ଡାକ୍ତର ମନୋଜ ସାହୁଙ୍କୁ ସମ୍ମାନଜନକ “କାମରାଜର ଇନଷ୍ଟିଚୁଟ୍ ଅଫ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ-୨୦୨୧” ସମ୍ମାନ*

0
DR

କୋରନା କାଳରେ ନିଜର ଜୀବନକୁ ବାଜି ଲଗାଇ ରୋଗୀଙ୍କ ଚିକିତ୍ସାରେ ନିଜକୁ ନିୟୋଜିତ କରୁଛନ୍ତି ଡାକ୍ତରମାନେ । ଏପରି ସମୟରେ ତାମିଲନାଡୁର ଥେନି ସ୍ଥିତ କାମରାଜର ଇନଷ୍ଟିଚୁଟ୍ ଅଫ୍ ଏଜୁକେସନ ଆଣ୍ଡ ରିସର୍ଚ ଇନଷ୍ଟିଚୁଟ ପକ୍ଷରୁ ଚଳିତ ବର୍ଷ ଆୟୋଜିତ ହୋଇଯାଇଛି ଏକ ୱେବନାର । ପ୍ରତିବର୍ଷ ଦେଶର ବରିଷ୍ଠ ଓ ବିଶିଷ୍ଟ ଡାକ୍ତର ଓ ଚିକିତ୍ସା ବିଜ୍ଞାନ ସହିତ ଜଡିତ ବ୍ୟକ୍ତି ବିଶେଷଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ତେବେ ଏଥର ଏହି ସେମିନାର ଭର୍ଚୁଆଲ୍ ଫର୍ମାଟରେ ଆୟୋଜିତ ହୋଇଥିଲା । ଚଳିତ ବର୍ଷ ଏହା ୱେବନାରରେ ଓଡିଶାରୁ ଆଇଏମଏସ ସମ୍ ହସ୍ପିଟାଲ ତରଫରୁ ରାଜ୍ୟର ଏକମାତ୍ର ଡାକ୍ତର , ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ମନୋଜ କୁମାର ସାହୁ ଏହି କର୍ମଶାଳାରେ ଯୋଗ ଦେଇଥିଲେ । ଏହି ସେମିନାରରେ ଯୋଗ ଦେଇ ଡାକ୍ତର ମନୋଜ ସାହୁ ଓଡିଶାରେ କିପରି ଅତ୍ୟାଧୁନିକ ଜ୍ଞାନକୌଶଳର ବିନିଯୋଗ କରି ପେଟ ରୋଗର ଉତ୍ତମ ଚିକିତ୍ସା କରାଯାଇ ପାରୁଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ବର୍ତମାନ ଚିକିତ୍ସା ବିଜ୍ଞାନ ପଢୁଥିବା ଛାତ୍ରଛାତ୍ରୀ କିପରି ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ଜାଣିପାରିଲେ, ଅଧିକ ଉତ୍ତମ ତଥା ଉଚ୍ଚମାନର ଚିକିତ୍ସା ସେବା ଯୋଗାଇ ପାରିବେ ସେ ସମ୍ପର୍କରେ ମଧ୍ୟ ସେ ଜଣାଇଥିଲେ । ପୂର୍ବ ଅପେକ୍ଷା ରାଜ୍ୟର ଚିକିତ୍ସା ସେବା ବହୁ ଅଗ୍ରଗତି କଲାଣି । ଅତ୍ୟାଧୁନିକ ଯନ୍ତ୍ର ବ୍ୟବହାର ଜରିଆରେ ଏହା ସମ୍ଭବ ହୋଇପାରିଥିବା ନେଇ ନିଜର ମତ ରଖିଥିଲେ ଡାକ୍ତର ମନୋଜ ସାହୁ । ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ସାହୁଙ୍କୁ ଏହି ସେମିନାରରେ , ବେଷ୍ଟ ଆଉଟଷ୍ଟାଣ୍ଡିଂ ଏକାଡେମିକ୍ ଲିଡରସିପ୍ ନାସନାଲ ଆୱାର୍ଡ ୨୦୨୧ ପ୍ରଦାନ କରାଯାଇଛି । ଏହି ଜାତୀୟ ସମ୍ମାନ ପରେ ଡାକ୍ତର ମନୋଜ ସାହୁଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *