ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ପ୍ରୋଜେକ୍ଟ ଦୃଷ୍ଟି’ ଯୋଗୁ ଦୃଷ୍ଟିଶକ୍ତି ଫେରିପାଇଲେ ସୁଷମା

0
Susama Sahoo

ଢେଙ୍କାନାଳ, ମେ ୦୬, ୨୦୨୬ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତର ୭୦ ବର୍ଷୀୟା ବୃଦ୍ଧା ସୁଷମା ସାହୁଙ୍କ ଦୃଷ୍ଟିଶକ୍ତି ଫେରାଇ ଆଣିଛି ଟାଟା ଷ୍ଟିଲ ଫାଉଣ୍ଡେସନର ‘ପ୍ରୋଜେକ୍ଟ ଦୃଷ୍ଟି’।

ସୁଷମାଙ୍କ ଦୁଇଟି ଯାକ ଆଖିରେ ମୋତିଆବିନ୍ଦୁ ଓ ମାଂସପେଶୀ ଅତ୍ୟଧିକ ବୃଦ୍ଧି ପାଇଥିଲା। ଏଭଳି ସ୍ଥିତିରେ ସେ ପ୍ରାୟତଃ ନିଜର ଦୃଷ୍ଟିଶକ୍ତି ହରାଇ ବସିଥିଲେ। ନିଜେ ନିଜ କାମ କରିବା ସମ୍ଭବ ହେଉ ନଥିଲା। ସେ ସମ୍ପୂର୍ଣ୍ଣ ଭାବେ ନିଜ ପରିବାର ଲୋକଙ୍କ ଉପରେ ନିର୍ଭରଶୀଳ ହୋଇପଡ଼ିଥିଲେ।  ହେଲେ ତାଙ୍କ ଜୀବନର ଏହି ଅନ୍ଧକାର ଦୂର କରିବାକୁ ସହଯୋଗର ହାତ ବଢ଼ାଇଥିଲା ଟାଟା ଷ୍ଟିଲ ଫାଉଣ୍ଡେସନ।

‘ପ୍ରୋଜେକ୍ଟ ଦୃଷ୍ଟି’ ଅଧୀନରେ ଆୟୋଜିତ ଏକ ସ୍କ୍ରିନିଂ କ୍ୟାମ୍ପରେ ସୁଷମାଙ୍କର ଚକ୍ଷୁ ସମସ୍ୟା ଚିହ୍ନଟ ହୋଇଥିଲା। ଅସ୍ତ୍ରୋପଚାର ପ୍ରତି ତାଙ୍କ ମନରେ ଭୟ ଥିବାରୁ, ପ୍ରୋଜେକ୍ଟ ଦୃଷ୍ଟିର ଫିଲ୍ଡ ଟିମ୍ ତାଙ୍କୁ ଏବଂ ତାଙ୍କ ପରିବାରକୁ କାଉନସେଲିଂ କରିଥିଲେ। ତାଙ୍କର ଆର୍ôଥକ ସ୍ଥିତି ଭଲ ନଥିବାରୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ସହଯୋଗୀ ଡାକ୍ତରଖାନା ସହିତ ସମନ୍ୱୟ ରକ୍ଷା କରାଯାଇ ମାଗଣାରେ ଅସ୍ତ୍ରୋପଚାର କରାଯାଇଥିଲା। ପ୍ରୋଜେକ୍ଟ ଦୃଷ୍ଟି ଟିମ୍ ପକ୍ଷରୁ ଯାତାୟାତ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ମଧ୍ୟ କରାଯାଇଥିଲା।

ଏ ସମ୍ପର୍କରେ ସୁଷମା କହିଛନ୍ତି, ଅସ୍ତ୍ରୋପଚାର ପରେ ମତେ ଲାଗୁଛି ଯେମିତି ମୁଁ ନୂଆ ଜୀବନ ପାଇଛି। ମୋତେ ପୁଣିଥରେ ଦୁନିଆ ଦେଖିବାର ସୁଯୋଗ ଦେଇଥିବାରୁ ‘ପ୍ରୋଜେକ୍ଟ ଦୃଷ୍ଟି’ ଟିମ୍‌କୁ ଅନେକ ଧନ୍ୟବାଦ। ସୁଷମାଙ୍କ ବୋହୂ ନମିତା ଦେହୁରୀ ହୃଦୟରୁ କୃତଜ୍ଞତା ଜ୍ଞାପନ କରି କହିଛନ୍ତି ଯେ, ଠିକ୍ ସମୟରେ ଚିକିତ୍ସା ଏବଂ ଉପଯୁକ୍ତ ଯତ୍ନ ଯୋଗୁ ମୋ ଶାଶୂ ପୁଣି ଥରେ ଦୃଷ୍ଟି ଶକ୍ତି ଫେରିପାଇଛନ୍ତି। ଏଥିପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଟିମ୍‌କୁ କୃତଜ୍ଞତା ଜଣାଉଛି।

ସୂଚନାଯୋଗ୍ୟ ଯେ, ଆର୍ôଥକ ବର୍ଷ ୨୦୨୩ରୁ ‘ପ୍ରୋଜେକ୍ଟ ଦୃଷ୍ଟି’ ମାଧ୍ୟମରେ ଢେଙ୍କାନାଳ ଏବଂ ଅନୁଗୋଳ ଅଞ୍ଚଳର ୧୦୧୨ ଜଣଙ୍କର ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଚକ୍ଷୁ ଚିକିତ୍ସାକୁ ସହଜରେ ପହଞ୍ଚାଇବା ଦିଗରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ନିରନ୍ତର କାର୍ଯ୍ୟ କରିଆସୁଛି।

Leave a Reply

Your email address will not be published. Required fields are marked *