ୱି ପକ୍ଷରୁ ଗୁଜରାଟର ଗାନ୍ଧୀନଗରରେ ୫ଜି ପରୀକ୍ଷଣ ବେଳେ ୫ଜି ଭଏସ୍ ଓଭର୍ ଏନ୍‌ଆର୍ ର ପ୍ରଦର୍ଶନ

ଭୁବନେଶ୍ୱର଼: ଦେଶର ଅଗ୍ରଣୀ ଟେଲିକମ୍ କଂପାନି ୱି ପକ୍ଷରୁ ପ୍ରଯୁକ୍ତି ପାର୍ଟନର୍ ନୋକିଆ ସହିତ ମିଶି ଗୁଜରାଟର ଗାନ୍ଧୀନଗରରେ ଚାଲିଥିବା ୫ଜି ପରୀକ୍ଷଣ ବେଳେ ସଫଳତାର ସହ ୫ଜି ଭଏସ୍ ଓଭର୍ ନିଉ ରେଡିଓ (ଭିଓଏନ୍‌ଆର୍‌)ର ପ୍ରଦର୍ଶନ କରାଯାଇଛି । ଏହା ଜରିଆରେ କଂପାନି ଏହାର ଗ୍ରାହକମାନଙ୍କୁ ୫ଜି ରେ ହାଇ-ଡେଫିନେସନ୍ ଭଏସ୍ ଅନୁଭୂତି ପ୍ରଦାନ କରିବ । ଭାରତ ସରକାର ଆବଂଟନ କରିଥିବା ୫ଜି ସ୍ପେକ୍ଟ୍ରମ୍‌ରେ ୱି ପକ୍ଷରୁ ଗୁଜରାଟର ଗାନ୍ଧୀନଗର ଓ ମହାରାଷ୍ଟ୍ରର ପୁନେରେ ୫ଜି ର ପରୀକ୍ଷଣ କରାଯାଉଛି ।
ନୋକିଆର ଏୟାର୍‌ସ୍କେଲ୍ ୫ଜି ର‌୍ୟାନ୍‌, ୫ଜି କୋର୍ ଓ ଆଇପି ମଲ୍‌ଟିମିଡିଆ ସବ୍‌ସିଷ୍ଟମ୍ ଭଳି ନୋକିଆର ବ୍ୟାପକ ସମାଧାନ ଜରିଆରେ ଭିଓଏନ୍‌ଆର୍‌ର ପରୀକ୍ଷଣ କରାଯାଇଛି । ଥରେ ବାଣିଜ୍ୟିକ ଭାବେ କାର୍ଯ୍ୟକାରୀ ହେବା ପରେ ଏହା ଉଭୟ ଭଏସ୍ ଓ ଡାଟାରେ ୫ଜି ନେଟ୍‌ୱର୍କରେ ବ୍ୟବହାରକାରୀମାନଙ୍କୁ ଭରସାଯୋଗ୍ୟ, କମ୍ ବିଳମ୍ବ ନେଟ୍‌ୱର୍କ ପ୍ରଦାନ କରିବ ।
ଏ ସମ୍ପର୍କରେ ଭୋଡାଫୋନ୍ ଆଇଡିଆର ସିଟିଓ ଜଗବୀର୍ ସିଂହ କହିଛନ୍ତି ଯେ, “ ଆମର ୫ଜି ପରୀକ୍ଷଣ ସମୟରେ ଆମେ ଆମର ଡିଜିଟାଲ୍ ସଂସ୍ଥା ଓ ଗ୍ରାହକମାନଙ୍କ ବ୍ୟବହାର ଉପଯୋଗୀ ଓ ଉତ୍କୃଷ୍ଟ ନେଟୱର୍କ ଅନୁଭୂତି ପ୍ରଦାନ କରିବା ଲାଗି ପ୍ରଯୁକ୍ତି ସମାଧାନର ପରୀକ୍ଷଣ କରୁଛୁ । ଦେଶରେ ଦ୍ରୁତତମ ୫ଜି ସ୍ପିଡ୍ ହାସଲ କରିବା ଏବଂ ବିଭିନ୍ନ ପ୍ରକାର ବ୍ୟବହାର ମାମଲାରେ ଆମେ ଏବେ ନୋକିଆର ପ୍ରଯୁକ୍ତି ସମାଧାନକୁ ବ୍ୟବହାର କରି ୫ଜି ନେଟ୍‌ୱର୍କରେ ଶ୍ରେଷ୍ଠ କଲ୍ ମାନ ପ୍ରଦାନ କରିବା ନିମନ୍ତେ ଭିଓଏନ୍‌ଆର୍ ସେବାକୁ ସଫଳତାର ସହ ପରୀକ୍ଷଶ କରୁଛୁ । ଆମର ବିଶ୍ୱାସ ରହିଛି ଯେ ଆମେ ଡିଜିଟାଲ୍ ଇଣ୍‌ଡିଆ ପାଇଁ ଏକ ଉତ୍କୃଷ୍ଟ ନେଟ୍‌ୱର୍କ ପ୍ରଦାନ କରିବା ପାଇଁ ନିରବଚ୍ଛିନ୍ନ ସନ୍ଧାନରେ ରହିଛୁ ଯାହା ଆମକୁ ଭବିଷ୍ୟତରେ ୫ଜି ଗ୍ରାହକଙ୍କୁ ଶ୍ରେଷ୍ଠ ମାନର ଭଏସ୍ ଓ ଡାଟା ସେବା ପ୍ରଦାନ କରିବା ଜାରି ରଖିବାରେ ସହାୟକ ହେବ ।

Leave a Reply

Your email address will not be published. Required fields are marked *