ଆଦାନୀ ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ

0
1773224311530

ଧାମରା, ୧୧.୦୩.୨୦୨୬: ଆଦାନୀ ଧାମରା ପୋର୍ଟର ସିଏସ୍‌ଆର୍ ଶାଖା ଆଦାନୀ ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ‘ଅନ୍ତର୍ଜାତୀୟ ମହିଳା ଦିବସ’ର ବିଷୟ ବସ୍ତୁ ଥିଲା ‘ଗିଭ୍ ଟୁ ଗେନ୍‌’ । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଏବଂ ତୃଣମୂଳ ସ୍ତରରେ ବିଭିନ୍ନ ପଦକ୍ଷେପ ଦ୍ୱାରା ସମାଜ ବିକାଶରେ ସକ୍ରିୟ ଭାବରେ ଯୋଗଦାନ ଦେଇଥିବା ମହିଳାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା ।


ଏହି କାର୍ଯ୍ୟକ୍ରମରେ ନିକଟବର୍ତ୍ତୀ ଗ୍ରାମରୁ ପ୍ରାୟ ୧୩୦ଜଣ ମହିଳା ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ । ଅଂଶଗ୍ରହଣକାରୀମାନେ କୃଷି ମିତ୍ର, ଏମ୍‌ବିକେ (ମାଷ୍ଟର ବୁକ୍ କିପର୍‌), ବ୍ୟାଙ୍କ ମିତ୍ର, ସମ୍ପ୍ରଦାୟ ସମ୍ବଳ ବ୍ୟକ୍ତି (ସିଆର୍‌ପି) ଏବଂ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟଙ୍କ ଭଳି ବିଭିନ୍ନ ଭୂମିକା ଗ୍ରହଣ କରିଥିଲେ । ଏହି ମହିଳାମାନେ ତୃଣମୂଳ ସ୍ତରରେ ଜୀବିକା ନିର୍ବାହ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ସମ୍ପ୍ରଦାୟ କଲ୍ୟାଣକୁ ସୁଦୃଢ କରିବାରେ ଗୁରୁତ୍ୱପୂଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି ।
ଏହି କାର୍ଯ୍ୟକ୍ରମରେ ଏକ୍ସଆଇଏମ୍‌ବି ବିଶ୍ୱବିଦ୍ୟାଳୟର ଅତିଥି ଅଧ୍ୟାପକ ଡଃ ମଧୁମିତା ରାୟ, ଚାନ୍ଦବାଲିର ଜୀବିକା ମିଶନର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ବିଣାପାଣି ପଣ୍ଡା ଏବଂ ଆଦାନୀ ଫାଉଣ୍ଡେସନର ଅଧିକାରୀମାନେ ଯୋଗ ଦେଇଥିଲେ ।

ସମ୍ମାନିତ ଅତିଥିମାନେ ସେମାନଙ୍କ ସମୁଦାୟ ମଧ୍ୟରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଏହି ମହିଳାମାନଙ୍କ ଉତ୍ସର୍ଗ ଏବଂ ଅବଦାନକୁ ପ୍ରଂଶସା କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଚିତାକର୍ଷକ କ୍ରିୟାକଳାପ ଏବଂ ପାରସ୍ପରିକ ଆଲୋଚନାତ୍ମକ ଅଧିବେଶନ ଅନ୍ତର୍ଭୁକ୍ତ ଥିଲା । ବକ୍ତାମାନେ ମହିଳାମାନଙ୍କୁ ସାମୁଦାୟିକ ବିକାଶ ଦିଗରେ ସେମାନଙ୍କର ପ୍ରୟାସ ଜାରି ରଖିବାକୁ ପ୍ରେରଣା ଦେଇଥିଲେ ଏବଂ ନେତୃତ୍ୱ, ସହଯୋଗ ଏବଂ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱରୋପ କରିଥିଲେ ।

Leave a Reply

Your email address will not be published. Required fields are marked *