Month: April 2023

ଦୁଷ୍କର୍ମ ଅଭିଯୋଗରେ ଡାକ୍ତରଖାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଗିରଫ

ବଡ଼ବିଲ :: ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ କୋର୍ଟ ଚାଲାଣ ପୂର୍ବରୁ ଡାକ୍ତରୀ ପରୀକ୍ଷା ପାଇଁ ଯାଇଥିବା ବେଳେ ପୋଲିସ ହେଫାଜତରୁ ଡାକ୍ତରଖାନାରୁ ଦୌଡ଼ି ଖସିଯିବାରେ...

ଟିପିଏସ୍ଓଡିଏଲ୍ ପକ୍ଷରୁ ପଥପ୍ରାନ୍ତ ନାକଟ ଜରିଆରେ ଜନ ସଚେତନତା ସୃଷ୍ଟି

ପଶୁ ଶିକାର ପାଇଁ ବେଆଇନ ହୁକିଂ, ଟିପିଏସ୍ଓଡିଏଲ୍ ଭିତ୍ତିଭୂମି ନିକଟରେ ବେଆଇନ ନିର୍ମାଣ ଏବଂ ଘରୋଇ ବିଦ୍ୟୁତ ସୁରକ୍ଷା ବିଷୟବସ୍ତୁ ଉପରେ ସଚେତନତା ଅଭିଯାନ ବ୍ରହ୍ମପୁର, ୩୦...

କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ଛାତ୍ରୀ ଜେଇଇ ଓଡ଼ିଶା ଟପ୍‌ପର

ଭୁବନେଶ୍ୱର, ୨୯ । ୪: କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ଛାତ୍ରୀ ପ୍ରିୟଙ୍କା ସର ଜେଇଇ ମେନ୍‌ରେ ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ଜେଇଇ ମେନ୍‌ ପରୀକ୍ଷା ଫଳ...

ଜାତୀୟ ରାଜପଥ ୧୬ ପିତାପଲ୍ଲୀ ରାସ୍ତାରେ ମୋ ବସ୍ ଆଇଚର୍ ମୁହାଁମୁହିଁ : ତିନି ଗୁରୁତର ଦଶରୁ ଉର୍ଦ୍ଧ ଯାତ୍ରୀ ଆହତ

ଖୋର୍ଦ୍ଧା: ୩୦/୪(ପ୍ରବାହ ନିଉଜ୍) ଖୋର୍ଦ୍ଧା ସହର ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ପିତାପଲ୍ଲୀ ରାସ୍ତାରେ ମୋ ବସ୍ ଯାତ୍ରୀବାହୀ ବସ୍ ସହିତ ଆଇଚର୍ ଟ୍ରକ୍ ମଧ୍ୟରେ...

ଜାତିସଂଘ ମୁଖ୍ୟାଳୟରୁ ହେବ ମୋଦୀଙ୍କ ‘ମନ କି ବାତ୍’ର ୧୦୦ତମ ଅଧ୍ୟାୟର ସିଧା ପ୍ରସାରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ତମ ଅଧ୍ୟାୟକୁ ମିଳିତ ଜାତିସଂଘ ମୁଖ୍ୟାଳୟରୁ ସିଧା ପ୍ରସାରଣ କରାଯିବ। ଏନେଇ...

ନାରୀ ‌ଯୌନନିର୍ଯାତନାକାରୀଙ୍କୁ ଫାଶୀ ଦିଆଯାଉ : କୁସ୍ତିଯୋଦ୍ଧା ଆନ୍ଦୋଳନ ସ୍ଥାନରେ ପହଞ୍ଚି କହିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ର ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନେ ଚଳାଇଥିବା ଆନ୍ଦୋଳନ ସ୍ଥାନରେ ପହଞ୍ଚିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।...

ଶସ୍ତା ଲୋକଙ୍କଠାରୁ ସମ୍ମାନ ଆଶା କରିବା ଭୁଲ

ମୁମ୍ବାଇ: ଗୁରୁବାର ଦିନ ୬୮ତମ ଫିଲ୍ମଫେୟାର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଫିଲ୍ମ ଓ କଳକାରଙ୍କୁ ଫିଲ୍ମଫେୟାର ପୁରସ୍କାର ଦିଆଯାଇ ସମ୍ମାନିତ...

ଜିଆ ଖାନ୍‌ ଆତ୍ମହତ୍ୟା ମାମଲାରେ ଅଭିନେତା ସୂରଜ ପାଞ୍ଚୋଲି ଦୋଷମୁକ୍ତ

ମୁମ୍ବାଇ: ଅଭିନେତ୍ରୀ ଜିଆ ଖାନ୍‌ଙ୍କ ଆତ୍ମହତ୍ୟା ମାମଲାରେ ଆଜି ‘ସିବିଆଇ’ର ସ୍ବତନ୍ତ୍ର ଅଦାଲତ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଛନ୍ତି। ଯଥେଷ୍ଟ ପ୍ରମାଣ...

ଅନ୍‌ଲାଇନ୍‌ ଦୋସ୍ତି: ୬ ଓ ୯ ଲକ୍ଷ ଟଙ୍କା ଠକାମୀର ଶିକାର ହେଲେ ଦୁଇ ମହିଳା

ମୁମ୍ବାଇ: ଆଜିକାଲି ସୋସିଆଲ୍‌ ମିଡିଆ ଜରିଆରେ ଠକାମିର ଶିକାର ହେବା କିଛି ବଡ଼ କଥା ନୁହେଁ। ଏପରି ଅନେକ ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ନିକଟରେ ୨ ଜଣ...

ବେଦାନ୍ତ ଲିମିଟେଡର ଆଲୁମିନିୟମ ବ୍ୟବସାୟକୁ କାର୍ଯ୍ୟଦକ୍ଷତା ମାନକ ପାଇଁ ଏଏସଆଇ ପ୍ରମାଣପତ୍ର

ଭୁବନେଶ୍ୱର ଏପ୍ରିଲ ୨୭, ୨୦୨୩: ବେଦାନ୍ତ ଲିମିଟେଡ୍ - ଆଲୁମିନିୟମ୍ ବ୍ୟବସାୟ (ବେଦାନ୍ତ ଆଲୁମିନିୟମ୍‌) ଏହାର ସେଜ ସ୍ମେଲଟରରେ ଏଏସଆଇ କାର୍ଯ୍ୟଦକ୍ଷତା ମାନକ ଭି୨ (୨୦୧୭) ପ୍ରମାଣପତ୍ର...

ସମସ୍ତଙ୍କୁ ଭଲ ପାଅ, ସମ୍ମାନ ଓ ସିକୃତି ଦିଅ : ରାଜ୍ୟପାଳ

କିସ୍ ପରିଦର୍ସନ ରେ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ୱର୍ ,୨୫ା୪: ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ଆର୍‍ଏସ୍‍ଏସ୍‍ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦ୍ରେଶ କୁମାର...

ବେଦାନ୍ତ ଲଞ୍ଜୀଗଡର ଉତ୍ଥାନ ଯୋଜନା କାଲାହାଣ୍ଡି ଏବଂ ରାୟଗଡାରେ ନିଯୁକ୍ତି ସୁଯୋଗକୁ ବଢାଇବ

ଆଲୁମିନା ରିଫାଇନାରୀ କାର୍ଯ୍ୟରେ ବିଭିନ୍ନ କାର୍ଯ୍ୟପାଇଁ ୭୩ ସ୍ନାତକ ଯୁବକଙ୍କୁ ନିଯୁକ୍ତି ଦିଆଯାଇଛି ଲଞ୍ଜୀଗଡ, କାଲାହାଣ୍ଡି; ଏପ୍ରିଲ ୨୫, ୨୦୨୩ : ବେଦାନ୍ତ ଲିମିଟେଡ, ଧାତୁଗତ ଗ୍ରେଡ୍...

ଖଣ୍ଡପଡା ଏସ୍ଡ଼ିପିଓ ପ୍ରଭାତ ମଲିକ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଦ୍ୱତୀୟ ସ୍ଥାନ

ନୟାଗଡ଼: ନୟାଗଡ ଜିଲ୍ଲା ଖଣ୍ଡପଡା ର ପୋଲିସ ଅଫିସର ଶ୍ରୀ ପ୍ରଭାତ ମଲିକ ସମଗ୍ର ଓଡିଶା ର ଏସଡ଼ିପିଓ ଙ୍କ କାର୍ଯ୍ୟ ସମ୍ପାଦନା ଦକ୍ଷତା କ୍ଷେତ୍ରରେ ଦ୍ୱତୀୟ...

ମୁଁ ପୁଣି ରାଷ୍ଟ୍ରପତି ହେବି : ଜୋ ବାଇଡେନ୍

ଓ୍ବାସିଂଟନ : ଆସନ୍ତା ୨୦୨୪ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପୁଣି ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି ଜୋ ବାଇଡେନ । ଏକ ଟୁଇଟ୍ କରି...

ମାର୍ଜିତ ଜୀବନଶୈଳୀ ଅନ୍ତ୍ର ସମସ୍ୟାକୁ ରୋକିପାରିବ: କିମ୍‌ସ ବିଶେଷଜ୍ଞ

ଭୁବନେଶ୍ୱର: ତଳିପେଟରେ ଯନ୍ତ୍ରଣା, ପେଟ ଫୁଲିବା, ବାରମ୍ବାର ଝାଡ଼ାରେ ପରିବର୍ତ୍ତନ ହେଉଥିଲେ ସାଧାରଣତଃ ଏହା ଅନ୍ତ୍ର ସମସ୍ୟା (ଇରିଟେବଲ୍‌ ବାଉଲ୍‌ ସିଣ୍ଡ୍ରୋମ୍‌ ବା ଇବିସି) ବୋଲି ଡାକ୍ତରମାନେ କହିଥାନ୍ତି। ଏହି ସମସ୍ୟା କ୍ରମାଗତ ଲାଗି ରହିଲେ ଏହା ଏକ ପୁରାତନ ରୋଗରେ ପରିଣତ ହୋଇଥାଏ। ଡାକ୍ତରଙ୍କ ପରାମର୍ଶ କ୍ରମେ ପରିମାର୍ଜିତ ଜୀବନଶୈଳୀ ଆପଣାଇଲେ ଏହି ସମସ୍ୟା ଦୂର ହୋଇପାରିବ ବୋଲି କିମ୍‌ସ-ଭୁବନେଶ୍ୱରର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜି ବିଶେଷଜ୍ଞ ଡା. ପ୍ରିତମ୍‌ ନାଥ ପ୍ରକାଶ କରିଛନ୍ତି। ଲାଳଯୁକ୍ତ ମଳ, ଝାଡ଼ା ପରେ ପେଟରେ ଆଉ କିଛି ମଳ ରହିବା ଭଳି ଅନୁଭବ ହେବା ଆଦି ଏହି ରୋଗର ଲକ୍ଷଣ। ଅନ୍ତ୍ରରେ ଅତ୍ୟଧିକ ସମ୍ବେଦନଶୀଳତା, ମାନସିକ ବିସାଦ ଓ ଅନ୍ତ୍ରରେ ଜୀବାଣୁ ଆଦି ଜଟିଳ ଓ ବହୁକ୍ରିୟାତ୍ମକ ବିକାର ରହିଲେ ଏହି ରୋଗ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି। ଏହା ଏକ ସାଧାରଣ ସମସ୍ୟା ହୋଇଥିଲେ ମଧ୍ୟ ୧୦ରୁ ୧୫ ପ୍ରତିଶତ ପ୍ରାପ୍ତବୟସ୍କଙ୍କଠାରେ ଏଭଳି ଲକ୍ଷଣ ଦେଖାଦେଇଥାଏ। ପ୍ରାଥମିକସ୍ତରରେ ଡାକ୍ତରମାନେ ଏହାର ଉପଚାର କରିପାରିଥାନ୍ତି। ଏହାର ପ୍ରକୋପ ଅଧିକ ହେଲେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ପରାମର୍ଶ ନେବାକୁ ପଡ଼ିଥାଏ। କିମ୍‌ସ-ଭୁବନେଶ୍ୱରରେ ଥିବା ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜି ବିଭାଗ ଏବେ ଏହାର ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ କରିବାରେ ସଫଳ ହେଇଛି। ଏହି ରୋଗ ସାଧାରଣ ତିନି ଲକ୍ଷଣଯୁକ୍ତ ହୋଇଥାଏ। ପ୍ରଥମତଃ କୋଷ୍ଠକାଠିନ୍ୟ-ଯୁକ୍ତ, ଦ୍ୱିତୀୟରେ ତରଳଝାଡ଼ା-ଯୁକ୍ତ ଓ ତୃତୀୟରେ ଉଭୟ କୋଷ୍ଠକାଠିନ୍ୟ ଓ ତରଳଝାଡ଼ାର ମିଶ୍ରିତ ରହିଥିବା ଲକ୍ଷଣ। ଜଣେ ରୋଗୀଙ୍କଠାରେ ମଧ୍ୟ ଏହି ତିନୋଟିଯାକ ଲକ୍ଷଣ ଦେଖା ଦେଇପାରେ। ସୁସ୍ଥ ଜୀବନଶୈଳୀ ଆପଣାଇ ପାରିଲେ ଏହି ରୋଗରୁ ମୁକ୍ତି ମିଳିବାର ଯଥେଷ୍ଟ ସମ୍ଭାବନା ଥାଏ। ଯେଉଁ ଖାଦ୍ୟ ଦ୍ୱାରା ଏହି ସମସ୍ୟା ସୃଷ୍ଟି ହୋଇଥାଏ, ସେହିସବୁ ଖାଦ୍ୟଠାରୁ ଦୂରେଇ ରହିବା ଓ ନିୟମିତ ବ୍ୟାୟାମ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଡା. ନାଥ ପରାମର୍ଶ ଦେଇଛନ୍ତି। ଖାଦ୍ୟରେ ଘରୋଇ ଖାଦ୍ୟ ଖାଇବା, ଅତ୍ୟଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟ ତଥା ପ୍ରକ୍ରିୟାକରଣ ଖାଦ୍ୟଠାରୁ ଦୂରେଇ ରହିବା ସହ ସମୟକୁ ସମୟ ଖାଦ୍ୟ ଗ୍ରହଣ କରିବା ଉଚିତ। ଖାଦ୍ୟ ଖାଇବା ସମୟରେ ଧୀରେଧୀରେ ଖାଇବା, ଉପଯୁକ୍ତ ପରିମାଣରେ ପାଣି ପିଇବା, ନିୟମିତ ଶାରୀରିକ ବ୍ୟାୟାମ ତଥା ପ୍ରାଣାୟାମ, ମାନସିକ ଶାନ୍ତି ପାଇଁ ଧ୍ୟାନ ଆଦି କଲେ ଏହି ସମସ୍ୟାର ନିୟନ୍ତଣ ହୋଇଥାଏ। ଚା ପିଇବାରେ ନିୟନ୍ତ୍ରଣ ଆଣିବା (ଦିନକୁ ତିନିଥରରୁ ଅଧିକ ନୁହେଁ), ମଦ୍ୟ, ଗ୍ୟାସ୍‌ଯୁକ୍ତ ଥଣ୍ଡା ପାନୀୟ ଓ ତମାଖୁ ଆଦି ନିହାତି ବର୍ଜନ କରିବା ଜରୁରି। ସେଓ, ଆପ୍ରିକଟ, ବ୍ଲାକ୍‌ବେରୀ, ଡବାରେ ଥିବା ଫଳ, ଖଜୁରୀ ଓ ଡ୍ରାଏଫ୍ରୁଟ୍‌ ଆଦି ନ ଖାଇ କଦଳୀ, ମସ୍କମେଲନ, ଅଙ୍ଗୁର, କ୍ୱିୱି, ଲେମ୍ବୁ, କମଳା ଓ ସପୁରୀ ଆଦି ଖିଆଯାଇପାରିବ। ସେହିପରି ପନିପରିବା ମଧ୍ୟରେ ଗାଜର, ବନ୍ଧାକୋବି, ମକା, କାକୁଡ଼ି ଓ ବିନ୍‌ ଆଦି ଖାଇ ପାରିବେ। ଯେଉଁମାନଙ୍କ ଶରୀରରେ ଲାକ୍ଟୋଜଯୁକ୍ତ ଖାଦ୍ୟ ହଜମ ହୁଏ ନାହିଁ ସେମାନେ ଲାକ୍ଟୋଜ-ଫି୍ର (ଶର୍କରାମୁକ୍ତ) କ୍ଷୀର ଓ ଦୁଗ୍‌ଧଜାତ ଉତ୍ପାଦ ମଧ୍ୟ ଖାଦ୍ୟ ଭାବେ ଗ୍ରହଣ କରିପାରିବେ ବୋଲି ଡା ନାଥ କହିଛନ୍ତି।