ବେଦାନ୍ତ ଲାଞ୍ଜିଗଡ଼ ବଣ୍ଟନର ମହତ୍ୱକୁ ସୂଚାରୁରୂପେ ପ୍ରତିପାଦନ କରିଛି

ବେଦାନ୍ତ ଲାଞ୍ଜିଗଡ଼ ନୂତନ ବର୍ଷର ସଂଧ୍ୟାକୁ ସମ୍ପ୍ରଦାୟ ସହିତ ଉତ୍ସବରୂପେ ପାଳନ କରିଛି

ଲାଞ୍ଜିଗଡ଼, କାଲାହାଣ୍ଡି ଜିଲ୍ଲା, ଓଡ଼ିଶା, ୬ ଫେବୃଆରୀ ୨୦୨୪  – ବେଦାନ୍ତ ଲିମିଟେଡ୍‌, ଲାଞ୍ଜିଗଡ଼, ଭାରତର ମେଟାଲୋଜିକାଲ୍ ଗ୍ରେଡ୍ ଆଲୁମିନିୟମ୍‌ର ଉତ୍ପାଦନକାରୀ ତଥା ବେଦାନ୍ତ ଆଲୁମିନିୟମ୍‌ର ଏକ ଅଂଶ, ନିକଟରେ ଲାଞ୍ଜିଗଡ଼ରେ ସ୍ଥାନୀୟ ସମ୍ପ୍ରଦାୟ ସହିତ ଦାନ କରିବାର ଆନନ୍ଦକୁ ପାଳନ କରିଛି । ଅନ୍ତର୍ଭୂକ୍ତ ଅଭିବୃଦ୍ଧି ପ୍ରତିପୋଷଣ କରିବା ଏବଂ ବେଦାନ୍ତର ଇଚ୍ଛାକୁ ସେବା ଯୋଗାଇବା ତଥା ଏହାର କାର୍ଯ୍ୟକାରିତା ସହିତ ସ୍ଥାନୀୟ ସମ୍ପ୍ରଦାୟ ସହିତ ସଂଯୋଗ ସ୍ଥାପନ ପାଇଁ ବେଦାନ୍ତ ଲଞ୍ଜିଗଡ଼ର ସିଇଓ ଶ୍ରୀ ପ୍ରଣବ ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କ ସହକର୍ମୀମାନେ ୫ଟି ବିଭିନ୍ନ ଗ୍ରାମକୁ ଯାତ୍ରାକରି ୫୦୦ ରୁ ଅଧିକ ସମ୍ପ୍ରଦାୟର ସଦସ୍ୟଙ୍କ ନିକଟରେ ପହଂଚିଥିଲେ ।


ନୂତନ ପୋଷାକ ଏବଂ କମ୍ବଳ ବଂଟିବା, ପୁଷ୍ଟିକର ଖାଦ୍ୟ, କ୍ରୀଡା ଉପକରଣ ଏବଂ ଗିଅର, ପିଲାମାନଙ୍କ ପାଇଁ ଚକୋଲେଟ୍ ଏବଂ ସ୍ନାକ୍ସ, ମାଗଣା ସ୍ୱାସ୍ଥ୍ୟ ଯାଂଚ ସହିତ ନୃତ୍ୟ ପରି ବିଭିନ୍ନ ମଜାଳିଆ କାର୍ଯ୍ୟ ତଥା ସମ୍ପ୍ରଦାୟର ସଦସ୍ୟମାନଙ୍କ ସହିତ ଗୀତ ଗାଇବା, ସ୍ଥାନୀୟ ସଂସ୍କୃତିରେ ନିୟୋଜିତ ହୋଇ ଏହି ଦିନଟକୁି ଏକ ହୃଦୟସ୍ପର୍ଶୀ ଭାବେ ପାଳନ କରିଥିଲେ ।


ବେଦାନ୍ତ ଲାଞ୍ଜିଗଡ଼ ସହିତ ଅର୍ଥପୂର୍ଣ୍ଣ ସଂଯୋଗ ସ୍ଥାପନ କରିବା ଏବଂ ସମାଜର କଲ୍ୟାଣ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇବା ପାଇଁ ସମାଜର ଜୀବନରେ ନିଜକୁ ନିୟୋଜିତ କରିବାର ମୌଳିକତାକୁ ଗ୍ରହଣ କରେ । ଏହି ପରମ୍ପରାରେ କମ୍ପାନୀ ନୂତନ ବର୍ଷରେ ଏହି ହୃଦୟସ୍ପର୍ଶୀ ଅବଦାନ ଯାହାକି ଶିଶୁ, ବୃଦ୍ଧ ଏବଂ ପରିବାରର ଜୀବନରେ ହସ ଏବଂ ଆନନ୍ଦ ଆଣିଦେଇଛି ।


