କ୍ୱାରେଣ୍ଟାଇନ୍ ଅନ୍ତେବାସୀଙ୍କ ବୃକ୍ଷରୋପଣ

0
brukhya ropan

ନୟାଗଡ଼଼ , (ପ୍ରବାହ ନ୍ୟୁଜ୍‌): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ଯୋଗିଆପଲ୍ଲୀ ପଞ୍ଚାୟତର ଘାଟି ଠାକୁରାଣୀ କଲ୍ୟାଣମଣ୍ଡପ ଠାରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮ ଜଣ ଅନ୍ତେବାସିନୀ ଗ୍ରାମୀଣ ଆଇନ୍ ସଚେତନତା କର୍ମୀ ପ୍ରଫୁଲ୍ଲ କୁମାର ବେହେରାଙ୍କ ଆହ୍ୱାନକ୍ରମେ ନକୁଳ ଜେନାଙ୍କ ନେତୃତ୍ୱରେ ପରିବେଶର ସୁରକ୍ଷା ପାଇଁ କଲ୍ୟାଣ ମଣ୍ଡପ ପରିସରରେ ବୃକ୍ଷରୋପଣ କରିଥିଲେ । ଗଛ ବଞ୍ଚିଲେ ଆମେ ବଞ୍ଚିବା ଏବଂ ପରିବେଶ ସୁସ୍ଥ ରହିଲେ ଆମେସୁସ୍ଥ ରହିବା ଏପରି ବାର୍ତ୍ତା ମାନବସାମାଜକୁ ଦେଇ ଅଁଳା, ଆମ୍ବ, ଆତ, ପିଜୁଳି, ଆକାଶିଆ ଆଦି ବିଭିନ୍ନ ପ୍ରକାର ଗଛ ଲଗାଇ ସମାଜପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଖୁସିର କଥା ଜଣେ ୩/୪ବର୍ଷର କୁନି ଝିଅ ଏହି ସଂଗରୋଧ କେନ୍ଦ୍ରରେ ରହି ପରିବେଶକୁ ସବୁଜମୟ କରିବା ପାଇଁ ପିତାମାତାଙ୍କ ସହିତ ବୃକ୍ଷରୋପଣ କରିଛନ୍ତି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଫଳ କରିବାରେ ସମାଜସେବୀ ପ୍ରଦୀପ କୁମାର ସାହୁ ସମସ୍ତ ଚାରା ପ୍ରଦାନ କରିଥିବା ବେଳେ ଏଥିରେ ମଧୁସ୍ମିତା ବେହେରା, ଚିତ୍ତରଞ୍ଜନ ପଟ୍ଟନାୟକ, ପ୍ରଦୀପ୍ତ ପଟ୍ଟନାୟକ, ଗୋବିନ୍ଦ କୁମାର ପଣ୍ଡା, ଦାଶରଥି ବେହେରା, ଶ୍ରୀକାନ୍ତ କୁମାର ବେହେରା, ସୃଷ୍ଟି ସମୃଦ୍ଧି ଜେନା ପ୍ରମୁଖ ଅନ୍ତେବାସୀ ସାମିଲ ହୋଇଥିଲେ । ସ୍ଥାନୀୟ ସରପଞ୍ଚ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *