ଧରାପଡ଼ିଲେ ଡକାୟତ ଗ୍ୟାଙ୍ଗ ୭ ସଦସ୍ୟ
ଧରାପଡ଼ିଲେ ଡକାୟତ ଗ୍ୟାଙ୍ଗ ୭ ସଦସ୍ୟ
ଚର୍ଚ୍ଚିତ ଗଡ଼ଖୋର୍ଦ୍ଧା ମନ୍ଦିର ଚୋରି ସହ ଏକାଧିକ ମାମଲାରେ ସମ୍ପୃକ୍ତ
ଖୋର୍ଦ୍ଧା, (ପ୍ରବାହ ନ୍ୟୁଜ୍): ଖୋର୍ଦ୍ଧା ଓ ଅ ।ଖପାଖ ଅଞ୍ଚଳରେ ଗତ ୫-୬ ମାସ ଧରି ହୋଇଥିବା ଏକାଧିକ ଚୋରି ଓ ଲୁଟ ଘଟଣାରେ ସମ୍ପୃକ୍ତ ଥିବା ଏକ ଡକାୟତ ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କୁ ଗୁରୁବାର ସକାଳେ ଖୋର୍ଦ୍ଧା ଟାଉନ୍ ଥାନା ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ୭ ଜଣଙ୍କ ନିକଟରୁ ଖଣ୍ଡା, ଫାର୍ଶା, ଚାପଡ (କାତି), ଲୁହା ରଡ୍, ଟର୍ଚ୍ଚ ଲାଇଟ୍ ଓ ମୋଟର ସାଇକଲ ଏବଂ ଚୋରି କରି ଫେରାର୍ ହେବା ନିମନ୍ତେ ଖୋର୍ଦ୍ଧା ସହରର ବିଭିନ୍ନ ମାର୍ଗ ଥିବା ଏକ ହାତ ତିଅ ।ରି ମ୍ୟାପ୍ ଜବତ କରାଯାଇଛି ।
ସୂଚନାନୁସାରେ, ସକାଳ ପ୍ରାୟ ସାଢ଼େ ୬ଟା ବେଳେ ମୁକୁନ୍ଦପ୍ରସାଦ ନିକଟ ଗୋଶାଳା ପଡ଼ିଅ ।ର ଏକ ପରିତ୍ୟକ୍ତ ଘରେ କେତେକ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ଥିବା ପୋଲିସ ସୂଚନା ପାଇଥିଲା । ସୂଚନା ପରେ ଏସ୍ପି ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶରେ ଏସ୍ଡିପିଓ ସୁଶୀଲ କୁମାର ମିଶ୍ରଙ୍କ ତତ୍ତ୍ୱବଧାନରେ ଟାଉନ୍ ଥାନା ଅ ।ଇଅ ।ଇସି ସଂଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଏସ୍ଅ ।ଇ ଦିଗବିଜୟ ବିଶ୍ୱାଳ, ବିଜୟ କେତନ ବେହେରା, ଏଏସ୍ଅ ।ଇ ଶରତ ଚନ୍ଦ୍ର ପ୍ରଧାନଙ୍କୁ ନେଇ ଏକ ୮ ଜଣିଅ । ଟିମ୍ ଘଟଣାସ୍ଥଳରେ ପହଞ୍ôଚ ଦୁର୍ବୃତ୍ତଙ୍କୁ ଚାରିପଟୁ ଘେରାବନ୍ଦୀ କରିଥିଲେ । ଏହି ଚଢ଼ଉରେ ୭ଜଣ ଯୁବକ ଧରାପଡ଼ିଥିଲେ । ସେମାନେ ହେଲେ ଜଟଣୀ ବେଣାପଞ୍ଜରୀର ସେକ୍ ଇବାଦୁଲ୍ଲା(୨୦), ସେକ୍ ୟୁସୁଫ୍ ଓରଫ ରିଙ୍କୁ ଓରଫ ହାଣ୍ଡି (୨୧), ଜେମାଦେଈର ମଇନା ବେହେରା ଓରଫ ସଞ୍ଜୟ (୨୭), ଭାଲିଅ ।ବାଡ଼ିର ବିପିନ ବେହେରା ଓରଫ ନିଲୁ (୨୨), ଜେମାଦେଈର ସନ୍ତୋଷ ସାହୁ ଓରଫ ଓବରାଇ (୩୩), ଦିପୁ ପରିଡ଼ା (୨୮) ଓ ଚନ୍ଦକା ହରିଡ଼ାମାଡ଼ର ବିକାଶ ବେହେରା (୨୦) ।
ସୂଚନା ଅନୁଯାୟୀ, ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଗୋଟିଏ ଫାର୍ଶା, ୨ଟି କାତି, ୩ଟି ଲୁହା ରଡ୍, ୪ଟି ଟର୍ଚ୍ଚ ଲାଇଟ୍, ୨ଟି ବାଇକ୍ (ଓଅ ।ର୍ ୦୨ ଟି ୨୫୩୪ ଏବଂ ଓଡି ୩୩ ଟି ୨୨୯୭) ଓ ଗୋଟିଏ ମ୍ୟାପ୍ ଜବତ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ସେକ୍ ଇବାଦୁଲ୍ଲା, ସେକ୍ ୟୁସୁଫ୍ ଚଳିତ ବର୍ଷ ମଇ ୧୩ ତାରିଖରେ ଗଡ଼ ଖୋର୍ଦ୍ଧା ଜଗନ୍ନାଥ ମନ୍ଦିରରୁ ଲୁଟ ଓ ଜୁନ୍ ୧୪ ତାରିଖରେ ବାଟମଙ୍ଗଳା ଛକଠାରେ ଥିବା ଏକ ପାନ ଦୋକାନ ଲୁଟରେ ସମ୍ପୃକ୍ତ ଅଛନ୍ତି । ପରେ ସେମାନଙ୍କୁ ପଚରାଉଚୁରାରେ ସେମାନଙ୍କ ଘରୁ ମନ୍ଦିରରୁ ଲୁଟ କରିନେଇଥିବା ଦାନ ବାକ୍ସ, ବିସ୍କୁଟ୍, ଟୁଥପେଷ୍ଟ, ସିଗାରେଟ୍, ସାନିଟାଇଜର, ଫିନଲ୍ ଅ ।ଦି ଉଦ୍ଧାର କରାଯାଇଛି ।
ଏହି ଘଟଣାରେ ଭାରତୀୟ ପିଙ୍ଗଳକୋଡ୍ ଦଫା ୩୯୯, ୪୦୨, ୨୯୪, ୫୦୬ ଓ ୨୫ ବେଅ ।ଇନ ଅସ୍ତ୍ରଶସ୍ତ୍ର ଅ ।ଇନରେ ୨୩୯୍ୟ୨୦୨୧ରେ ମାମଲା ରୁଜୁ କରାଯିବା ସହ କୋର୍ଟଚାଲାଣ କରାଯାଇଛି ।
