ଧାମରା ପୋର୍ଟ ପକ୍ଷରୁ ଜାତୀୟ ନୌବାଣିଜ୍ୟ ଦିବସ ପାଳିତ
filter: 0; fileterIntensity: 0.000000; filterMask: 0; captureOrientation: 0; hdrForward: 6; shaking: 0.032637; highlight: 1; algolist: 0; multi-frame: 1; brp_mask: 8; brp_del_th: 0.0484,0.0001; brp_del_sen: 0.1500,0.1500; delta:null; module: photo;hw-remosaic: false;touch: (-1.0, -1.0);sceneMode: 7864320;cct_value: 0;AI_Scene: (-1, -1);aec_lux: 219.0;aec_lux_index: 0;albedo: ;confidence: ;motionLevel: 0;weatherinfo: null;temperature: 38;
ଧାମରା, ୦୭.୦୪.୨୦୨୫: ଏପ୍ରିଲ ୫ ତାରିଖରେ ଜାତୀୟ ନୌବାଣିଜ୍ୟ ଦିବସ ପାଳିତ ହୋଇଆସୁଅଛି । ଏହି କ୍ରମରେ ଧାମରା ପୋର୍ଟ ପକ୍ଷରୁ ୬୩ତମ ଜାତୀୟ ନୌବାଣିଜ୍ୟ ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଭାରତର ବିକାଶ ଓ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବା ନାବିକ, ହିତାଧିକାରୀ, ସାମୁଦ୍ରିକ ବୃତ୍ତିଜୀବୀମାନଙ୍କୁ ପୋର୍ଟ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଭାରତର ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ସ୍ମରଣ କରିବା ସହିତ ଏବଂ ଭବିଷ୍ୟତମୁଖୀ ଅଗ୍ରଗତିକୁ ଉପସ୍ଥାପନ କରି, ଏହି ଅବସରରେ ସାମୁଦ୍ରିକ ପରମ୍ପରାର ଦୃଢ ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଥିଲେ ଅଧିକାରୀମାନେ । ଏସ୍ଏମ୍ଭି ଏପିଜେ ଇନ୍ଦ୍ରାଣୀ ଜାହାଜର କ୍ରୁ ସଦସ୍ୟ, କ୍ୟାପଟେନ କୃଷ୍ଣମୋହନ ପିଠାଲାଲ ଏବଂ ମୁଖ୍ୟ ଇଞ୍ଜିନିୟର ବିଞ୍ଜାମୁରୀ ଭେଙ୍କଟ ଲକ୍ଷ୍ମୀ ପାପାରାଓଙ୍କ ସମେତ ଆଦାନୀ ଧାମରା ପୋର୍ଟର ଅଧିକାରୀମାନେ କେକ୍ କାଟି ଏହି ଦିବସକୁ ପାଳନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଧାମରା ପୋର୍ଟ ମାନବ ସମ୍ବଳ ମୁଖ୍ୟ ବାସୁକୀ ନାଗ, ଶିପ୍ ହାର୍ବର ମୁଖ୍ୟ କ୍ୟାପଟେନ ଅଜିତ ମହାପାତ୍ର, ନୌବାଣିଜ୍ୟ ମୁଖ୍ୟ ଅଧିକାରୀ ଅଭିଜିତ ସିହ୍ନା, ରୂପେଶ ଦାସ, ତପନ ତ୍ରିପାଠୀ, ଶୁଭେନ୍ଦୁ ମହାପାତ୍ର, ନୌବାଣିଜ୍ୟ ସର୍ଭିସ ବିଭାଗର ସଦସ୍ୟମାନେ ଯୋଗଦେଇ ଏହି ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଜାତୀୟ ନୌବାଣିଜ୍ୟ ଦିବସ ପ୍ରତିବର୍ଷ ଏପ୍ରିଲ ୫ ତାରିଖରେ ପାଳନ କରାଯାଇଥାଏ ।
ଭାରତର ସମୃଦ୍ଧ ପରମ୍ପରାକୁ ସମ୍ମାନ ଜଣାଇବା ସହିତ ଜାତୀୟ ବାଣିଜ୍ୟ, ଅର୍ଥନୀତି ଓ ସୁରକ୍ଷାରେ ସାମୁଦ୍ରିକ ଐତିହ୍ୟକୁ ଉଜାଗର କରିବା ଏହି ଦିନର ଉଦ୍ଦେଶ୍ୟ । ଏହାସହିତ ଭାରତର ବାଣିଜ୍ୟ, ଅର୍ଥନୀତି ଓ ସୁରକ୍ଷା ସମ୍ପର୍କରେ ସଚେତନତା ବଢାଇବାକୁ ମଧ୍ୟ ଏହି ଦିନ ପାଳନ କରାଯାଏ । ୧୯୧୯ ମସିହା ଏପ୍ରିଲ ୫ ତାରିଖରେ ଭାରତୀୟ ଜାହାଜ ଏସ୍ଏସ୍ଏଲଟି ବମ୍ବେରୁ ଲଣ୍ଡନକୁ ଯାତ୍ରା କରିଥିଲା । ଏହି ଜାହାଜ ଟି ସିନ୍ଧିଆ ଷ୍ଟିମ୍ ନାଭିଗେସନ କମ୍ପାନୀର ମାଲିକାନାରେ ଥିଲା । ଏହା ଭାରତର ଅନ୍ତର୍ଜାତୀୟ କ୍ଷେତ୍ରରେ ନୌବାଣିଜ୍ୟ ପ୍ରବେଶକୁ ଚିହ୍ନିତ କରିଥିଲା । ପରେ ୧୯୬୪ ମସିହାରେ, ଭାରତୀୟ ଜାହାଜଗୁଡ଼ିକର ମୋଟ ୧ ମିଲିୟନ ଗ୍ରୋସ୍ ରେଜିଷ୍ଟର୍ଡ ଟନେଜ୍ ପୂରଣ ହେବା ପରେ, ଭାରତ ସରକାର ୫ ଏପ୍ରିଲ କୁ ଆଧିକାରିକ ଭାବେ ଜାତୀୟ ନୌବାଣିଜ୍ୟ ଦିବସ ଭାବେ ଘୋଷଣା କରାଗଲା ।
