ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପରେ ସୁବର୍ଣ୍ଣପୁର ର ଜଳପରି ଅର୍ପିତାକୁ ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ

ସୁବର୍ଣ୍ଣପୁର ୫/୩
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ନିବାସୀ ପ୍ରଶାନ୍ତ ସେଠୀ ଓ ରଶ୍ମିତା ସେଠୀଙ୍କ ଝିଅ ରାଧାରାଣୀ ରାଜେଶ୍ବରୀ ସେଠୀ ଓରଫ୍ ଅର୍ପିତା ସେଠୀ(୬) ଏତେ ଛୋଟ ବୟସରୁ ନିଜର ସନ୍ତରଣ ପ୍ରତିଭା ଯୋଗୁଁ ନିଜକୁ ଏକ ଦକ୍ଷ ଜଳପରି ଭଳି ପ୍ରତିପାଦନ କରିପାରିଛନ୍ତି। ତାଙ୍କୁ ଏବେ ସହାୟତାର ହାତ ବଢାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଲ ଅବୋଲି ସୁନିଲ ନରୱଣେ। ଅର୍ପିତାର ବାପା ଜଣେ ଦିନ ମଜୁରିଆ ହୋଇଥିବା ବେଳେ ନିଜ ଝିଅର ଏ ପ୍ରତିଭାକୁ ବିକଶିତ କରିବାକୁ ଅସମର୍ଥ ଥିବା ଯୋଗୁଁ ଗଣ ମାଧ୍ୟମ ଜରିଆରେ ସରକାର ତଥା ଜିଲ୍ଲା ପ୍ରଶାସନକୁ ସହାୟତା ପାଇଁ ଗୁହାରି କରିଥିଲେ। ଏହି ୬ ବର୍ଷର କୁନି ଝିଅକର ପ୍ରତିଭାକୁ ଲୋକେ ଜାଣିବାପରେ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ଜଳପରି ଆଖ୍ୟା ଦେଇଥିଲେ। ସବୁଆଡୁ ପ୍ରଶଂସାର ସୁଅ ଛୁଟିଥିଲା ଅର୍ପିତା ଏବଂ ତା ବାପା ମାଁଙ୍କୁ।ହେଲେ ଆଗକୁ ଅର୍ପିତାର କ୍ରୀଡ଼ା ର ପ୍ରୋତ୍ସାହନ ପାଇଁ କେଉଁ ଆଡୁ ସଂଭାବନା ର ରାସ୍ତା ଫିଟିନଥିଲା ତେବେ ଏତେ ସବୁ ପରେ କିନ୍ତୁ ସବୁ ଶାନ୍ତ ପଡିଯାଇଥିଲା।କୌଣସି ଦିଗରୁ ସହାୟତାର ସମ୍ଭାବନା ଦେଖାନଯିବାରୁ ଅର୍ପିତାର ବାପା ଶେଷରେ ନିରାଶ ମନରେ ନିଜମନରକଥାକୁ ମନରେ ମାରି ପୁଣି ନିଜର ପେଟପାଟଣା ପାଇଁ ଦୈନିକ ମୂଲଲାଗିବା କାମରେ ନିଜକୁ ବ୍ୟସ୍ତ ରଖିଲେ ଫଳରେ ନିଜ ଝିଅକୁ ତାର ସନ୍ତରଣ ପ୍ରଶିକ୍ଷଣ ସକାସେ ଆଉ ସମୟଦେଇ ପାରିଲେନିହେଲେ ଏ ସମୟରେ ଦେବଦୂତ ଭଳି ଶ୍ରୀରାମ କଲେଜ ପରିଚାଳନା କମିଟି ସଭାପତି ତଥା ବିଶିଷ୍ଟ ଯୁବନେତା ରମେଶଚନ୍ଦ୍ର ପୂଜାରୀ ଅର୍ପିତାର ପ୍ରତିଭା ର ବିକଶିତ ପାଇଁ ଏନେଇ ଏକ ମେଲ୍ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ। ତେବେ ଦୁଇଦିନ ତଳେ ହଠାତ୍ ସ୍ଥାନୀୟ ରାମପୁର ତହସିଲଦାର ପୁରୁଷୋତ୍ତମ ମିର୍ଦ୍ଧା ଯୋଗାଯୋଗ କଲେ ଅର୍ପିତାର ବାପା ପ୍ରଶାନ୍ତଙ୍କୁ ଏବଂ ୨ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାପାଲଙ୍କୁ ଦେଖା କରିବାକୁ କହିଥିଲେ। ତେବେ ପ୍ରଶାନ୍ତ ଏବଂ ଅର୍ପିତା ବୁଧବାର ଦିନ ସୁବର୍ଣ୍ଣପୁର ଜିଲ୍ଲାପାଲଙ୍କୁ ତାଙ୍କ କାର୍ଯ୍ୟାଳରେ ଦେଖା କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାପଲ ଅର୍ପିତାର ସନ୍ତରଣ ପ୍ରଶିକ୍ଷଣ ସକାଶେ ସୁବର୍ଣ୍ଣପୁର ବିଜୁପଟ୍ଟନାୟକ ନୂତନ ସନ୍ତରଣାଗାରରେ ଅର୍ପିତାର ମାଗଣା ରେଜିଷ୍ଟ୍ରେସନ ସାଙ୍ଗକୁ ଦକ୍ଷ କୋଚଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପ୍ରଶିକ୍ଷଣ ଯୋଗାଇଦେବା ସହ ତାର ମାଗଣାରେ ପାଠପଢାର ବ୍ୟବସ୍ଥା କରୁବାକୁ ପ୍ରତିଶୃତି ଦେଇଥିଲେ।ଜିଲ୍ଲାପାଳ ଙ୍କ ଠାରୁ ପ୍ରତିଶୃତି ପାଇ ଅର୍ପିତା ଏବଂ ତାର ବାପା ପହଞ୍ଚିଥିଲେ ସ୍ଥାନୀୟ ବିଜୁପଟ୍ଟନାୟକ ନୂତନ ସନ୍ତରଣାଗାରକୁ। ସେଠି ତାର ରେଜିଷ୍ଟ୍ରେସନ ପରେ ପ୍ରଥମ ଥର ପାଇଁ ଜଣେ ଦକ୍ଷ କୋଚଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପ୍ରଶିକ୍ଷଣ ଆରମ୍ଭ ମଧ୍ୟ ହୋଇଥିଲା ଅର୍ପିତାର।ଏ ସବୁ ଦେଖି ବାପା ପ୍ରଶାନ୍ତଙ୍କ ଅଖିରେ ଖୁସିର ଲୁହ ଝଲସି ଉଠିଥିଲା। ତେବେ ଜିଲ୍ଲା ପ୍ରଶାସନ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜଳପରି ଅର୍ପିତାକୁ ସହଯୋଗ ପ୍ରଦାନ କରାଯିବାରୁ ଏବେ ଅର୍ପିତା ଏବଂ ତାର ଅଭିଭାବକଙ୍କ ମୁହଁରେ ହସ ଫୁଟିଛି। ଅର୍ପିତାର ଉଜ୍ବଳ ଭବିଷ୍ୟତ ପାଇଁ ପ୍ରଚେଷ୍ଟା କରିଥିବା ଗଣମାଧ୍ୟମ ପ୍ରତିନିଧି,ଯୁବନେତା ରମେଶ ଚନ୍ଦ୍ର ପୂଜାରୀ ଙ୍କୁ ଧନ୍ୟବାଦ ଦେବାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସୁବର୍ଣ୍ଣପୁର ଜିଲ୍ଲା ପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି।