ଓଡ଼ିଶା ଦିବସ: ବେଦାନ୍ତ କଳିଙ୍ଗ ଲାନ୍ସର୍ସର ଏଚଆଇଏଲ ଟାଇଟଲ୍ ବିଜୟ ଓଡ଼ିଶାର ହକି ଐତିହ୍ୟକୁ ବୃଦ୍ଧି କରିଛି

0
Picture

ଝାରସୁଗୁଡ଼ା, ମାର୍ଚ୍ଚ ୩୧, ୨୦୨୬: ଓଡ଼ିଶା ତା’ର ୯୦ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ, ଏହି ବର୍ଷ ପ୍ରାରମ୍ଭରେ ବେଦାନ୍ତ କଳିଙ୍ଗ ଲାନ୍ସର୍ସର ହକି ଇଣ୍ଡିଆ ଲିଗ୍ ଟାଇଟଲ୍ ରାଜ୍ୟର ହକି ସଂସ୍କୃତି ଏବଂ ଜାତୀୟ ଖେଳରେ ଏହାର ନିରନ୍ତର ଅବଦାନ ପ୍ରତି ନୂତନ ଧ୍ୟାନ ଆକର୍ଷଣ କରିଛି । ଜାନୁଆରୀ ୨୦୨୬ରେ ଲାନ୍ସର୍ସ ହକି ଇଣ୍ଡିଆ ଲିଗର ଦ୍ୱିତୀୟ ସିଜିନର ଚାମ୍ପିଅନ୍ ହୋଇଥିଲା, ଏହି ଅଭିଯାନ ନିରନ୍ତର ପ୍ରତିଭା ସୃଷ୍ଟି କରୁଥିବା ରାଜ୍ୟର ଶକ୍ତିକୁ ପ୍ରତିଫଳିତ କରିଥିଲା ।

ଏହି ସଫଳତାର ମୂଳରେ ପ୍ରତାପ ଲାକ୍ରା, ଦୀପସାନ ତିର୍କୀ, ରୋହିତ କୁଲୁ, ରୋସାନ କୁଜୁର ଏବଂ ଅମିତ କେ. ଟପୋଙ୍କ ଭଳି ଖେଳାଳିଙ୍କ ସମେତ ଏକ ଶକ୍ତିଶାଳୀ ଓଡ଼ିଆ କୋର ଥିଲା । ଏହି ଖେଳାଳିମାନେ ଜାତୀୟ ମଂଚରେ ପାଦ ଦେବା ପୂର୍ବରୁ ସ୍ଥାନୀୟ ଭୂମିରେ ସେମାନଙ୍କର ଦକ୍ଷତାକୁ ସୁଦୃଢ଼ କରିଥିଲେ । ଏହି ଗଭୀରତା ସୁନ୍ଦରଗଡ଼ ଏବଂ ରାଉରକେଲା ଭଳି ଜିଲ୍ଲାଗୁଡ଼ିକରେ ତୃଣମୂଳ ସ୍ତରରେ ବିକାଶରେ ନିରନ୍ତର ନିବେଶ ଦ୍ୱାରା ସମର୍ôଥତ, ଯେଉଁଠାରେ ହକି ଦୈନନ୍ଦିନ ଜୀବନର ଏକ ଅଂଶ ହୋଇ ରହିଛି । ବର୍ଷ ବର୍ଷ ଧରି, ଏହି ଗଠନ ଖେଳାଳିମାନଙ୍କର ଏକ ସ୍ଥିର ପାଇପଲାଇନ ସୁନିଶ୍ଚିତ କରିଛି ଯାହାକି ବୃତିଗତ ଲିଗ୍ ଏବଂ ଜାତୀୟ ସ୍ଥାପନରେ ଅଗ୍ରଗତି କରୁଛି, ଏବଂ ଏହି କ୍ରୀଡ଼ାକୁ ସମର୍ଥନ ଏବଂ ଅଭିବୃଦ୍ଧି ପାଇଁ ଓଡ଼ିଶା ସରକାରଙ୍କ ସହ ସହଯୋଗ ମାଧ୍ୟମରେ ଆହୁରି ମଜବୁତ ହୋଇଛି ।

