ସଂକ୍ରମଣ କାଳରେ ଅସହାୟ ବର୍ଗଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ଜରୁରୀ

0
poor middle man

ନୂଆଦିଲ୍ଲୀ, (ଏଜେନ୍ସି): ମହିଳା, ଶିଶୁ, ବରିଷ୍ଠ ନାଗରିକ, ତଫସିଲଭୁକ୍ତ ଜାତି ଓ ଉପଜାତି ବର୍ଗର ଲୋକଙ୍କ ସମେତ ସମାଜର ସବୁ ଦୁର୍ବଳ ତଥା ଅସହାୟ ବ୍ୟକ୍ତିଙ୍କ ବିରୋଧରେ ହେଉଥିବା ଅପରାଧକୁ ରୋକିବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି । ଏହାକୁ ରୋକିବା ସହିତ ମାନବ ଚାଲାଣ ବନ୍ଦ କରିବା ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ଆଇନଗତ ଓ ଅ ।ନୁଷ୍ଠାନିକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ସମାଜର ଏହି ଦୁର୍ବଳ ଓ ଅସହାୟ ବର୍ଗଙ୍କ ଉପରେ କୋଭିଡ ମହାମାରୀର ଦ୍ୱିତୀୟ ସଂକ୍ରମଣ ବେଳେ ପଡୁଥିବା ପ୍ରଭାବକୁ ବିଚାରକୁ ନେଇ କେନ୍ଦ୍ର ସ୍‌୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏମାନଙ୍କର ସୁରକ୍ଷା ଓ କଲ୍ୟାଣ ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନଗୁଡିକୁ ନିର୍ଦ୍ଦେଶ ଦେଇଛି । ବିଶେଷକରି କୋଭିଡ ମହାମାରୀରେ ପିତାମାତାଙ୍କୁ ହରାଇ ଅନାଥ ହୋଇ ପଡୁଥିବା ପିଲାମାନଙ୍କ ସୁରକ୍ଷା, ଯତ୍ନ ଓ ଲାଳନପାଳନ ପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ସ୍‌୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ପରାମର୍ଶ ଦିଅ ।ଯାଇଛି ।
ସମାଜର ଦୁର୍ବଳ ଓ ବିପଦାପନ୍ନ ବର୍ଗଙ୍କ ସୁରକ୍ଷା ପାଇଁ ଯେଉଁ ଅ ।ଇନ ରହିଛି ତୁରନ୍ତ ତାହାର ସମୀକ୍ଷା କରି କୋଭିଡ କାରଣରୁ ଅନାଥ ହୋଇଥିବା ଶିଶୁ, ଠିକ୍ ସମୟରେ ଚିକିତ୍ସା ସେବା, ନିରାପତ୍ତା ଓ ସହାୟତା ଲୋଡୁଥିବା ବୟସ୍କ ନାଗରିକଙ୍କୁ ଅ ।ବଶ୍ୟକ ସାହାଯ୍ୟ ସହଯୋଗ ତୁରନ୍ତ ଯୋଗାଇ ଦେବାକୁ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି । ଅ ।ହୁରି ମଧ୍ୟ ତଫସିଲ ଭୁକ୍ତ ଜାତି ଓ ଉପଜାତିବର୍ଗର ଯେଉଁ ସଦସ୍ୟମାନେ ଏହି ଦୁଃସମୟରେ ଦିଗଦର୍ଶନ ଲୋଡୁଛନ୍ତି ସେମାନଙ୍କୁ ଅବିଳମ୍ବେ ତାହା ଯୋଗାଇ ଦେବାକୁ ସ୍‌୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି ।
ପୋଲିସ କର୍ମଚାରୀମାନଙ୍କୁ ଏଥିପାଇଁ ସଚେତନ ଓ ସମ୍ବେଦନଶୀଳ କରିବା ସହ ବିଭିନ୍ନ ବିଭାଗ ଓ ସଂସ୍ଥା ମଧ୍ୟରେ ସମନ୍‌୍ୱୟ ପ୍ରତିଷ୍ଠା କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ସ୍‌୍ୱରାଷ୍ଟ୍ରମନ୍ତ୍ରଣାଳୟ ଅନୁରୋଧ କରିଛି । ଥାନାରେ ମହିଳା ଡେସ୍କସ୍ଥାପନ, ସବୁ ଜିଲ୍ଳାରେ ମାନବଚାଲାଣ ନିରୋଧୀ ୟୁନିଟ ଗଠନ ଏବଂ ଅନ୍ୟାନ୍ୟ ଅ ।ନୁଷଙ୍ଗିକ ପଦକ୍ଷେପ ନେବାକୁ କୁହାଯାଇଛି ।
ଏହି କାର୍ଯ୍ୟକୁ ସୁସଂହତ ତଥା ସଫଳ କରିବା ପାଇଁ ଏନ୍ସିଅ ।ରବି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ପାଇଁ ଅନେକ ଟୁଲ୍ସ ଓ ସାଧନ ଯୋଗାଇ ଦେଇଛନ୍ତି । ଅ ।ନ୍ତଃରାଜ୍ୟ ସୂଚନା ଅ ।ଦାନପ୍ରଦାନ ପାଇଁ କ୍ରାଇମ୍ ମଲ୍ଟି ସେଣ୍ଟର ଏଜେନ୍ସୀ ବ୍ୟବସ୍ଥା ବିକଶିତ ହୋଇଛି । ହଜିଯିବା ପରେ ମିଳିଥିବା ଲୋକଙ୍କ ସମ୍ପର୍କରେ ଜାତୀୟ ଅନଲାଇନ ଅ ।ଲର୍ଟ ସର୍ଭିସ ବ୍ୟବସ୍ଥା ଅ ।ରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *