ଦାୟିତ୍ୱପୂର୍ଣ୍ଣ ରଣକୌଶଳ ମେକିଂ ଦ ୱାର୍ଲ୍ଡ ଏ ବେଟର ହୋମ୍ ଦ୍ୱାରା ପରିଚାଳିତ ହୋଇ କାର୍ଯ୍ୟ ଜାରି ରଖିଛି । ଏହା ପ୍ରତ୍ୟେକ ଦିନ ଗ୍ରୁପ୍‌ର ସମସ୍ତ ମହିଳା ଏବଂ ପୁରୁଷଙ୍କ ସହଭାଗୀ ଅଭିଳାଷକୁ ନେଇ ପ୍ରତିକ୍ରିୟା ପ୍ରଦାନ କରିଥାଏ ।

Leave a Reply

Your email address will not be published. Required fields are marked *