ଗୋପବନ୍ଧୁ କୋଭିଡ୍ ଚିକିତ୍ସାଳୟ ଲୋକାର୍ପିତ
ଏହି ସର୍ବଶ୍ରେଷ୍ଠ ଚିକିତ୍ସାଳୟ କରୋନାପୀଡ଼ିତଙ୍କୁ ଉତ୍ତମ ସେବା ଦେବ\’
କଟକ, (ନି.ପ୍ର) : ଅ ।ଠଗଡ଼ ମାଧବପୁରଠାରେ ପ୍ରତିଷ୍ଠିତ ୧୫୦ରୁ ଊଦ୍ଧର୍ବ ଶଯ୍ୟା ବିଶିଷ୍ଟ କୋଭିଡ୍ ଚିକିତ୍ସାଳୟ ଓ ପାଞ୍ଚ ଶଯ୍ୟାର ଅ ।ଇସିୟୁ ଲୋକାର୍ପିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣା, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱ୍ୱାଇଁ ଏହାକୁ ଲୋକାର୍ପଣ କରି କହିଥିଲେ ଜିଲାରେ କୋଭିଡ ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଦେବା ଲାଗି ଗୋପବନ୍ଧୁ କୋଭିଡ ଚିକିତ୍ସାଳୟ ଜିଲ୍ଲାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଚିକିତ୍ସାଳୟର ପରିବେଶ ଓ କୋଭିଡ୍ ଚିକିତ୍ସା ପାଇଁ ଅ ।ନୁଷଙ୍ଗିକ ବ୍ୟବସ୍ଥା ବେଶ ଉନ୍ନତମାନର । ଜିଲ୍ଲାର ଅ ।ଠଗଡ଼, ବାଙ୍କି, ବଡ଼ମ୍ବା, ନରସିଂହପୁର, ସାଲେପୁର, ନିଶ୍ଚିନ୍ତକୋଇଲି ଅ ।ଦି ଅଞ୍ଚଳର ରୋଗୀମାନେ ଏଠାରେ ଚିକିତ୍ସା ପାଇପାରିବେ । ଏହି ଚିକିତ୍ସାଳୟ ଜିଲାର ବୃହତ ଓ ସର୍ବଶ୍ରେଷ୍ଠ କୋଭିଡ ଚିକିତ୍ସାଳୟ ।
ଲୋକାର୍ପଣ ଉତ୍ସବର ଅନ୍ୟତମ ଅତିଥି ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ, ଗୋପବନ୍ଧୁ କୋଭିଡ ଚିକିତ୍ସାଳୟ ଜିଲାର ବୃହତ କୋଭିଡ ଚିକିତ୍ସାଳୟ । ରାଜ୍ୟସ୍ତରୀୟ କୋଭିଡ ଚିକିତ୍ସାଳୟ ଭାବରେ ଏଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ରହିଛି । ଯାହାକି କରୋନା ରୋଗୀଙ୍କ ପାଇଁ ସର୍ବୋତ୍କୃଷ୍ଟ ସେବା ଯୋଗାଇଦେବ ବୋଲି ସାଂସଦ କହିଛନ୍ତି । ଲୋକ ସେବକ ମଣ୍ଡଳ ଉନ୍ନତମାନର ଚିକିତ୍ସାଳୟ ପ୍ରତିଷ୍ଠା କରିଥିବାରୁ କୋଭିଡ ମହାମାରୀ ସମୟରେ ସରକାର ଏହାକୁ ଉପଯୋଗ କରିପାରିଛନ୍ତି । ଏଣୁ ପ୍ରତିଷ୍ଠାନ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ । ଏପରିକି ମନ୍ତ୍ରୀ ଶ୍ରୀ ସ୍ୱ୍ୱାଇଁ ଓ ସାଂସଦ ଶ୍ରୀ ମହତାବ ଅ ।ଇସିୟୁରେ କର୍ତ୍ତବ୍ୟରତ ଚିକିତ୍ସକଙ୍କଠାରୁ କିଭଳି ରୋଗୀଙ୍କୁ ଉନ୍ନତମାନର ଚିକିତ୍ସାସେବା ଉପଲବ୍ଧ କରାଯାଇପାରିବ ସେ ସମ୍ପର୍କରେ ବିଶଦ ଭାବରେ ପଚାରି ବୁଝିଥିଲେ । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ନିରଞ୍ଜନ ରଥ ମନ୍ତ୍ରୀ ଶ୍ରୀ ସ୍ୱ୍ୱାଇଁ, ସାଂସଦ ଶ୍ରୀ ମହତାବଙ୍କ ସହିତ ସମସ୍ତ ଅ ।ଗନ୍ତୁକ ଅତିଥିଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରିବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ । ବିଶେଷତଃ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନିଷ୍ଠା,ଏକାଗ୍ରତା ଓ ଅନୁଷ୍ଠାନ ପ୍ରତି ଶ୍ରଦ୍ଧାକୁ ଶ୍ରୀ ରଥ ସାଧୁବାଦ ଜଣାଇଥିଲେ ।
ଏହି ଲୋକାର୍ପଣ ଉତ୍ସବରେ ଲୋକସେବକ ମଣ୍ଡଳ କଟକ ଶାଖା ସମ୍ପାଦକ ଡଃ ପ୍ରଭାସ ଅ ।ଚାର୍ଯ୍ୟ, \”ସମାଜ\’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ, କଟକ ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ର, ଅ ।ଠଗଡ଼ ଉପଜିଲାପାଳ ଅଜାମ୍ବର ମହାନ୍ତି, ତହସିଲଦାର ତପନ କୁମାର ଖୁଣ୍ଟିଅ ।, ଅ ।ଠଗଡ ଉପଖଣ୍ଡ ଚିକିତ୍ସାଳୟ ସୁପରିନ୍ଟେଣ୍ଡେଣ୍ଟ ତଥା କୋଭିଡ ଚିକିତ୍ସାଳୟ ଦାୟିତ୍ୱରେ ଥିବା ଡାକ୍ତର ବିଜୟ କୁମାର ମିଶ୍ର, ସମାଜ ରିଲିଫ କମିଟି ସଦସ୍ୟ ଭବାନୀ ପ୍ରସାଦ ମିଶ୍ରଙ୍କ ସହିତ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ରହିଥିଲେ । ପ୍ରକାଶଯୋଗ୍ୟ ସାଂସଦ ଶ୍ରୀ ମହତାବ ଓ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ସାଂସଦ ପାଣ୍ଠିରୁ ୫ଶଯ୍ୟା ବିଶିଷ୍ଟ ଅ ।ଇସିୟୁ ନିର୍ମିତ ହୋଇଛି ।
