ରୋମାନିଆରେ କିସ୍‍ ଛାତ୍ରଛାତ୍ରୀ ପ୍ରଥମ ଥର ପାଇଁବିଦେଶୀ ମାଟିରେ ପରିବେଷଣ ହେଲା ଓଡ଼ିଶାର ଆଦିବାସୀ ସାନ୍ତାଳି ନୃତ୍ୟ

0
WhatsApp-Image-2026-04-04-at-5.42.48-PM

ଭୁବନେଶ୍ୱର,୦୪ ।୦୪: କିସ୍‍ର ଦଶ ଜଣ ଛାତ୍ରଛାତ୍ରୀ ଏକ ଆନ୍ତର୍ଜାତୀୟ ସାଂସ୍କୃତିକ ମହୋତ୍ସବରେଅଂଶଗ୍ରହଣ କରିବା ପାଇଁ ରୋମାନିଆ ଗସ୍ତରେ ଅଛନ୍ତି । ସେଠାରେ ସେମାନେ ଓଡ଼ିଶାର ଆଦିବାସୀ ଭାଷାରେସେକ୍ସପିଅରଙ୍କ ନାଟକ ପରିବେଷଣ କରିବେ।

ବିଦେଶରେସାନ୍ତାଳୀ ନୃତ୍ୟ ପରିବେଷଣ କରିବା କିସ୍‍ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ। ପୂର୍ବରୁ କିସ୍‍ଛାତ୍ରଛାତ୍ରୀମାନେ ମୁଖ୍ୟତଃ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ବିଦେଶୀଦେଶ ଗସ୍ତ କରୁଥିଲେ। ଏବେ ସେମାନେ ଆଦିବାସୀ ନୃତ୍ୟ ପ୍ରଦର୍ଶନ ଏବଂ ସାଂସ୍କୃତିକ ବିନିମୟକାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ରୋମାନିଆ ଭଳି ୟୁରୋପୀୟ ଦେଶ ଗସ୍ତ କରିଛନ୍ତି। ଏହିକାର୍ଯ୍ୟକ୍ରମରେ ୩୦ଟି ଦେଶର ପ୍ରାୟ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। କିସ୍‍ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ସେଠାରେ ଉଚ୍ଚ ପ୍ରଶଂସା କରାଯାଇଛି।

ପ୍ରଥମେ ସେମାନେରୋମାନିଆର କ୍ରାୟୋଭା ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ପରେ ରୋମାନିଆରେ ଅବସ୍ଥାପିତ ଭାରତରରାଷ୍ଟ୍ରଦୂତ ଡ. ମନୋଜ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେମାନେ ସେଠାରେରହିବା ସହ କ୍ରାୟୋଭା ବିଶ୍ୱବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣକରିଥିଲେ। ଏହା ବ୍ୟତୀତ ସେଠାରେ ସେମାନେ ଆଦିବାସୀ ସାନ୍ତାଳି ନୃତ୍ୟ ପ୍ରଦର୍ଶନ ସହ ସାଂସ୍କୃତିକ ବିନିମୟକରିଥିଲେ।

ଏରାସମସ୍‍ଷ୍ଟୁଡେଣ୍ଟ ମୋବିଲିଟି କାର୍ଯ୍ୟକ୍ରମ ସହାୟତାରେ କିସ୍‍ର ଛାତ୍ରଛାତ୍ରୀମାନେ ଏହି ଦୁଇ ମାସିଆଶୈକ୍ଷିକ ଓ ସାଂସ୍କୃତିକ ଇଣ୍ଟର୍ନସିପ୍‌ରେ ଅଂଶଗ୍ରହଣ କରିଛନ୍ତି। କିସ୍‍ ଛାତ୍ରଛାତ୍ରୀଙ୍କ ସହକିଟ୍‍ ୧୦ ଜଣ ଛାତ୍ରଛାତ୍ରୀ ମଧ୍ୟ ଏହି ଗସ୍ତରେ ଅଛନ୍ତି। ପ୍ରଥମ ଥର ପାଇଁ କିଟ୍‍ ଓ କିସ୍‍ଛାତ୍ରଛାତ୍ରୀମାନେ ଏକାଠି ରୋମାନିଆ ଭଳି ଏକ ୟୁରୋପୀୟ ଦେଶରେ ଏଭଳି କାର୍ଯ୍ୟକ୍ରମରେ ସାମିଲ୍‍ହୋଇଛନ୍ତି ।

ସେଠାରେ ସେମାନେ୨ ମାସ କାଳ ରହିବେ। ସେଠାରେ ସେମାନେ ଓଡ଼ିଶାର ଜନଜାତି ଭାଷାରେ ପ୍ରଖ୍ୟାତ ନାଟ୍ୟକାର ସେକ୍‍ସପିଅରଙ୍କନାଟକ ପରିବେଷଣ କରିବେ। ପ୍ରଥମ ଥର ପାଇଁ କୌଣସି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏକଅନ୍ତର୍ଜାତୀୟ ମଞ୍ଚରେ ଆଦିବାସୀ ଭାଷାରେ ଶେକ୍ସପିୟରଙ୍କ ନାଟକ ପରିବେଷଣ କରିବେ। ଏହା କିସ୍‍,ଜନଜାତି ସମାଜ ଓ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କୁହାଯାଉଛି।

ଗୁରୁତ୍ୱପୂର୍ଣ୍ଣବିଷୟ ହେଉଛି ଉଭୟ କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀମାନେ ଏକାଠି ରୋମିଓ-ଜୁଲିଏଟ୍‌, ମ୍ୟାକବେଥ୍‌-ହାମଲେଟ୍ଉପରେ ଶେକ୍ସପିୟରଙ୍କ ଲିଖିତ ସାନ୍ତାଳୀ ଭାଷାରେ ଅଭିନୟ କରିବେ। ସାନ୍ତାଳୀ ଭାଷା ଓଲ୍ ଚିକିଲିପି ସଂପ୍ରତି ୧୦୦ ବର୍ଷ ପୂରଣ କରିଛି। ଏହା ସହିତ ଛାତ୍ରଛାତ୍ରୀମାନେ ରୋମାନିଆନ୍ ସଂସ୍କୃତି ଓଭାଷା ଉପରେ ପାଠ୍ୟକ୍ରମ ପାଇଁ ଏକ ପ୍ରମାଣପତ୍ର ପାଇବେ।

ଏଥିରେଖୁସିବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିସ୍‍ଛାତ୍ରଛାତ୍ରୀମାନେ ପୂର୍ବରୁ କ୍ରୀଡ଼ା ଓ ଶିକ୍ଷା ଆଦି କ୍ଷେତ୍ରରେ ଦେଶ ବିଦେଶ ଯାଇ ସୁନାମଆଣୁଥିଲେ। ଏବେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଅନ୍ତର୍ଜାତୀୟସ୍ତରରେ ସୁନାମ ଆଣିବେ।ଏହା ସମସ୍ତଙ୍କ ପାଇଁ ଖୁସିର ବିଷୟ।

Leave a Reply

Your email address will not be published. Required fields are marked *