ଆଦାନୀ ଡିଏଭି ପବ୍ଲିକ୍ ସ୍କୁଲ୍ର ୧୫ତମ ପ୍ରତିଷ୍ଠା ଦିବସ ପାଳିତ
ଧାମରା, ୦୭.୦୪.୨୦୨୬: ଧାମରାସ୍ଥିତ ଆଦାନୀ ଡିଏଭି ପବ୍ଲିକ ସ୍କୁଲ୍ର ୧୫ତମ ପ୍ରତିଷ୍ଠା ଦିବସ ହର୍ଷ ଓ ଉହ୍ଲାସର ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲି ସ୍ଥିତ ଗଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ସିଆର୍ସିସି ତଥା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଆଜୀବନ ସଦସ୍ୟ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଜେନା ମୁଖ୍ୟ ଅତିଥି ଏବଂ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଶ୍ରୀମତୀ ଉତ୍କଳିକା ପ୍ରିୟଦର୍ଶିନୀ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଦାନୀ ଫାଉଣ୍ଡେସନର ପ୍ରକଳ୍ପ ଅଧିକାରୀ ଶ୍ରୀଯୁକ୍ତ ମୃଣ୍ମୟ କୁମାର ମାନ୍ନା ଏବଂ ଡିଏଭି ସ୍କୁଲର ପୂର୍ବତନ ଶିକ୍ଷାବିତ ଶ୍ରୀଯୁକ୍ତ ଦେବ ନାରାୟଣ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଶିକ୍ଷକମାନେ ବିଦ୍ୟାଳୟର ପ୍ରାରମ୍ଭିକ ଦିନ ଏବଂ ଏହାର ଉଲ୍ଲେଖନୀୟ ପ୍ରଗତିକୁ ସ୍ମରଣ କରି ନିଜର ଅନୁଭୂତି ବଖାଣିଥିଲେ ।
ପ୍ରତିଷ୍ଠା ଦିବସ ଉପଲକ୍ଷେ ଆନ୍ତଃବିଦ୍ୟ।।ଳୟ ଚିତ୍ରାଙ୍କନ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଛାତ୍ର ଜୀବନର ଗୁରୁତ୍ୱ ଓ ସମାଜ ସେବାରେ ତାହାର ଭୂମିକାକୁ ଉଲ୍ଲେଖ କରିଥିଲେ । ଅଧ୍ୟକ୍ଷା ଶ୍ରୀମତୀ କୃଷ୍ଣପ୍ରିୟା ଷଡ଼ଙ୍ଗୀଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କୁ ବୋଧିସତ୍ତ୍ୱ୍ୱ ଭଳି ପରୋପକାର ସ୍ୱର୍ଗୀୟ ସେବାରେ ନିୟୋଜିତ ହେବାକୁ ପ୍ରେରିତ କରିଥିଲେ । ଅଧ୍ୟକ୍ଷା ମହୋଦୟା ଶ୍ରୀମତୀ କୃଷ୍ଣପ୍ରିୟା ଷଡ଼ଙ୍ଗୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଯଶ, କୀର୍ତ୍ତି ଓ ଗୌରବମୟ ପରମ୍ପରାକୁ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ଦେଇଥିଲେ । ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚାରା ରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା, ଯାହା ଦିନଟିକୁ ସ୍ମରଣୀୟ କରିଥିଲା । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଶ୍ରୀ ସୌମ୍ୟ ରଞ୍ଜନ ଦାଶ ଏବଂ ସୁଶ୍ରୀ ପ୍ରିୟଦର୍ଶିନୀ ପୃଷ୍ଟିଙ୍କ ଦ୍ୱାରା ସୁଚାରୁ ଭାବେ ପରିଚାଳିତ ହୋଇଥିଲା । ପରିଶେଷରେ ସୁଶ୍ରୀ ଗୀତାଞ୍ଜଳି କୁମାରୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ସହଭାଗିତାରେ ଭବ୍ୟ ସଫଳତା ସହ ଉତ୍ସବ ଶେଷ ହୋଇଥଲା ।
