କରୋନା ମହାମାରୀ କାଳରେ ଦୁଇ ରୋଗୀଙ୍କୁ ନୂଆ ଜୀବନ ଦେଲେ ସମ ହସ୍ପିଟାଲ ଡାକ୍ତର ମନୋଜ ସାହୁ ଓ ତାଙ୍କ ଟିମ୍‌*

0
IMG-20210520-WA0185

କରୋନାର କଠୋର ସମୟରେ ଯେଉଁଠି ପ୍ରତ୍ୟକ ଦିନ ଜୀବନ ଚାଲି ଯାଉଛି, ସେହିଠାରେ ଗୋଟିଏ ଗୋଟିଏ ଜୀବନ ବଂଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଡାକ୍ତର । ଏପରି ଏକ ସମୟରେ “ଥାର୍ଡ ସ୍ପେଶ୍ ଏଣ୍ଡୋସ୍କୋପି” ଯାହାକୁ ଡାକ୍ତରୀ ଭାଷାରେ କୁହାଯାଇଥାଏ ପୋଏମ୍‌, ତାରି ଜରିଆରେ ଅସ୍ତ୍ରୋପଚାର କରାଯାଇ ଜଣେ ମଧ୍ୟ ବୟସ୍କ ମହିଳା ଓ ଅନ୍ୟଜଣେ ବୟସ୍କ ବ୍ୟକ୍ତିଙ୍କୁ ଆରୋଗ୍ୟ କରାଇଛନ୍ତି ଡାକ୍ତର ମନୋଜ ସାହୁ ଓ ତାଙ୍କ ୮ଜଣିଆ ଟିମ୍ । ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଲଜି ବିଭାଗ ମୁଖ୍ୟ ଡାକ୍ତର ମନୋଜ କୁମାର ସାହୁ ତାଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍ ପ୍ରସ୍ତୁତ କରି ଥାର୍ଡ ସ୍ପେଶ୍ ଏଣ୍ଡୋସ୍କୋପି (ପୋଏମ) କରିବାକୁ ବାହାରିଥିଲେ । ଅପରେସନ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ସାରିବା ପାଇଁ ଲାଗିଥିଲା ପ୍ରାୟ ୨ ଘଂଟା ସମୟ ।  ଡାକ୍ତର ମନୋଜ କୁମାର ସାହୁ ହେଉଛନ୍ତି ପୂର୍ବ ଭାରତର ଏକମାତ୍ର ଡାକ୍ତର , ଯେକି ଏହି କଷ୍ଟକର ଅପରେସନକୁ ବିଶ୍ୱସ୍ତରୀୟ ବୈଷୟିକ ଯନ୍ତ୍ର ସହାୟତାରେ କରିପାରିଛନ୍ତି ।ପୁରା ପୂର୍ବ ଭାରତରେ ଏହି ବିରଳ ଚିକିତ୍ସାର ଆଧୁନିକ ଯନ୍ତ୍ର ଉପକରଣ ରହିଛି କେବଳ ସମ୍ ହସ୍ପିଟାଲରେ । ଗତ କିଛି ଦିନ ଧରି ଅଚସାସିଆ କାର୍ଡିଆ ରୋଗରେ ପୀଡିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା ଜଣଙ୍କ ଏବଂ ବୟସ୍କ ବ୍ୟକ୍ତି ଜଣକ । ଏହି ରୋଗର ଶିକାର ହେଲେ ପେଟକୁ ଖାଇବା ଯିବ ନାହିଁ । ରୋଗୀ କୌଣସି ଖାଦ୍ୟ ଓ ପାନୀୟ ବି ନେଇପାରିବ ନାହିଁ । ଧୀରେ ଧୀରେ ଦୁର୍ବଳ ହୋଇଯିବ ରୋଗୀ ବୋଲି କହିଛନ୍ତି ଡ଼ଃ ସାହୁ। ତେବେ ଏଭଳି ଅବସ୍ଥାରେ ଥିବାବେଳେ ଦୁଇ ରୋଗୀଙ୍କୁ ଆଶୁ ଆରୋଗ୍ୟ କରିବାକୁ ଅଂଟା ଭିଡିଥିଲେ ସମ୍ ହସ୍ପିଟାଲରେ ଗ୍ୟାଷ୍ଟ୍ରୋଲଜି ବିଭାଗ ମୁଖ୍ୟ ଡାକ୍ତର ମନୋଜ କୁମାର ସାହୁ । ଏହା ଆଗରୁ ତୃତୀୟ ସ୍ପେଶ୍ ଏଣ୍ଡୋସ୍କୋପି ଜରିଆରେ ୬୬ ଜଣ ରୋଗୀଙ୍କର ସଫଳ ଅସ୍ତ୍ରୋପଚାର କରି ସାରିଛନ୍ତି ଡାକ୍ତର ମନୋଜ କୁମାର ସାହୁ । ବର୍ତମାନ ଏହି ଦୁଇ ଜଣଙ୍କ ସଫଳ ଅସ୍ତ୍ରୋପଚାର ଫଳରେ ସଫଳ ରୋଗୀଙ୍କ ସଖ୍ୟା ୬୮ରେ ପହଁଚିଛି । ଏହି ଅସ୍ତ୍ରୋପଚାର ପରେ ଡାକ୍ତରଖାନାରୁ ମାତ୍ର ୨ ରୁ ୩ ଦିନ ମଧ୍ୟରେ ଡିସଚାର୍ଜ ହୋଇଥାନ୍ତି । ମାତ୍ର ୫ ଦିନ ମଧ୍ୟରେ ସ୍ୱଭାବିକ ଜୀବନ ଯିଇଁ ପାରିବେ ବ୍ୟକ୍ତି ବୋଲି କହିଛନ୍ତି ଡ଼ଃ ସାହୁ।

Leave a Reply

Your email address will not be published. Required fields are marked *