chitalagi

ଶ୍ରାବଣମାସର ଅମାବାସ୍ୟା କୁ ଚିତା ଲାଗି ଅମାବାସ୍ୟା କୁହାଯାଇଥାଏ।ଏହି ଦିନ ଜଗତର ନାଥ ଜଗନ୍ନାଥଙ୍କ ବିଶେଷ ପୂଜାବିଧି ଅନୁଷ୍ଠିତ ହୋଇଥାଏ। ମଥାରେ ସ୍ୱର୍ଣ୍ଣ ଅଳଙ୍କାର ଝଲସି ଉଠେ। ଏହିଦିନ ପ୍ରଭୁଙ୍କ ପାଖରେ ଏକ ବିଶେଷ ପ୍ରକାରର ଭୋଗ ଅର୍ପଣ କରାଯାଇଥାଏ।  ଚାଉଳରେ ତିଆରି ଚିତାଉ ପିଠା ।ଏହା ଏକ କୃଷିଭିତ୍ତିକପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଭଲବର୍ଷା ହେବା ଓ ଚାଷ କାର୍ଯ୍ୟ ଠିକ୍ ଭାବରେ ହୋଇ ଅମଳ କରିବା ଆଶା ଓ ବିଶ୍ୱାସର ପର୍ବ ମଧ୍ୟ କହିପାରିବା।   ଏହି ଦିନ ସମସ୍ତ ଓଡ଼ିଆ ଘରେ ଏହି ଚିତାଉ ପିଠା  କରାଯାଇଥାଏ।ଏହାକୁ ପଶ୍ଚିମାଞ୍ଚଳରେ  ଚକୁଳି ପିଠା କୁହାଯାଇଥାଏ। ଏହାକୁ ନିଜ ନିଜର ଇଷ୍ଟଦେବା ଦେବୀଙ୍କ ପାଖରେ ଅର୍ପଣ କରାଯିବାପରେ।ପରିବାର ସମସ୍ତ ସଦସ୍ୟ ସେହି ପ୍ରସାଦସେବନ କରିଥାନ୍ତି।   ଏହାକୁ ଆମରାଜ୍ୟର କିଛି ଅଞ୍ଚଳରେ ମାଁ ଗଣ୍ଡେଶ୍ୱରୀଙ୍କୁ ମଧ୍ୟ ଏହି ସ୍ୱତନ୍ତ୍ର ଭୋଗ ଅର୍ପଣ କରାଯିବାର ଶୁଣାଯାଏ। ଚାଉଳରେ ତିଆରି ଚିତାଉ ପିଠାକୁ ନିଜ ନିଜର ଚାଷ ଜମିକୁ ଯାଇ ମାଆଙ୍କୁ ଏହି ଭୋଗ ଅର୍ପଣ କରାଯାଇଥାଏ।ମାଆ ଙ୍କ ପାଖରେ ପ୍ରାର୍ଥନା କରାଯାଇଥାଏ ଚାଷ କଲା ସମୟରେ ଚାଷ ଜମିରେ ଯେମିତି କିଛି ଅସୁବିଧା ନହେବା ସକାଶେ।  ଆହୁରି ମଧ୍ୟଏହି ପର୍ବକୁ ଦେଶର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ନାମରେ ପାଳନ କରାଯାଇଥାଏ।  ଉତ୍ତର ଭାରତରେ ଏହାକୁ ହରିଆଲି ,ଦକ୍ଷିଣ ଭାରତରେ ବିଶେଷ କରି ଆନ୍ଧ୍ରପ୍ରଦେଶ ଠାରେ ଏହାକୁ ଚୁକୁଲା ,ମହାରାଷ୍ଟ୍ରରେ ଗତରି ଓ କର୍ଣ୍ଣାଟକରେ ଭୀମନା ବା ଗୌରୀ ପୂଜା ଭାବରେ ଏହିଦିନକୁ ପାଳନକରାଯାଇଥାଏ।ଏହିପର୍ବକୁ କିନ୍ତୁ ରାଜ୍ୟର ସୁବର୍ଣ୍ଣପୁର ପୁର୍ବ ଗଡ଼ଜାତ ଅଞ୍ଚଳରେ ଏକ ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ଏହାକୁ ଟଣ୍ଢେଇ ଉଆଁସ କୁହାଯାଏ। ଏହାଙ୍କ ପ୍ରବାହରୁ  ନିଜ ନିଜର ପରିବାରସଦସ୍ୟକଙ୍କୁ ରକ୍ଷା ନିମନ୍ତେ ବିବିଧ ଉପାୟ ଅବଲମ୍ବନ କରାଯାଇଥାଏ।     ନିଜ ନିଜ ଘର ର ମୁଖ୍ୟ ଦ୍ୱାରରେ ଏକ ବିଶେଷ ପତ୍ର ଝୁଲାଇବା ଦେଖା ଯାଇଥାଏ। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ରହିଛନ୍ତି।ତାହା  ଧୋବା ସମ୍ପ୍ରଦାୟ।ଉକ୍ତ ଦିନ ସକାଳୁ ସକାଳୁ ଏହି ସମ୍ପ୍ରଦାୟର ସ୍ତ୍ରୀ ଲୋକମାନେ ଏହି କାର୍ଯ୍ୟ ତୁଲାଇଥାନ୍ତି। ସ୍ତ୍ରୀ ଲୋକ ମାନେ ଏକ ସ୍ୱତନ୍ତ୍ର ପତ୍ର ( ଭେଲୁଆଁପତ୍ର ଓ ଈଶ୍ୱର ଜଟା ) ନିକଟସ୍ଥ ଜଙ୍ଗଲରୁ ସଂଗ୍ରହ କରିଥାନ୍ତି।  ତାପରେ ତାଙ୍କ ଆରାଧ୍ୟ ଦେବୀଙ୍କ ନାମରେ ସୁମରଣା କରି ପରେ ଅଞ୍ଚଳର ସମସ୍ତ ଘରକୁ ଘରଯାଇ ଏହି ପତ୍ର ଓ ଈଶ୍ୱର ଜଟା ରେ ପ୍ରସ୍ତୁତ କରିଥିବା ସାମଗ୍ରୀ କୁ ଦେଇ ଆସିଥାଆନ୍ତି।ଜନସାଧାରଣ ଙ୍କ ବିଶ୍ୱାସ ରହିଛି ଏହା ଘର ଆଗରେ ଲଗାଇବା ଫଳରେ ଘର ଭିତରକୁ ଆସୁରିକ ଶକ୍ତି ପ୍ରବେଶ କରିପାରେ ନାହିଁ। ଏହି ପର୍ବ ଆଜି ପର୍ଯ୍ୟନ୍ତ ପାଳନ କରାଯାଉଥିବା ଦେଖାଯାଏ।  ଏହିଦିନ ପ୍ରତ୍ୟେକ ଙ୍କ ଘରେ ଚାଉଳରେ ତିଆରି ଚକୁଳି କରାଯାଇଥାଏ।ଏହାକୁ ସାନ୍ଧ୍ୟ ସମୟରେ ମାଆ ମାନେ ନିଜ ନିଜ ଛୁଆ ମାନଙ୍କୁ ପ୍ରଥମେ ଦେଇଥାନ୍ତି।ଏହାକୁ ଦେବା ପୂର୍ବରୁ ଏକ ଗରମ ଲୁହା କୁ ଛୁଆ ମାନଙ୍କୁ ଚେଙ୍କ ଦେଇଥାନ୍ତି।କିନ୍ତୁ ଏବେ ତାହା ଖାଲି ପର୍ବ ଆକାରରେ ପାଳନ କରାଯାଉଛି ଓ ସାଙ୍କେତିକ ଆକାରରେ ଖାଲି ଏକ ଲୁହା କୁ ଛୁଆଁଇ ଦିଆଯାଉଅଛି।  ବିଜ୍ଞାନ ଯୁଗରେ ମଧ୍ୟ ଲୋକ କଥା ବିଶ୍ୱାସ ଓ ପରମ୍ପରା ଅନୁଯାୟୀ ଏହାକୁ ଏବେ ବିଧି ରକ୍ଷା ପାଇଁ ପାଳନ କରାଯାଉଥିବା ଦେଖାଯାଏ। ଏବେ ଆଉ ଗରମ ଲୁହା ର ଚେଙ୍କ ଦିଆଯାଉ ନାହିଁ।                           ସିତାଂଶୁ ଶେଖର ମିଶ୍ର                                 ସୋନପୁର                             ୮୧୪୪୮୭୦୭୨୯

Leave a Reply

Your email address will not be published. Required fields are marked *