BeautyPlus_20200629233324659_save

ପ୍ରିୟଦର୍ଶିନୀ ମହାନ୍ତି

ପତଙ୍ଗ ଜାଣିଛି ମୃତ୍ୟୁ ସୁନିଶ୍ଚିତ
ଦୀପାଳିର ଶିଖା ତଳେ,
ତଥାପି କାହିଁକି ଉଡି ଅ ।ସେ ସିଏ
ଅ ।ଲୋକ ତା ଦେଖିଦେଲେ!!!

ଦୀପାଳି କହିଲା କାହିଁଲୋ ପତଙ୍ଗ
ଉଡ଼ିଅ ।ସୁ ମୋର ପାଶେ?
ମୁଁ ତ ର୍ନିଦୟ ମାନେ ନାହିଁ କିଛି
ଜାଳିଦେଇ ତତେ ନାଶେ ।

ପତଙ୍ଗ କହିଲା ସେପରି କୁହନି
ଜଳିବାଟା ତୁମ ଧର୍ମ,
ତୁମ ଦୀପଦୀପ୍ତି ମତେ ଭଲ ଲାଗେ
ଉଡିବା ତ ମୋର କର୍ମ ।

ଅ ।ଲୋକିତ କର ଏ ଧରାପୃଷ୍ଠକୁ
ଜଳାଞ୍ଜଳି ଦେଇ ନିଜକୁ,
ବଞ୍ଚି ମୁଁ ପାରେନି ତୁମ ବିରହରେ
ଭଲ ପାଏ ପରା ତୁମକୁ ।

ଜୀବନ ତୁମର ତ୍ୟାଗ କରିଦିଅ
ଜଳିଯାଅ ହୋଇ ଚିତା,
ତୁମେ ଗଲା ପରେ କାହା ପାଖେ ଅ ।ଉ
କହିବି ମୋ ମନ କଥା ।

ପ୍ରିୟଦର୍ଶିନୀ ମହାନ୍ତି(ଶିକ୍ଷୟିତ୍ରୀ)
ଜଟଣୀ
ଖୋର୍ଦ୍ଧା

Leave a Reply

Your email address will not be published. Required fields are marked *