ନୂଆପଡା ଜିଲ୍ଲା କଳାକାର କଳା ସଂସ୍କୃତି ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳ ଙ୍କୁ ୨୨ଦଫା ଦାବି ପତ୍ର ପ୍ରଦାନ

ନୂଆପଡ଼ା:୧୧/୮(ପ୍ରବାହ ନିଉଜ୍) ଜିଲ୍ଲା କଳା ସଂସ୍କୃତି ସଂଘର କଳାକାର ମାନେ ମାନ୍ଯବର ମୂଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ବୁଧବାର ଦିନ ଜିଲ୍ଲାପାଳଙ୍କ ଜରିଆରେ ୨୨ ଦଫା ଦାବୀ ସମ୍ବଳିତ ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ନିଜ କାର୍ଯ୍ୟାଳୟରେ ନଥିବାରୁ ଡେପୁଟି କଲେକ୍ଟର  ଶ୍ରୀଯୁକ୍ତ ସନ୍ତୋଷ ରଣାଙ୍କୁ ଦାବୀ ପତ୍ର ଦେଇଥିଲେ। କଳାକାର ମାନଙ୍କୁ ତୁରନ୍ତ କାମ ଯୋଗାଇ ଦେବା ସହ ଆର୍ଥିକ ସହାୟତା, ସରଞ୍ଜାମ ମରାମତି ଖର୍ଚ୍ଚ, ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା, ଦୁର୍ଘଟଣା ଜନିତ ଶାରୀରିକ କ୍ଷୟକ୍ଷତି ପାଇଁ ସହାୟତା, ପୁଅ ଝିଅ ଙ୍କ ପାଠ ପଢ଼ିବା ପାଇଁ ସ୍ଥାନ ସଂରକ୍ଷଣ, କଳାକାର ଭତ୍ତା ହିତାଧିକାରୀ ସଂଖ୍ଯା ପଚାଶ ହଜାର ରୁ ଏକ ଲକ୍ଷକୁ ବ୍ରୁଦ୍ଧି କରାଯିବା , ସଂଘୀୟ କାମରେ ଅଫିସ୍ ଯିବା ଆସିବା ଗସ୍ତ ଖର୍ଚ୍ଚ ଓ ସେହି ଦିନର ଅତିକମ୍ ରେ ୪୦୦ ଟଙ୍କା ପାଉଣା ଇତ୍ୟାଦି ୨୨ଦଫା ଦାବୀ ଜଣାଇଛନ୍ତି। ସେହିପରି ଜିଲ୍ଲା କଳା ସଂସ୍କୃତି ଅଧିକାରୀ (ଇନଚାର୍ଜ) ଶ୍ରୀଯୁକ୍ତ ଦେବେନ୍ଦ୍ର ରାଉତଙ୍କୁ  ବିଭିନ୍ନ ବିଭାଗର ଜନ ସଚେତନତା ପାଣ୍ଠି ବିନିଯୋଗ କରି କଳାକାର ମାନଙ୍କୁ ତୁରନ୍ତ କାମ ଯୋଗାଇ ଦେବା ପାଇଁ ଦାବୀ ଜଣାଇଛନ୍ତି। ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ତ୍ରିମନ ମାଝୀ,ସଦସ୍ଯ ଅର୍ଜୁନ ଛତ୍ରିଆ,ରାଧେଶ୍ଯାମ ବିଶିଷ୍ଟ, ଖଡ଼ିଆଳ ବ୍ଲକ୍ ଉପସଭାପତି ଅମୂଲ୍ଯ ମୁଣ୍ଡ, ସିନାପାଲି ବ୍ଲକ୍ ଉପସଭାପତି ଅଶୋକ ନାଏକ,ବୋଡେନ୍ ବ୍ଲକ୍ ଉପସଭାପତି ଉପେନ୍ଦ୍ର ସଲମା, ନୂଆପଡ଼ା ରୁ ନୀଳାମ୍ବର ମାଝୀ,କୋମନା ରୁ ହରିହର ନାଏକ, ଡଗ୍ରେଶ୍ୱର ବାଗ, ଜଗତ ରାମ ନାଗ, ବସନ୍ତ ଅଦା, ପ୍ରମୁଖ ୫ଟି ବ୍ଲକ୍ ରୁ ପ୍ରାୟ ୪୦ ଜଣ କଳାକାର ଉପସ୍ଥିତ ରହିଥିଲେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *