ବିଜୁ ପ୍ରିମିୟର ଲିଗ ଚମ୍ପିୟାନ ଟ୍ରଫିକୁ ହାତେଇଲା ଖୋର୍ଦ୍ଧା ବିଜୁ ଛାତ୍ର ଜନତା ଦଳ

ଖୋର୍ଦ୍ଧା: ୨୪/୦୩/୨୦୨୧ : ଖୋର୍ଦ୍ଧା ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ଆନୁକୂଲ୍ୟରେ ସ୍ଥାନୀୟ ବିଜେବି ହାଇସ୍କୁଲ ଖେଳ ପଡ଼ିଆର ଚଳିତ ମାସ ୧୭ ତାରିଖରେ ଆରମ୍ଭ ହୋଇଥିବା ବିଜୁ ପ୍ରିମିୟର ଲିଗ ର ଉଦଯାପନୀ ଦିବସରେ ଫାଇନାଲ୍ ମ୍ୟାଚ ରେ ଖୋର୍ଦ୍ଧା ବିଜୁ ଛାତ୍ର ଜନତା ଦଳ ଖୋର୍ଦ୍ଧା ବିଜୁ ଯୁବ ଜନତା ଦଳକୁ କୁ ତିନି ଉଇକେଟ ରେ ହରାଇ ଲିଗ ଚମ୍ପିୟାନ ଟ୍ରଫି ହାତେଇଛନ୍ତି।

ଲିଗ ର ଶେଷ ଦିନରେ ଖୋର୍ଦ୍ଧା ଜିଲ୍ଲା କ୍ରିକେଟ ଆସୋସିଏସନ ର ସଭାପତି ତଥା ବିଧାୟକ ରାଜେନ୍ଦ୍ର କୁମାର ସାହୁ ମ୍ୟାଚ ଆରମ୍ଭରେ ଉଭୟ ଦଳର ଖେଳାଳିଙ୍କୁ ଶୁଭେଛା ଜଣାଇବା ସହିତ ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଟସ ଜିଣି ପ୍ରଥମେ ଯୁବ ଜନତା ଦଳ ଟିମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳ ନିର୍ଦ୍ଧାରିତ ୧୩ ଓଭର ରେ ୮ଉଇକେଟ ବିନିମୟରେ ସର୍ବମୋଟ ୯୧ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ଖୋର୍ଦ୍ଧା ବିଜୁ ଛାତ୍ର ଜନତା ଦଳ ଟିମ ୧୨ ଓଭର ୩ ବଲ ରେ ମାତ୍ର ୪ଟି ଉଇକେଟ ହରାଇ ୯୨ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ। ଆଜିର ମ୍ୟାଚରେ ଖୋର୍ଦ୍ଧା ବିଜୁ ଛାତ୍ର ଜନତା ଦଳର ବିମଲ ମହାପାତ୍ର ୩୧ ରନ ସଂଗ୍ରହ କରିବା ସହ ଗୋଟିଏ ଉଇକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ।

ଚମ୍ପିୟାନ ଦଳ କୁ କପ ସହିତ ନଗଦ ପଚାଶ ହଜାର ଟଙ୍କା ପୁରସ୍କାର ଓ ରନର୍ସ ଅପ ଦଳକୁ ଟ୍ରଫି ସହ ନଗଦ ତିରିଶ ହଜାର ଟଙ୍କା ଅର୍ଥ ରାଶି ଦେଇ ପୁରସ୍କୃତ କରାଯାଇଥିବା ବେଳେ ଅଶୋକ ଛୋଟରାୟଙ୍କୁ ମ୍ୟାନ ଅଫ ଦି ସିରିଜ ରୂପେ ପୁରସ୍କୃତ କରାଯାଇଥିଲା ।

ଉଦଯାପନୀ ଉତ୍ସବ ରେ ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ଦଳ ଏବଂ ରନର୍ସ ଅପ ଦଳକୁ ପୁରସ୍କୃତ କରିଥିଲେ।

ଏହି ଉତ୍ସବରେ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଜୁ ଜନତା ଦଳର ଯୁବ ବ୍ୟାପାର ଅଧ୍ୟକ୍ଷ ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ପ୍ରସାଦ ତ୍ରିପାଠୀ, ଦଶପଲ୍ଲା ବିଧାୟକ ରମେଶ କୁମାର ବେହେରା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ପାଟଣା ଗଡ଼ ବିଧାୟକ ଜଗନ୍ନାଥ ନାୟକ, ବାସୁଦେବପୁର ବିଧାୟକ ବିଷ୍ଣୁଦତ୍ତ ରାଉତରାୟ, କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଓ ବୋଲଗଡ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ସମେତ ସ୍ଥାନୀୟ ବିଧାୟକ ଜିତୁ ମିତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।

ପରିଶେଷରେ ଉପସ୍ଥିତ ବିଧାୟକ ଓ ମନ୍ତ୍ରୀଙ୍କ ସହିତ ଖୋର୍ଦ୍ଧା ବିଜୁ ଯୁବ ଜନତା ଦଳର ଟିମ ସହିତ ଏକ ବନ୍ଧୁତ୍ୱପୂର୍ଣ ଖେଳ ଆୟୋଜିତ ହୋଇଥିଲା । ଉଭୟ ମ୍ୟାଚ୍ ରେ ପ୍ରକାଶ କୁମାର ପଟ୍ଟନାୟକ ଏବଂ ଅସିତ କୁମାର ପରିଡା ମ୍ୟାଚ ପରିଚାଳନା କରିଥିବା ବେଳେ ସ୍କୋର ବୋର୍ଡ ରେ ଅସିତ କୁମାର ଦାସ ସହଯୋଗ କରିଥିଲେ। ମ୍ୟାଚ ସଂଯୋଜନା ଦାୟିତ୍ୱ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ନେଇଥିବା ବେଳେ ବିଜୁ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟ କୁ ପରିଚାଳନା କରିବାରେ ଅଭିଷେକ ସିଂ ସାମନ୍ତ, ଚଣ୍ଡୀ ପ୍ରସାଦ ଆଚାର୍ଯ୍ୟ,ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ବିଶ୍ୱଦୀପ ପ୍ରଧାନ, ବିଜୁ ଜନତା ଦଳର ନଗର ସଭାପତି ମହମ୍ମଦ ଆରିଫ, ଜିଲ୍ଲା ବିଜୁ ଯୁବ ଜନତା ଉପ-ସଭାପତି ଦିଲ୍ଲୀପ କୁମାର ମହାପାତ୍ର, ନଗର ଛାତ୍ର ସଭାପତି ଅବିନାଶ ପଟ୍ଟନାୟକ, ଅର୍ଚ୍ଚିସ୍ମାନ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ଓ ଉଦଯାପନୀ ଉତ୍ସବରେ ଜିଲ୍ଲାର ବହୁ ବିଜୁପ୍ରେମୀ ଙ୍କ ସହିତ ଅନେକ ଦେଖଣାହାରୀ ଉପସ୍ଥିତ ରହି ଖେଳର ମଜ୍ଜା ନେଇଥିଲେ ।
