ସର୍ବଭାରତୀୟ ଏମ୍‌ଏସ୍‌ଏମ୍‌ଇ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ପାଇଁ ଟ୍ରାନ୍ସୟୁନିୟନ୍ ସିବିଲ୍ ଓ ଫିକି ମଧ୍ୟରେ ସହଯୋଗିତା

ଭୁବନେଶ୍ୱର: ଋଣ ପରିଚାଳନା, ସିବିଲ୍ ର‌୍ୟାଙ୍କ୍‌, ବାଣିଜ୍ୟିକ ଋଣ ସୂଚନାକୁ ନେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ସର୍ବଭାରତୀୟ ସ୍ତରରେ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ପାଇଁ ଟ୍ରାନ୍ସୟୁନିୟନ୍ ଓ ଫିକି ମଧ୍ୟରେ ସହଯୋଗିତା ସ୍ଥାପନ କରାଯାଇଛି । କିଭଳି ନିଜର ଏକ ଭଲ କ୍ରେଡିଟ୍ ହିଷ୍ଟ୍ରି ଗଠନ କରିବା, ସହଜରେ ସିବିଲ୍ ର‌୍ୟାଙ୍କ୍ ହାସଲ କରିବା ଏବଂ ଶୀଘ୍ର ଫାଇନାନ୍ସ ହାସଲ କରିବା ଲାଗି ଦରକାର ହେଉଥିବା ଜ୍ଞାନ ଜରିଆରେ ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକୁ ସଶକ୍ତ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ । ଏହି କାଯ୍ୟକ୍ରମକୁ ମହାରାଷ୍ଟ୍ର, ଆସାମ, ତ୍ରିପୁରା ର ଏମ୍‌ଏସ୍‌ଏମ୍‌ଇ କ୍ଲଷ୍ଟର୍‌ରୁ ଆରମ୍ଭ କରାଯିବ ଏବଂ ଭାରତର ପ୍ରମୁଖ ଏମ୍‌ଏସ୍‌ଏମ୍‌ଇ କ୍ଲଷ୍ଟର୍ ଗୁଡ଼ିକରେ ଥିବା ହଜାର ହଜାର ଏମ୍‌ଏସ୍‌ଏମ୍‌ଇଙ୍କ ନିକଟରେ ପହଂଚିବାକୁ ଏହି କାର୍ଯ୍ୟକ୍ରମ ଜରିଆରେ ଲକ୍ଷ୍ୟ ରଖାଯାଇଛି ।
ଏହି ସହଯୋଗିତା ସମ୍ପର୍କରେ ଟ୍ରାନ୍ସୟୁନିୟନ୍ ସିବିଲ୍‌ର ଚିଫ୍ ଅପରେଟିଂ ଅଫିସର ଶ୍ରୀଯୁକ୍ତ ହର୍ଷାଲା ଚାନ୍ଦୋର୍‌କର କହିଛନ୍ତି ଯେ, “ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ହେଉଛି ଭାରତୀୟ ଅର୍ଥନୀତିର ମୁଳଦୁଆ ଏବଂ ଏହା ଅଭିବୃଦ୍ଧିକୁ ଆଗକୁ ବଢ଼ାଉଛି । ତଥ୍ୟରୁ ଜଣାପଡ଼ିଛି ଯେ ଭାରତରେ କେବଳ ଏକ ତୃତୀୟାଂଶ ଏମ୍‌ଏସ୍‌ଏମ୍‌ଇ ଙ୍କୁ ସଂଗଠିତ ଋଣ ବ୍ୟବସ୍ଥାର ସେବା ମିଳୁଛି, ଯାହା ଏହି ପ୍ରମୁଖ କ୍ଷେତ୍ରରେ ସାନ୍ଧ୍ରତାରେ ଉଲ୍ଲେଖନୀୟ ଉନ୍ନତି ଆଣିବା କ୍ଷେତ୍ରରେ ରହିଥିବା ସୁଯୋଗକୁ ଜଣାଉଛି । ବିପଦ ପରିଚାଳନା ନୀତି ପ୍ରସ୍ତୁତ କରିବା, ଡିଜିଟାଲ୍ ସିବିଲ୍ ର‌୍ୟାଙ୍କ୍ ଭିତିକ ଋଣ ପ୍ରଦାନ ଏବଂ ଏମ୍‌ଏସ୍‌ଏମ୍‌ଇ ଙ୍କ ମଧ୍ୟରେ ସହଜ, ଶୀଘ୍ର ଓ ଯୁକ୍ତିଯୁକ୍ତ ସଚେତନତା ବଢ଼ାଇବା ଏବଂ ସୁଲଭ ଓ ଦ୍ରୁତ ଆର୍ଥିକ ସୁଯୋଗ ହାସଲ କରି ସେମାନଙ୍କ ସିବିଲ୍ ର‌୍ୟାଙ୍କ୍ ଗଠନ କରିବା ଲାଗି ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ସାହାଯ୍ୟ କରିବାରେ ସିବିଲ୍ ର‌୍ୟାଙ୍କ୍ ଓ ବାଣିଜ୍ୟିକ ଋଣ ସୂଚନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।’’
ମିସ୍ ଜ୍ୟୋତି ଭିଜ୍‌, ଡେପୁଟି ସେକ୍ରେଟାରି ଜେନେରାଲ୍‌, ଫିକି କହିଛନ୍ତି ଯେ, “ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ଅଧିକ ପ୍ରାଥମିକତା ଭାବେ ଗଣା ହେଉଥିବା କ୍ଷେତ୍ର ଏମ୍‌ଏସ୍‌ଏମ୍‌ଇର ବିକାଶରେ ଆର୍ଥିକ ସଚେତନତାର ଅଭାବକୁ ଅନ୍ୟତମ ପ୍ରମୁଖ ପ୍ରତିବନ୍ଧକ ଭାବେ ବିଚାର କରାଯାଉଛି । ଭାରତର ଅଗ୍ରଦୂତ ଋଣ ସୂଚନା କଂପାନି ଓ ଆମ ଦେଶର ଆର୍ଥିକ ଭିତିଭୂମିର ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଟ୍ରାନ୍ସୟୁନିୟନ୍ ସିବିଲ୍ ସହିତ ଏମ୍‌ଏସ୍‌ଏମ୍‌ଇ ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଲାଗି ସହଯୋଗିତା ସ୍ଥାପନ କରିଥିବାରୁ ଫିକି ଅତ୍ୟନ୍ତ ଆନନ୍ଦିତ । ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ମଧ୍ୟରେ ଋଣ ସଚେତନତା ବଢ଼ାଇ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପୁନଃ ସକ୍ରିୟ କରିବା ଲାଗି ଭରତ ସରକାରଙ୍କ ଉଦ୍ୟମ ପ୍ରତି ସହଯୋଗ ପ୍ରଦାନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।’’

Leave a Reply

Your email address will not be published. Required fields are marked *

You may have missed