ମାନସିଂବଜାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ଯାମନ୍ଦିରରେ ସ୍ବାଧୀନତା ଦିବସ ପାଳନ

ବାଲେଶ୍ବର: ୧୫/୮(ପ୍ରବାହ ନିଉଜ୍) ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବାବରପୁତ୍ର ମାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଦେଶ ପାଳିଛି ୭୫ତମ  ସ୍ବାଧୀନତା ଦିବସ । ଏହି ଅବସରରେ ସ୍ଥାନୀୟ ମାନସିଂ ବଜାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ଯାମନ୍ଦିରରେ ମଧ୍ୟ ସ୍ବାଧୀନତା ଦିବସ ହର୍ଷ ଉଲ୍ଲାସ ରେ ପାଳିତ ହୋଇଯାଇଛି। ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ(OUWJ)ର ଜିଲ୍ଲା ସଭାପତି ଉଜ୍ଜ୍ୱଳ ଚନ୍ଦ୍ର କର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ ସ୍ବାଧୀନତା ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଏବଂ ମାଟିର ବୀର ସନ୍ତାନ ଙ୍କ ବୀରତ୍ବ ସମ୍ପର୍କରେ ଆଲୋକ ପାତ କରିଥିଲେ।ପତାକା ଉତ୍ତୋଳନ ଅଵସରରେ ସାମ୍ବାଦିକ ରବିରଞ୍ଜନ ଦାସ, ସନ୍ଦୀପ୍ତ ଦାସ ଓ ବାସୁଦେବ ରାଉଳ, ସରକାରୀ ଓକିଲ ଅରବିନ୍ଦ ସିଂ, ଅଶୋକ କୁମାର ଜେନା, ଅଭିଜିତ ଜେନା ପ୍ରମୁଖଙ୍କ ସହିତ ବିଦ୍ଯାମନ୍ଦିର ର ପ୍ରଧାନ ଗୁରୁମା ବିଜୟଲକ୍ଷ୍ମୀ ଜେନା, ଗୁରୁମା ଦେବସ୍ମିତା ବେହେରା, ହରପ୍ରିୟା ଭୂୟାଁ, ଆରତିମଣୀ ପାତ୍ର, ମୋନାଲିସା ନାୟକ, ଜୁବୁଲି ସାହୁ ଓ ମଧୁସ୍ମିତା ପରିଡ଼ା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।ବିଦ୍ଯାମନ୍ଦିର ପରିଚାଳନା କମିଟିର ସଭାପତି ରାଧାକୃଷ୍ଣ ଆଚାର୍ଯ୍ୟ କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିବା ବେଳେ ସମ୍ପାଦକ ଗୟାଧର କର ପ୍ରାରମ୍ଭିକ ସୂଚନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *