“ଘରୋଇ ପରିଚାରିକାଙ୍କ ସାମାଜିକ ନିରାପତ୍ତାକୁ ସୁଦୃଢ କରାଯାଉ’
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ଅ ।ନ୍ତର୍ଜାତିକ ଘରୋଇ ପରିଚାରିକା ଦିବସ ଅବସରରେ ସିସିଡବ୍ଲ୍ୟୁଡି ଓ ଅ ।କ୍ସନ୍ଏଡ୍ଙ୍କ ମିଳିତ ଅ ।ନୁକୁଲ୍ୟରେ ସ୍ଥାନୀୟ ମଣ୍ଡପ ବସ୍ତିଠାରେ ଏକ ଦସ୍ତଖତ ଅଭିଯାନ ହୋଇଥିଲା । ବିଶେଷ କରି ଘରୋଇ ପରିଚାରିକାଙ୍କ ସାମାଜିକ ନିରାପତ୍ତା, ରାଜ୍ୟରେ ଘରୋଇ ପରିଚାରିକାଙ୍କ ପାଇଁ କର୍ପସ୍ ପାଣ୍ଠି ଗଠନ, ସ୍ୱାସ୍ଥ୍ୟସେବା, ସ୍ୱାସ୍ଥ୍ୟବୀମା, ସୁରକ୍ଷା ଉପରେ ଅଂଶ ଗ୍ରହଣ କରିବା ପ୍ରତିନିଧିମାନେ ମତାମତ ଦେଇଥିଲେ ।
ପ୍ରକାଶ ଥାଉକି ସହରର ବିକାଶ ପ୍ରକ୍ରିୟାରେ ଘରୋଇ ପରିଚାରିକାଙ୍କ ପ୍ରଚ୍ଛନ୍ନ ହାତ ଥିବାବେଳେ ଏମାନଙ୍କୁ ଅଣଦେଖା କରାଯିବ ଉଚିତ୍ ନୁହେଁ । ଏଥିରେ ଭୁବନେଶ୍ୱର ୟଙ୍ଗ ଅର୍ବାନ ୱମେନ୍ ଫୋରମ୍ ଓ ଅଣସଂଗଠିତ ଶ୍ରମିକ ମଞ୍ଚର ପ୍ରତିନିଧିମାନେ ଯୋଗଦାନ କରିଥିଲେ ।
