ବେଦାନ୍ତ ଆଲୁମିନିୟମ ଉତ୍କଳ ଦିବସ ଅବସରରେ ଓଡ଼ିଶା ପ୍ରତି ତାର ପ୍ରତିବଦ୍ଧତାକୁ ଦୋହରାଇଛି

0
Picture

ଭୁବନେଶ୍ୱର, ଓଡ଼ିଶା ୩୧ ମାର୍ଚ୍ଚ ୨୦୨୬: ଓଡ଼ିଶାରେ ୧୦୦% ମୂଲ୍ୟ ସଂଯୋଜନ କରୁଥିବା ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଉତ୍କଳ ଦିବସ ଅବସରରେ ରାଜ୍ୟ ପ୍ରତି ଏହାର ଦୀର୍ଘକାଳୀନ ପ୍ରତିବଦ୍ଧତା ଘୋଷଣା କରିଛି । ପାଇପଲାଇନରେ ଟ.୧.୮ ଲକ୍ଷ କୋଟିର ଯୋଜନାବଦ୍ଧ ନିବେଶ ଏବଂ ପୂର୍ବରୁ ଟ. ୧ ଲକ୍ଷ କୋଟିରୁ ଅଧିକ ନିବେଶ ସହ କମ୍ପାନି ଆଜି ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି । ଆଲୁମିନିୟମ, ଲୁହା ଖ୍‌ଣିଜ, ବିଦ୍ୟୁତ ଓ ସଂପୃକ୍ତ ବ୍ୟବସାୟ ସହ ବେଦାନ୍ତର ଓଡ଼ିଶାର କାର୍ଯ୍ୟ ଗୁଡ଼ିକ ବାର୍ଷିକ ରାଜକୋଷରେ ଟ.୯୦୦୦ କୋଟିରୁ ଅଧିକ ଅବଦାନ ରଖି ଆସିଛି ଓ ରାଜ୍ୟ ଜଡିପିକୁ ୩% ଅବଦାନ ଯୋଗାଏ ।

କମ୍ପାନି ରାଜ୍ୟରେ ସଂପୂର୍ଣ୍ଣ ସମନ୍ୱିତ ବିଶ୍ୱସ୍ତରୀୟ ଆଲୁମିନିୟମ ସଂପତି ପରିଚାଳନା କରେ, ଯାହା ବକ୍ସାଇଟ ଠାରୁ ଆରମ୍ଭ କରି ସମାପ୍ତ ଆଲୁମିନିୟମ ଉତ୍ପାଦ ଯାଏ ମୂଲ୍ୟ ଶୃଙ୍ଖଳକୁ ବିସ୍ତାର କରେ । ଝାରସୁଗୁଡ଼ାରେ ବୃହତ ଆଲୁମିନିୟମ ପ୍ଲାଂଟ ଏହା ୧.୮ଏମଟିପିଏ ଓ ଲାଂଜିଗଡ଼ରେ ୫ ଏମଟିପିଏ ଆଲୁମିନା ରିଫାିନାରୀକୁ ପରିଚାଳିତ କରୁଥିବାଲାବେଳେ ବିଶ୍ୱ ଆଲୁମିନା ଯୋଗାଣରେ ଏକ ଗୁରୁତ୍ୱପୂର୍ଣ୍ଣ ସଂପତି ମଧ୍ୟରୁ ଅନ୍ୟତମ ।

ପରବର୍ତି ପର୍ଯ୍ୟାୟରେ ଆଗକୁ ବଢି ବେଦାନ୍ତ ଓଡ଼ିଶାର ଢେଙ୍କାନାଳ ଓ ରାୟଗଡ଼ା ଜିଲ୍ଳାରେ ଟ.୧.୮ ଲକ୍ଷ କୋଟି ଟଙ୍କାର ଏକ ଗ୍ରୀନ ଫିଲ୍ଡ ପ୍ରକଳ୍ପ ପ୍ରସାର କରୁଛି । ଏଥିରେ ୩ ଏମଟିପିଏ ଆଲୁମିନିୟମ ସ୍ମେଲଟର ଏକ ୪୯୦୦ଏମଡବଲ୍ୟୁ ପାୱାରପ୍ଲାଂଟ, ଏକ ୬ ଏମଟିପିଏ ଆଲୁମିନା ରିଫାଇନାରୀ ଓ ବିଶ୍ୱସ୍ତରୀୟ ଡାଉନଷ୍ଟ୍ରିମ ଆଲୁମିନିୟମ ପାର୍କ ରହିଛି । ପ୍ରସ୍ତାବିତ ବିକାଶ ପ୍ରକ୍ରିୟାରେ ୫୦,୦୦୦ ପର୍ଯ୍ୟନ୍ତ ନିଯୁକ୍ତି ଓ ସମୟ ସହ ୨ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା ରହିଛି ।

ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ନିରନ୍ତର ନିବେଶ ବଡ଼ ଧରଣର ଅର୍ଥନୈତିକ ଅଂଶଗ୍ରହଣ, ଶିଳ୍ପ ଗଭୀରତା ଓ ବିଶ୍ୱବଜାର ସମନ୍ୱୟରେ ପରିଣତ ହୋଇଛି । ବହୁତ ଗୁଡ଼ିଏ ଏମଏସଏମଇ ଓ ବ୍ୟବସାୟୀ ଅଂଶୀଦାରଙ୍କୁ ସମର୍ଥନ କରୁଛି । ଦେଖାଯାଏ ଯେ ବେଦାନ୍ତ ଆଲୁମିନିୟମ ଓଡ଼ିଶାକୁ ବିଶ୍ୱ ବାଣିଜ୍ୟ ନେଟୱର୍କରେ ଦୃଢ ଭାବରେ ସଂଲଗ୍ନ କରିଛି । ଏହା ବ୍ୟତୀତ ଅନୁନ୍ନତ ଅଂଚଳରେ ଏହାର ଲକ୍ଷ୍ୟ ନିବେଶ ନୀତି ଆୟୋଗ ଦ୍ୱାରା କଳାହାଣ୍ଡିକୁ ଏକ ବିକଶିତ ଜିଲ୍ଲାରେ ପରିଗଣିତ କରିବା ।

ଏହି ଅବସରରେ ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି ଯେ ଭାରତର ଭବିଷ୍ୟତ ପାଇଁ ଆଲୁମିନିୟମ ଏକ ଗୁରୁତ୍ୱପୂର୍ଣ୍ଣ ଧାତୁ ଆର୍ଥିକ ବର୍ଷ ୨୦୪୭ ସୁଦ୍ଧା ଚାହିଦା ଛଅଗୁଣ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି । ଆମେ ସର୍ବବୃହତ ବକ୍ସାଇଟ ଭଣ୍ଡାର ସହ ଓଡ଼ିଶାର ସ୍ୱାଭାବିକ ଭାବରେ ଏହି ଅଭିବୃଦ୍ଧିକୁ ସମର୍ଥନ କରିବାକୁ ପ୍ରସ୍ତୁତ । ଆମର ଆଗାମୀ ଲକ୍ଷ୍ୟ ଭାରତର ଆଲୁମିନିୟମ ଆତ୍ମ ନିର୍ଭରଶୀଳତାକୁ ସଦୃଢ କରିବା, ବୃହତ ପରିମାଣରେ ନିଯୁକ୍ତି ସୃଷ୍ଟି କରିବା ଓ ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ସଦୃଢ କରିବା । ଆମେ ଓଡ଼ିଶା ସରକାରଙ୍କ ସକ୍ରିୟ ସମର୍ଥନକୁ ପ୍ରଶଂସା କରୁଛୁ ଏବଂ ଉତ୍କଳ ଦିବସରେ ଓଡ଼ିଶାକୁ ବିଶ୍ୱର ଆଲୁମିନିୟମ ରାଜଧାନୀ କରିବା ଲାଗି ଆମର ପ୍ରତିବଦ୍ଧତାକୁ ପୁନଃନିବେଶ କରୁଛୁ ।

ଏହାର ଶିଳ୍ପ ପାଦଚିହ୍ନ ବ୍ୟତୀତ ବେଦାନ୍ତ ଆଲୁମିନିୟମ ସାମୁଦାୟିକ ବିକାଶ ପଦକ୍ଷେପରେ ଟ.୫୦୦ କୋଟିରୁ ଅଧିକ ନିବେଶ କରିଛି, ଯାହା ଓଡ଼ିଶାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସକାରାତ୍ମକ ଭାବରେ ପ୍ରଭାବିତ କରିଛି ।

Leave a Reply

Your email address will not be published. Required fields are marked *