“ହକି ସହିତ ଓଡ଼ିଶାର ସମ୍ପର୍କ କ୍ଷେତ୍ର ବାହାରେ ବହୁ ଦୂରକୁ ଯାଇଛି, ଏହା ରାଜ୍ୟର ପରିଚୟ ଏବଂ ସମ୍ପ୍ରଦାୟର ଏକ ଅଂଶ । ଏହି ସିଜିନରେ ବେଦାନ୍ତ କଳିଙ୍ଗ ଲାନ୍ସର୍ସର ସଫଳତା ସେହି ବନ୍ଧନର ଶକ୍ତି ଏବଂ ଏହି ଅଂଚଳରୁ ବାହାରି ଆସୁଥିବା ପ୍ରତିଭାକୁ ପ୍ରତିଫଳିତ କରେ । ଆମେ ଓଡ଼ିଶା ଦିବସ ପାଳନ କରୁଥିବା ସମୟରେ, ଏହି ଯାତ୍ରାର କେନ୍ଦ୍ରବିନ୍ଦୁରେ ଥିବା ଲୋକମାନଙ୍କ ସହିତ ଏହି ସଫଳତାକୁ ଚିହ୍ନିତ କରିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ବୋଲି ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି ।

“ହକି ଇଣ୍ଡିଆ ଲିଗ୍ ଭଳି ମଂଚରେ ଓଡ଼ିଶାର ଯୁବ ପ୍ରତିଭାଙ୍କୁ ଆଗେଇ ଆସିବା ଏବଂ ପ୍ରଦର୍ଶନ କରିବା ଦେଖିବା ସର୍ବଦା ଗର୍ବର ବିଷୟ, ଏବଂ ଏହି ସିଜିନରେ ବେଦାନ୍ତ କଳିଙ୍ଗ ଲାନ୍ସର୍ସର ସଫଳତା ସେହି ଶକ୍ତିକୁ ପ୍ରତିଫଳିତ କରିଛି । ହକି ଓଡ଼ିଶା ସହିତ ଏକ ଗଭୀର ଏବଂ ସ୍ଥାୟୀ ସମ୍ପର୍କ ବଜାୟ ରଖେ, ଦଳ ଏବଂ ଆଗାମୀ ଖେଳାଳି ଉଭୟଙ୍କ ମାଧ୍ୟମରେ ସେହି ଐତିହ୍ୟ ଜାରି ରହିବା ଦେଖିବା ଉତ୍ସାହଜନକ । ଓଡ଼ିଶା ଦିବସ ଅବସରରେ, ମୁଁ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ବୋଲି ଦିଲୀପ ତିର୍କୀ, ସଭାପତି, ହକି ଇଣ୍ଡିଆ କହିଛନ୍ତି ।

ଲାନ୍ସର୍ସ ମଧ୍ୟରେ ଓଡିଆ ଦଳର ଦୃଢ଼ ଉପସ୍ଥିତି କେବଳ ପଡ଼ିଆରେ ନୁହେଁ, ବରଂ ବାହାରେ ମଧ୍ୟ ଦୃଶ୍ୟମାନ । ଭିଡିଓ ବିଶ୍ଳେଷକ ଅଭିଜିତ ହଜାରୀ, ଫିଜିଓଥେରାପିଷ୍ଟ ବୋଧିସତ୍ୱ ଦାସ ଏବଂ ମାସୁର ସୁନୀଲ କୁମାର ମହାନ୍ତି ଦଳ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଦଳ ଏହାର ପୁରସ୍କାରପ୍ରାପ୍ତ ଜର୍ସି ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ ପରିଚୟକୁ ମଧ୍ୟ ପ୍ରତିଫଳିତ କରିଛି, ଯାହା କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ ଏବଂ ରାଜ୍ୟର ନଦୀଗୁଡ଼ିକର ପ୍ରବାହରୁ ପ୍ରେରଣା ନେଇ ଏହି ଉପାଦାନଗୁଡ଼ିକୁ ଏକ ଜାତୀୟ ମଂଚରେ ପ୍ରଦର୍ଶନ କରିଛି ।

ସିଜନର ସଫଳତା ଏବଂ ରାଜ୍ୟର ସ୍ଥାୟୀ ହକି ଐତିହ୍ୟକୁ ବେଦାନ୍ତ ଝାରସୁଗୁଡା ଟାଉନସିପରେ ଆୟୋଜିତ ଏକ ସାମୁହିକ ଉତ୍ସବ ମାଧ୍ୟମରେ ମଧ୍ୟ ଚିହ୍ନିତ କରାଯାଇଥିଲା, ଯାହାକି ଓଡ଼ିଶା ଦିବସର ଏକ ଅଂଶ ଭାବରେ କର୍ମଚାରୀ ଏବଂ ସ୍ଥାନୀୟ ଅଂଶୀଦାରମାନଙ୍କୁ ଏକତ୍ର କରିଥିଲା ।

Leave a Reply

Your email address will not be published. Required fields are marked *