ଏମ୍‌ସିଏଲରେ ଯୋଗ ଦିବସ ପାଳିତ

ସମ୍ବଲପୁର,ପ୍ରବାହ ନ୍ୟୁଜ୍ : ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ) ପକ୍ଷରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ଓଡ଼ିଶାସ୍ଥିତ ଏହାର ସମସ୍ତ ୟୁନିଟରେ ଜୁନ ୨୧ ତାରିଖ ଦିନ ପାଳିତ ହୋଇଯାଇଛି । ଚଳିତ ବର୍ଷର ଧୂମ ଏକ ପୃଥିବୀ ପାଇଁ ଯୋଗ, ଏକ ସ୍ୱାସ୍ଥ୍ୟକୁ ନେଇ ଏମସିଏଲ ମୁଖ୍ୟ କାର୍ଯ୍ୟାଳୟ ଆନନ୍ଦ ବିହାର ଗ୍ରାଉଣ୍ଡରେ ଆୟୋଜିତ ଯୋଗ ସେସନ ରେ ୭୦୦ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ । କୋଲ ଇଣ୍ଡିଆ ଲିମିଟେଡର ମାର୍କେଟିଂ ଓ ବିଜିନେସ ଡେଭଲପମେଣ୍ଟର ଡାଇରେକ୍ଟର ମୁ କେ ଶ ଚୌଧୁରୀ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସମ୍ମାନିତ କରିଥିଲେ । ଏମସିଏଲର ସିଏମଡି ଉଦୟ ଅନନ୍ତକା ଓଲେଙ୍କ ତତ୍ତ୍ୱାବଧାନରେ ଆୟୋଜିତ । ଏହି କାର୍ଯ୍ୟକ୍ରମରେ କେଶବ ରାଓ, ଡାଇରେକ୍ଟର (ଏଚଆର), ଏମସିଏଲ ଓପିକେ ପଟେଲ, ସିଭିଓ, ଏମସିଏଲ ପ୍ରମୁଖ ଉପସ୍ଥିତ ଥିଲେ । ଯୋଗ ଶେସନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶାଖାପାଟଣାରେ ଆୟୋଜିତ ଯୋଗ କାର୍ଯ୍ୟକ୍ର ମରେ ଦେଇଥିବା ଉଦ ବେ। ଧନ ସି ଧାପ୍ର ସା ର ଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମୁଖ୍ୟ କାର୍ଯ୍ୟାଳୟ ବ୍ୟତୀତ କମ୍ପାନୀର ସମସ୍ତ ୟୁନିଟ ତାଳଚେର ଓ ଇବ ଉପତ୍ୟକା କୋଲଫିଲ୍ଡସ, ଅନୁଗୁଳ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସବୁ କାର୍ଯ୍ୟକ୍ରମରେ କମ୍ପାନୀର ୭୭ ସ୍ଥାନରେ ୭୮୦୦ କର୍ମଚାରୀ ପରିବାର ସଦସ୍ୟ ଓ କମ୍ୟୁନିଟି ଭଲିଣ୍ଡରର୍ସ ଭାଗ ନେଇଥିଲେ। ଏହା ସହିତ ‘ଏକ ପେଡ଼ ମା’ କେ ନାମ’ ଅଧୀନରେ ୧୪୩୦ ଚାରା ରୋପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *