ବ୍ରାହ୍ମଣ ଓ ମୌଲାନା ଙ୍କୁ ବଣ୍ଟନ ହେଲା ଶୁଖିଲା ରାସନ୍ ।

0
IMG-20210531-WA0076

କରୋନା କହର ରେ ଯେତେବେଳେ ସାରା ରାଜ୍ୟ କବଳିତ । ଏଭଳି ଏକ ଘଡିସନ୍ଧୀ ସମୟରେ ପୁଣି ସହଯୋଗ ର ହାତ ବଢ଼ାଇଛି ଜଜବା ଅନୁଷ୍ଠାନ । ରାଜ୍ୟ ରେ  ବିଭିନ୍ନ ମନ୍ଦିର ର ପୂଜକ ଓ ମସଜିଦ ର ମୌଲୁବି ମାନେବି ବହୁ ଅସୁବିଧା ରେ ଜୀବନ କାଟୁଛନ୍ତି । ଏହି ସମୟରେ ଏମାନଙ୍କ ଦୁଃଖ କୁ ହୃଦୟଙ୍ଗମ କରି ସହଯୋଗ ର ହାତ ବଢ଼ାଇଛି ଜଜବା ଅନୁଷ୍ଠାନ । ଏ ନେଇ ଆଜି ପଟିଆ ସ୍ଥିତ ଜଜବା ମୁଖ୍ୟ କାର୍ଯ୍ୟାଳୟ ରେ ଅନୁଷ୍ଠାନ ର ଅଧ୍ୟକ୍ଷ ସଫଦର ହାଶୀମ ଙ୍କ ନେତୃତ୍ୱରେ ଭୁବନେଶ୍ୱର ଓ କଟକ ର ବିଭିନ୍ନ ମନ୍ଦିର ର ପୂଜକ ଓ ବିଭିନ୍ନ ମସଜିଦ ର ମୋଲୁବି ମାନଙ୍କୁ ଶୁଖିଲା ରାସନ୍ ବଣ୍ଟନ କରାଯାଇଛି  । ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟ ର ବରିଷ୍ଠ ଆଇନଜୀବି ଶ୍ରୀମତୀ ମୋନାଲିସା ଗନ୍ତାୟତ ଯୋଗ ଦେଇ  ପୂଜକ ଓ ମୌଲବୀ ମାନଙ୍କୁ Covid 19 ନିୟମ ଅନୁସାରେ ବଣ୍ଟନ କରାଯାଇଛି ।କାର୍ଯକ୍ରମ ରେ ଅଭିନେତା ବାବୁ ରାଜା ପରିଚାଳନା କରିଥିଲେ ।କରୋନା ର ଦ୍ଵିତୀୟ ଲହରୀ ରେ ପୂର୍ବରୁ ମଧ ଅସହାୟ ଗରିବ ଲୋକ, କଳାକାର ଙ୍କୁ ମଧ୍ୟ ଶୁଖିଲା ରାସନ୍ ବଣ୍ଟନ କରାଯାଇଥିଲା । ଆଗକୁ ଏଭଳି କାର୍ଯକ୍ରମ ଜାରି ରହିବ ବୋଲି ଟ୍ରଷ୍ଟ ପକ୍ଷ ରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *