ଆଲୁମିନିୟମ ପାର୍କ ନେଇ ଆଲୋଚନା
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ଅନୁଗୁଳ ଠାରେ ପ୍ରସ୍ତାବିତ ଅ ।ଲୁମିନିୟମ ପାର୍କର କାର୍ଯ୍ୟକୁ ଅ ।ଗେଇ ନେବା ଏବଂ ଏହାକୁ ଶୀଘ୍ର ଶେଷ କରିବା ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅ ।ଜି ଭିଡିଓ କନ୍ଫରେନ୍ସି ଯୋଗେ ଇଡ୍କୋର ସିଏମ୍ଡି, ଇପିକଲର ପ୍ରତିନିଧିମଣ୍ଡଳୀ, ନାଲକୋ ସିଏମ୍ଡି ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହିତ ଅ ।ଲୋଚନା କରିଛନ୍ତି ।
ଅ ।ଲୋଚନା କାଳରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକର ଓଡିଶାର ବିକାଶ ଏବଂ ଜନକଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ । ଅନୁଗୁଳ ସ୍ଥିତ ଅ ।ଲୁମିନିୟମ ପାର୍କ ଅ ।ଲୁମିନିୟମ ଅ ।ଧାରିତ ସହାୟକ ଶିଳ୍ପକୁ ପ୍ରୋତ୍ସାହନ ପ୍ରଦାନ କରିବ ଏବଂ ରାଜ୍ୟରେ ପୁଞ୍ଜିନିବେଶ, ନିଯୁକ୍ତି ସୁଯୋଗ ଏବଂ ଉଦ୍ୟୋଗ ବୃଦ୍ଧିରେ ସହାୟକ ହେବ ।
ସେହିଭଳି ଏହି ପ୍ରକଳ୍ପ ଅ ।ଲୁମିନିୟମ କ୍ଲଷ୍ଟର ତିଅ ।ରି କରିବାରେ ସାହାଯ୍ୟ କରିବା ସହ ରାଜ୍ୟରେ ନିଯୁକ୍ତି ମଧ୍ୟ ପ୍ରଦାନ କରିବ । ରାଜ୍ୟରେ ଖଣିଜ କ୍ଷେତ୍ରକୁ ବିକାଶ କରିବା ସହ ଓଡିଶାର ଅର୍ଥନୀତିକୁ ମଜବୁତ କରିବ । ଅ ।ତ୍ମର୍ନିଭର ଭାରତ ଦିଗରେ ଏହି ପ୍ରକଳ୍ପର ଯୋଗଦାନ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
