ଆଦାନୀ ଫାଉଣ୍ଡେସନର ‘ପ୍ରୋଜେକ୍ଟ ଉଡାନ’ ଉଦ୍ୟମୀ ମନୋଭାବ ଓ ଶିଳ୍ପଭିତ୍ତିକ ଜ୍ଞାନର ପରିସୀମା ବୃଦ୍ଧିରେ ସାହାଯ୍ୟ
ଧାମରା, ୬.୦୪.୨୦୨୬: ଶିଳ୍ପକ୍ଷେତ୍ରରେ ଆଗାମୀ ପିଢୀକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ନିଜର ଦୃଢ ପ୍ରତିବଦ୍ଧତାକୁ ଆଗେଇ ନେଇ ଆଦାନୀ ଗ୍ରୁପର ସିଏସ୍ଆର୍ ବିଭାଗ, ଆଦାନୀ ଫାଉଣ୍ଡେସନ ଏହାର ପ୍ରମୁଖ ପ୍ରୟାସ ‘ପ୍ରୋଜେକ୍ଟ ଉଡାନ’ କୁ ଧାମରା ପୋର୍ଟ ପରିସରରେ ଆରମ୍ଭ କରାଯାଇଛି । ୨୦୨୫ ସେପ୍ଟେମ୍ବର ରୁ ଆରମ୍ଭ ହୋଇଥିବା ଏହି ପ୍ରେରଣାଦାୟୀ କାର୍ଯ୍ୟକ୍ରମ, ଏହି ଅଞ୍ଚଳର ପ୍ରାୟ ୫୦୦୦ ରୁ ଊର୍ଦ୍ଧ୍ୱ ଅଂଶଗ୍ରହଣକାରୀଙ୍କୁ ସାମିଲ କରି, ଶିକ୍ଷା ଓ ପେଶାଗତ ପ୍ରେରଣାର ଏକ ଉତ୍ସ ଭାବେ ପ୍ରତିଷ୍ଠିତ ହୋଇପାରିଛି ।
‘ପ୍ରୋଜେକ୍ଟ ଉଡାନ’ ଛାତ୍ରଛାତ୍ରୀଙ୍କୁ ବିଶାଳ ଶିଳ୍ପ ଜଗତ ସହ ସିଧାସଳଖ ପରିଚିତ କରାଇ, ସେମାନଙ୍କ ମଧ୍ୟରେ ଉଦ୍ୟମୀ ମନୋଭାବକୁ ପ୍ରୋତ୍ସାହିତ କରିବା ପାଇଁ ସୁନିୟୋଜିତ ଭାବରେ ରୂପାୟିତ ହୋଇଛି । ଧାମରା ପୋର୍ଟ ଓ ଧାମରା ଏଲ୍ଏନ୍ଜି ଟର୍ମିନାଲ ପରିଦର୍ଶନ ଦ୍ୱାରା ଆଦାନୀ ଫାଉଣ୍ଡେସନ ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ର-ନିର୍ମାଣରେ ନିଜର ଭୂମିକାକୁ ଅନୁଭବ କରିବା ସହ ବିଶ୍ୱ ନୌବାଣିଜ୍ୟ ଅର୍ଥନୀତିକୁ ଅତି ନିକଟରୁ ଜାଣିବା ପାଇଁ ପ୍ରେରିତ କରୁଛି ।ଆଦାନୀ ଫାଉଣ୍ଡେସନର ଏହି ଉଲ୍ଲେଖନୀୟ ପ୍ରୟାସ ଛାତ୍ରଛାତ୍ରୀଙ୍କୁ ଅନୁଭୂତିମୂଳକ ଶିକ୍ଷା ପ୍ରଦାନ କରୁଥିବା ବେଳେ ଏ ପର୍ଯ୍ୟନ୍ତ ମୋଟ ୫,୧୧୧ ଜଣ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ୨,୦୭୬ ଜଣ ଛାତ୍ର, ୨,୬୯୨ ଜଣ ଛାତ୍ରୀ ଏବଂ ୩୪୩ ଜଣ ଶିକ୍ଷକ ଓ ଅତିଥିବୃନ୍ଦ ରହିଛନ୍ତି । କାର୍ଯ୍ୟକ୍ରମରେ ୧୦୬ ଟି ପ୍ରତିଷ୍ଠାନ ପରିଦର୍ଶନ ଆୟୋଜିତ ହୋଇଛି ।
ଏହି ନିର୍ଦ୍ଦେଶିତ ପରିଦର୍ଶନ ସମୟରେ, ଛାତ୍ରଛାତ୍ରମୀାନେ ବାସ୍ତବଧର୍ମୀ ପ୍ରୟୋଗଗୁଡ଼ିକୁ ପ୍ରତ୍ୟେକ୍ଷ ଭାବେ ଅନୁଭବ କରନ୍ତି । ଅଭିଜ୍ଞ ପୋର୍ଟ ଅଧିକାରୀମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ମାଧ୍ୟମରେ ଛାତ୍ରଛାତ୍ରୀମାନେ ପୋର୍ଟ ପରିଚାଳନା କାର୍ଯ୍ୟ ଓ ଲଜିଷ୍ଟିକ୍ ବିଷୟରେ ପ୍ରାୟୋଗିକ ଜ୍ଞାନ ଲାଭ କରିଥାନ୍ତି, ଯାହା ଆମଦାନୀ-ରପ୍ତାନୀ ପ୍ରକ୍ରିୟା ଓ ପରିବହନ ବ୍ୟବସ୍ଥା ପ୍ରତି ବିଷୟରେ ଶିକ୍ଷା ଲାଭ କରିଥାନ୍ତି । ପୋର୍ଟରେ ଆଧୁନିକ ଉପକରଣର ବ୍ୟବହାର ଏବଂ ନୌବାଣିଜ୍ୟ, ସୁରକ୍ଷା ପ୍ରୋଟୋକଲ ଏବଂ ପରିବେଶଗତ ପରିଚାଳନା ବ୍ୟବସ୍ଥା ବିଷୟରେ ଜାଣିବା ସହ ଶିଳ୍ପ ବିଶେଷଜ୍ଞମାନଙ୍କ ସହିତ ଯୋଗାଯୋଗ କରନ୍ତି, ଯଦ୍ୱାରା ସେମାନଙ୍କୁ ସମ୍ଭାବ୍ୟ ବୃତ୍ତିଗତ ପଥ ଅନୁସନ୍ଧାନ କରିବାରେ ସାହାଯ୍ୟ କରେ ।
‘ପ୍ରୋଜେକ୍ଟ ଉଡାନ’ କାର୍ଯ୍ୟକ୍ରମ ଯୁବ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଉତ୍ସୁକତା ଓ ଆକାଂକ୍ଷାକୁ ବିକଶିତ କରିବା ପାଇଁ ରୂପାୟିତ ହୋଇଛି ଏବଂ ବିଭିନ୍ନ ଶିଳ୍ପ ଦେଶର ପ୍ରଗତିରେ କିପରି ଯୋଗଦାନ କରନ୍ତି, ସେମାନଙ୍କୁ ଅବଗତ କରାଇ ସେମାନଙ୍କୁ ଉଚ୍ଚ-ପ୍ରଭାବଶାଳୀ କ୍ୟାରିୟର ଚୟନ କରିବାରେ ପ୍ରେରିତ କରାଯାଉଛି ବୋଲି ଆଦାନୀ ଫାଉଣ୍ଡେସନର ଜଣେ ସଦସ୍ୟ କହିଥିଲେ ।
