ମୋଦୀ ୩.୦ ଅଧୀନରେ ପଶ୍ଚିମ ଏସିଆ ନୀତିରେ ପରିବର୍ତ୍ତନ ଓ ନିରନ୍ତରତା

ପଶ୍ଚିମ ଏସିଆ ଦେଶ ଗୁଡିକରେ ଦୃତ ପରିବର୍ତ୍ତନ ହେଉଥିବାରୁ ମୋଦୀ ୩.୦ ଅଧୀନରେ ଭାରତର ଏହି ଦେଶ ଗୁଡିକ ସହ ସମ୍ପକର ପୁର୍ନବିଚାର ଆବଶ୍ୟକ । ଭୂରାଜନୀତିର ସମସ୍ତ ଜଟିଳତା ସତ୍ତ୍ୱେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଣିଜ୍ୟ ଚୁକ୍ତି ଏବଂ ଦ୍ୱିପାକ୍ଷିକ ସହଯୋଗ ଦ୍ୱାରା ଗଲ୍ଲୁ ସହଯୋଗ ପରିଷଦର (ଏଉଉ) ଦେଶ ଗୁଡିକ ସହ ଆର୍ôଥକ ସମ୍ପକକୁ ସୁଦୃଢ କରିଛନ୍ତି । ବିଶ୍ଳେଷକ ମାନେ ଭାରତର ପଶ୍ଚିମ ଏସିଆ ନୀତିର ସଫଳତାକୁ ବ୍ୟକ୍ତିଗତ କୁଟନୀତି ଏବଂ ସହଭାଗୀ ରଣନୀତି ଦୃଷ୍ଟିକୋଣ ଦ୍ୱାରା ସମ୍ଭବ ହୋଇଛି ବୋଲି ଦର୍ଶାଇଛନ୍ତି । ତେଣୁ ମୋଦୀ ୩.୦ ଅଧୀନରେ ଭାରତର ପଶ୍ଚିମ ଏସିଆ ନୀତିର ପରିବର୍ତ୍ତନ ଏବଂ ନିରନ୍ତରତାକୁ ବୁଝିବା ଜରୁରୀ ଅଟେ । ଏବଂ ଜଳ ଭାଗରେ ବାଣିଜ୍ୟ ନୂତନ ସରକାର ଗଠନ ହେବା ପରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଜୁନ୍ ୨୩,୨୦୨୪ରେ ଆବୁଧାବି ଗସ୍ତ କରିଥିଲେ । ଯାହାକି ମୋଦୀ ୩.୦ ଅଧୀନରେ ପଶ୍ଚିମ ଏସିଆକୁ ଏକ ଗୁରୁତ୍ୱପୂର୍ଣ ରଣନୈତିକ ଅଂଚଳ ଭାବରେ ସହଯୋଗର ନିରନ୍ତରତାକୁ ନିଶ୍ଚିତ କରିଛି । ଏହି ଗସ୍ତ ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟସ୍ (ଟଇଋ, ମଧ୍ୟରେ ବୈଦେଶିକ ନୀତି ପାଇଁ ବ୍ୟାପକ ରଣନୀତିର ଏକ କେନ୍ଦ୍ରବିନ୍ଦୁ ହୋଇରହିବ ଓ ଏହି ସହଭାଗିତା ବ୍ୟତୀତ ଭାରତ-ମଧ୍ୟପୂର୍ବ ଏସିଆ-ୟୁରୋପ ଅର୍ଥନୈତିକ କରିଡର (ଓଗଋଋଉ) ଦ୍ୱାରା ମଧ୍ୟ ବିଭିନ୍ନ କ୍ଷେତ୍ର ଯେପରିକି ବାଣିଜ୍ୟ, ଶକ୍ତି ସହଯୋଗ ଏବଂ ସାଂସ୍କୃତିକ ବିନିମୟ ଦ୍ୱାରା ଏହାର ରଣନୈତିକ ଲକ୍ଷ୍ୟ ହାସଲ କରିପାରିବ । ସ୍ଥଳ ବିସ୍ତାର ଦ୍ୱାରା ଭାରତର ଉତ୍ପାଦ ଗୁଡିକୁ ବିଶ୍ୱସ୍ତରୀୟ ବଜାରରେ ପହଂଚାଇବା ଏବଂ ବହୁପାକ୍ଷିକ ଯୋଗଦାନ ମାଧ୍ୟମରେ ରଣନୈତିକ ସ୍ଥିତି ଏବଂ ସାଧୀନତାକୁ ସୁଦୃଢ କରିବା ତଥା ବିଶ୍ୱଶାନ୍ତି, ସ୍ଥିରତା ଏବଂ ନିରାପତ୍ତାକୁ ବୃଦ୍ଧି କରିବା ହେଉଛି ଏହିପରି ସହଭାଗିତାର ମୁଖ୍ୟ ଉଦ୍ଦେଶ୍ୟ । ପ୍ରାୟ ୮.୯ ମିଲିୟନ ପ୍ରବାସୀ ଭାରତୀୟ ଏଉଉ ଅଂଚଳରେ ଜୀବନ ଜୀବିକା ପାଇଁ ବସବାସ କରୁଛନ୍ତି । ଏଉଉ ର ଦେଶ ଗୁଡିକ ନିଜ ଦେଶର ବିକାଶ କ୍ଷେତ୍ରରେ ଶାନ୍ତିପ୍ରିୟ ପ୍ରବାସୀ ଜନସଂଖ୍ୟାର ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରୁଛନ୍ତି । ଗଳ୍ପ ଦେଶ ମାନଙ୍କଠାରୁ ପୁଞ୍ଜିବିନିଯୋଗ କରି ମହାକାଶ ବିଜ୍ଞାନ, ସାଇବର ସୁରକ୍ଷା, ପ୍ରଯୁକ୍ତିବିଦ୍ୟା, କୃତିମ ବୁଦ୍ଧିମତା, ଆଣବିକ ପ୍ରଯୁକ୍ତିର ବ୍ୟବହାର ଏବଂ ବୈଜ୍ଞାନିକ ନବାଚାର କ୍ଷେତ୍ରରେ ରଣନୈତିକ ଭାଗିଦାରୀକୁ ବିସ୍ତାର କରିବାକୁ ମୋଦୀ ୩.୦ ସରକାର କାର୍ଯ୍ୟ କରୁଛନ୍ତି । ସାମୁଦ୍ରିକ ଏବଂ ସାମରିକ ସୁରକ୍ଷା ହେଉଛି ଦୁଇଟି ମୂଳ କ୍ଷେତ୍ର ଯେଉଁଠାରେ ଭାରତ ଗଳ୍ପ ଦେଶ ଗୁଡିକର ସୁରକ୍ଷା ଓ ସହାୟତା ପାଇଁ ସାମରିକ ଉପକରଣ, ଡ୍ରୋନ, ଭାରତୀୟ ନିର୍ମିତ ବିମାନ ଏବଂ ପ୍ରତିରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଇପାରିବ । ନୌସେନା ଶିଳ୍ପ କ୍ଷେତ୍ରରେ ଆରବ ସାଗର, ପାରସ୍ୟ ଉପସାଗର ଏବଂ ଭାରତ ମହାସାଗରରେ ଏକ ପ୍ରମୂଖ ଶକ୍ତି ହେବାପାଇଁ ଭାରତର ବହୁତ ସମ୍ଭାବନା ରହିଛି ।
ଭାରତ ଏବଂ ଏଉଉ ମଧ୍ୟରେ ଅର୍ଥନୈତିକ ଏବଂ ସୁରକ୍ଷା ଭାଗିଦାରୀ ଭାରତ ଏବଂ ପଶ୍ଚିମ ଏସିଆ ଦେଶ ମଧ୍ୟରେ ଦୃଢ ସହଯୋଗ ପାଇଁ ପଥ ପ୍ରସ୍ତୁତ କରୁଛି। ୨୦୧୪ ପରଠାରୁ ଏହି ଯୋଗଦାନରେ ଏକ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ଏବଂ ଆଗାମୀ ବର୍ଷ ଗୁଡିକରେ ଏହିଧାରା ଜାରି ରହିବ ବୋଲି ଆଶା କରାଯାଉଛି । ଏହି ଦ୍ୱିପାକ୍ଷିକ ସହଯୋଗକୁ ରଣନୈତିକ ଭାଗିଦାରୀରେ ପରିବର୍ତ୍ତନ କରିବାକୁ ମୋଦୀ ୩.୦ ସରକାର ବ୍ୟବସ୍ଥିତ ଭାବରେ କାର୍ଯ୍ୟ କରୁଛନ୍ତି । ପାରସ୍ପରିକ ଅଭିବୃଦ୍ଧି ଏବଂ ଶାନ୍ତି ହାସଲର ପ୍ରଥମ ପଦକ୍ଷେପ ଭାବରେ ଅନେକ ସହଭାଗିତା କରାଯାଉଛି । ୧୨ଟ୨ (ଓଦ୍ଭୟସବ, ଓଗ୍ଦକ୍ସବରକ୍ଷ, ଟଇଋ, ଟଝଇ) ସମୁହକୁ ଏହିଦିଗରେ ପ୍ରଥମ ପଦକ୍ଷେପ ଭାବରେ ଦେଖାଯାଇପାରେ ଏବଂ ଓଗଋଋଉ ହେଉଛି ସେହି ସହଭାଗିତାର ଏକ ବ୍ୟାପକ ରୂପ । ମୋଦୀ ୩.୦ ର ଏହି ଅର୍ଥନୈତିକ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ, ଭାରତ ନିଜର ମୁସଲମାନ ପଡୋଶୀ ମାନଙ୍କୁ କିପରି ଗୁରୁତ୍ୱ ଦେଇଥାଏ ତାହା ପ୍ରମାଣିତ କରୁଛି, ତଥା ଭାରତ ମୁସଲମାନ ବିରୋଧୀ ଦେଶ ବୋଲି ହେଉଥିବା ଅପପ୍ରଚାରକୁ ଏହା ଖଣ୍ଡନ କରୁଛି । କାରଣ ତଥ୍ୟର ମହତ୍ୱ ମିଥ୍ୟାପ୍ରଚାର ଠାରୁ ସବୁବେଳେ ଅଧିକ।

(ଅଲତାଫ୍ ମିର)
ପି.ଏଚ୍‌.ଡି ଛାତ୍ର ଜାମିଆ ମିଲିଆ ଇସଲାମିଆ

Leave a Reply

Your email address will not be published. Required fields are marked *