ଏହି ଅବସରରେ ଶ୍ରୀ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ, ସିଇଓ- ଆଲୁମିନା ବ୍ୟବସାୟ, ବେଦାନ୍ତ ଲିମିଟେଡ୍‌- କହିଛନ୍ତି ଯେ ଯେତେବେଳେ “ଆମେ ବିଭିନ୍ନ ସଂସ୍କୃତିକୁ ଗ୍ରହଣ କରୁ ସେତେବେଳେ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ସ୍ମରଣୀୟ ହୋଇଯାଏ । ବେଦାନ୍ତ ଲାଞ୍ଜିଗଡ଼ରେ, ଆମର ନିରନ୍ତର ପ୍ରୟାସ ହେଉଛି ସମ୍ପ୍ରଦାୟ ସହିତ ଘନିଷ୍ଠ ସମ୍ପର୍କ ସୃଷ୍ଟି ତଥା ଅର୍ଥପୂର୍ଣ୍ଣ ସଂଯୋଗ ସ୍ଥାପନ କରିବା । ମୁଁ ଦୃଢ ଭାବରେ ବିଶ୍ୱାସ କରେ ଯେ ବ୍ୟବସାୟ ଏବଂ ନେତୃତ୍ୱ ଉତ୍କର୍ଷର ପ୍ରକୃତ ମାପ ସମ୍ପ୍ରଦାୟ ସହିତ ତୃଣମୂଳ ସ୍ତରରେ ପ୍ରତିଷ୍ଠିତ ସମ୍ପର୍କକୁ ଦୃଢ କରିବା । ଆମର ଉତ୍ସବର ଏକତା ଏବଂ ସ୍ଥାୟୀ ସମ୍ପର୍କ ଗଢିବା ପାଇଁ ପ୍ରତିବଦ୍ଧତା ମଧ୍ୟରେ ବେଦାନ୍ତ ଲଞ୍ଜିଗଡ଼ ଏହି ନୈତିକତା ପାଇଁ ଉଚ୍ଚ ସମ୍ମାନ ପ୍ରଦାନ କରେ” ।


ଏହି ପଦକ୍ଷେପକୁ ପ୍ରଶଂସା କରି ଆନଜୋଡି ଗ୍ରାମର ସରପଂଚ ଶ୍ରୀମତୀ ଚଂଚଳା ମାଝୀ ପ୍ରକାଶ କରିଛନ୍ତି, “ଯେତେବେଳେ ସମାଜ କଲ୍ୟାଣ କଥା ଉଠେ ସେତେବେଳେ ବେଦାନ୍ତ ଲାଞ୍ଜିଗଡ ସର୍ବଦା ଆଗରେ ରହିଆସିଛି । ଏହିପରି ବରିଷ୍ଠ କାଯ୍ୟକର୍ତାମାନେ ଆମକୁ ଭେଟିବା, ଆମ ସହିତ ଖାଇବା ଏବଂ ପିଲାମାନଙ୍କ ସହିତ ଜଡିତ ହେବା ଏକ ଉଲ୍ଲେଖନୀୟ ମୁହୂର୍ତ ଥିଲା । ଆମ ତଥା ଅନ୍ୟ ସମସ୍ତ ସମ୍ପ୍ରଦାୟର ସଦସ୍ୟମାନଙ୍କ ପ୍ରତି ସର୍ବଦା ସେମାନଙ୍କର ଉଚ୍ଚ ସମ୍ମାନ ପ୍ରଦାନ କରିଥିବାରୁ ମୁଁ ବେଦାନ୍ତ ଲଞ୍ଜିଗଡ଼କୁ ଧନ୍ୟବାଦ ଜଣାଉଛି” ।


ସ୍ଥାୟୀ ଜୀବିକା, ଗୁଣାତ୍ମକ ଶିକ୍ଷା, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ, ଜଳ ଏବଂ ପରିମଳ ଏବଂ ସମ୍ପ୍ରଦାୟର ଭିତିଭୂମି କ୍ଷେତ୍ରରେ ବେଦାନ୍ତ ଲଞ୍ଜିଗଡର ସାମାଜିକ ହସ୍ତକ୍ଷେପ ୬୭ରୁ ଅଧିକ ଗ୍ରାମ ଏବଂ ନିକଟବର୍ତୀ ଅଂଚଳରେ ପହଂଚିଛି । ଏହା ୩୭୮ ରୁ ଅଧିକ ଏସଏଚଜି ରୁ ୪୦୦୦ ରୁ ଅଧିକ ମହିଳାଙ୍କୁ ସଶକ୍ତ କରିଛି; ବାର୍ଷିକ ପ୍ରାୟ ୬୦,୦୦୦ ଲୋକଙ୍କୁ ଗୁଣାତ୍ମକ ଏବଂ ଦ୍ୱାରସ୍ଥ ସ୍ୱାସ୍ଥ୍ୟସେବା ଯୋଗାଉଛି, ଲଞ୍ଜିଗଡର ପ୍ରଥମ ଇଂରାଜୀ-ମାଧ୍ୟମ ବିଦ୍ୟାଳୟ- ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠା କରିଛି; ଅତ୍ୟାଧୁନିକ ସୁବିଧା ସହିତ ସଜ୍ଜିତ ୨୦୦ ରୁ ଅଧିକ ନନ୍ଦ ଘରରେ ୪୦୦୦ ଶିଶୁ ଏବଂ ୮୦୦ ମହିଳାଙ୍କୁ ପ୍ରତିପୋଷଣ କରିବା ଏବଂ କ୍ରୀଡା ଏବଂ ଦକ୍ଷତା ତାଲିମ ପଦକ୍ଷେପ ମାଧ୍ୟମରେ ପ୍ରାୟ ୨୦୦ ଯୁବକଙ୍କୁ ସଶକ୍ତ କରିଛି ।

Leave a Reply

Your email address will not be published. Required fields are marked *