ଅନାହାରରେ ଜୀବନଗଲା ଘଟଣା ରାଜ୍ୟ ସରକାରଙ୍କୁ ଅନ୍ଧାରରେ ରଖିଲା ଜିଲ୍ଲା ପ୍ରଶାସନ!
ନୟାଗଡ଼଼ , (ପ୍ରବାହ ନ୍ୟୁଜ୍): ମୋ ରାଜ୍ୟରେ କୌଣସି ଲୋକ ଭୋକ ଉପବାସରେ ଜୀବନ କାଟିବେ ନାହିଁ । ସମସ୍ତଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଭୋକିଲା ପେଟକୁ ଆହାର ଯୋଗାଇ ଦେବୁ ଏହା ଆମର ସଂକଳ୍ପ କରି ରାଜ୍ୟ ସରକାର ଡିଣ୍ଡିମ ପିଟି ପିଟି ନିର୍ବାଚନ ବୈତରଣୀ ପାର ହୋଇ ଦୀର୍ଘ ୨୦ବର୍ଷ ଶାସନ କରିବା ପରେ, ଆଜି ବି ଲୋକ ପେଟକୁ ମୁଠାଏ ଦାନା ନପାଇ ବାର ଦୁଆର ବୁଲୁଥିବା ବେଳେ ଆଉ କେଉଁଠି ପେଟକୁ ମୁଠାଏ ଦାନା ନପାଇ ଭୋକ ଉପବାସରେ ଜୀବନ ବିତାଇ ଶେଷରେ ମୃତ୍ୟୁ ମୁଖରେ ପଡିଥିବା ବେଳେ ଏହାକୁ ମାନିବାକୁ ନାରାଜ୍ ପ୍ରଶାସନ । ତେଣୁ କୁହାଯାଉଛି, ରାଜ୍ୟ ସରକାରଙ୍କୁ ଅନ୍ଧାରରେ ରଖିଛି ଜିଲ୍ଲା ପ୍ରଶାସନ । ଏଭଳି ଜଣେ ଆଦିବାସୀ ଅଧ୍ୟୁଷିତ ୪୬ବର୍ଷିୟା ମହିଳା ପେଟକୁ ମୁଠାଏ ଦାନା ନପାଇ ଭୋକ ଉପବାସରେ ଜୀବନ ଚାଲିଯିବାର ୨୫ଦିନ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିନଥିବା ଜଣାପଡିଛି । ଯାହାଫଳରେ ଏ ଖବର ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ବୈମାତୃକ ମନୋଭାବ ଯୋଗ୍ୁଁ ଭୁବନେଶ୍ୱର ଏକ ସ୍ୱତନ୍ତ୍ର ଟିମ୍ ଆସି ଅନାହାରରେ ମୃତ୍ୟୁ ହୋଇଥିବା ଆଦିବାସୀ ମହିଳାଙ୍କ ଗାଁରେ ପହଞ୍ôଚ ଟିକିନିକି ତଥ୍ୟ ସଂଗ୍ରହ କରି ଏକ ରିପୋର୍ଟ ପ୍ରସ୍ତୁତ କରି ପ୍ରେସ୍ ରିଲିଜ୍ କରିଥିବା ବେଳେ ନୟାଗଡ଼ ଜିଲ୍ଲା କଂଗ୍ରେସ ତରଫରୁ ଏସ୍ଆରସିଙ୍କୁ ଏହାର ତଦନ୍ତ ପାଇଁ ଚିଠି କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ଓଡ଼ିଶା ମାନବ ଅଧିକାର ଆୟୋଗଙ୍କ ପାଖରେ ଫେରାଦ୍ ହୋଇଛି । ତେବେ ଏହାକୁ ନେଇ ରାଜନୀତି ମଧ୍ୟ ଯୋର୍ ଧରିବା ଆରମ୍ଭ ହେଲାଣି । ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ଅଧିନରେ ଥିବା କାଳିଆମ୍ବା ଗ୍ରାମର ସ୍ୱର୍ଗତ ଲୋକନାଥ ଜାନୀଙ୍କ ଝିଅ ଦୁଃଖୀ ଜାନୀ(୪୬) ପେଟକୁ ମୁଠାଏ ଦାନା ନପାଇ ଅନାହାରରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏହି ଘଟଣା ନୟାଗଡ଼ ଜିଲ୍ଲାରେ ନୂଆଗାଁ ବ୍ଲକ୍ ପ୍ରଶାସନକୁ ଅପାନିତ କରୁଥିବାରୁ ଏହାକୁ ଘଣ୍ଟ ଘୋଡାଇବାକୁ ଯାଇ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ହୀନ ଚକ୍ରାନ୍ତ କରୁଛି । ପ୍ରକାଶ ଯେ, ଦୁଃଖୀ ଜାନୀଙ୍କୁ ୨୦୧୬ ମସିହାରେ ଅନ୍ନପୂର୍ଣ୍ଣା ଯୋଜନାରେ ୧୦କିଲୋ ଚାଉଳ ଦିଆଯାଉଥିଲା । ମାତ୍ର ୨୦୧୮ ଅକ୍ଟୋବର ମାସରୁ ଅନ୍ନପୂର୍ଣ୍ଣା ଯୋଜନାରୁ ବାଦ୍ ପଡିଥିଲେ ଦୁଃଖୀ ଜାନୀ । ତେବେ ସେହିଦିନ ଠାରୁ ନିକଟସ୍ଥ ତାଙ୍କ ପାଇଁ ଆହାର ସାଜିଥିଲା । ପେଟର ଭୋକ ମେଣ୍ଟାଇବାକୁ ଯାଇ କେତେ ବେଳେ ଜଙ୍ଗଲରୁ କନ୍ଦା ତାଡି ଖାଉଥିଲେ ତ ଆଉ କେତେବେଳେ ଜଙ୍ଗଲରୁ ଶାଳ ପତ୍ର, ମହୁଲ, ପାଣି ଆଳୁ ସଂଗ୍ରହ କରି ଲୋକମାନଙ୍କୁ ଦେଇ ସେମାନଙ୍କ ଠାରୁ ପେଟକୁ ମୁଠାଏ ଦାନା ପାଉଥିଲା । କେତେବେଳେ ମିଳୁଥିଲା ତ ଆଉ କେତେବେଳେ ଭୋକ ଉପାସରେ ଦିନ ବିତିଯାଉଥିଲା । ତେବେ ଏନେଇ ବାରମ୍ବାର ପ୍ରଶାସନ ପାଖରେ ଗୁହାରୀ କରିଥିଲେ ମଧ୍ୁ ଦୁଃଖୀଙ୍କ ଗୁହାରୀ ପ୍ରଶାସନ ପାଇଁ ଅଲୋଡା ହୋଇଯାଇଥିଲା । ତେବେ ଚଳିତ ବର୍ଷ ଫେବୃଆରୀ ମାସ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଆସି ପେଟକୁ ମୁଠାଏ ଦାନା ପାଇଁ ପ୍ରଶାସନ ପାଖରେ ହାତ ଯୋଡି ବହୁ କାକୁତି ମିନତି ହୋଇଥିଲା । ତେବେ ଜିଲ୍ଲାପାଳ ତାଙ୍କ ସମସ୍ୟା ବୁଝି ରାସନ କାର୍ଡ ଗୋଟେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କାର୍ଡ ହେଲାନି କି ଦୁଃଖୀକୁ ଚାଉଳ ବି ମିଳିଲାନି । ତେବେ ଯାହା କିଛି ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଚଳୁଥିଲା । ତେଣୁ ବର୍ତ୍ତମାନ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା କେଭିଡ୍-୧୯ ପାଇଁ ସାରା ରାଜ୍ୟ ଲକ୍ ଡାଉନ୍ ଥିବା ଯୋଗୁଁ ଜଙ୍ଗଲ ଜାତ ଦ୍ରବ୍ୟ ଅଲୋଡା ହୋଇଗଲା । ଏବଂ ଦୁଃଖୀକୁ ମିଳୁଥିବା ମୁଠାଏ ଦାନା ମଧ୍ୟ ବନ୍ଦ ହୋଇଗଲା । ତେବେ ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଦୁଃଖୀ ଜାନୀଙ୍କର ମୃତ୍ୟୁ ହେବାର ତିନିଦିନ ପୂର୍ବରୁ ଭୋକ ଉପାସରେ ଥିଲା । ତେବେ ଭୋକର ବେଦନା ସହି ନପାରି ୨୪ତାରିଖ ଦିନ କଷ୍ଟେମଷ୍ଟେ ନିକଟସ୍ଥ ଜଙ୍ଗଲକୁ ପତ୍ର ସଂଗ୍ରହ କରିବାକୁ ଯାଉଥିବା ବେଳେ ଜଙ୍ଗଲ ପାହାଡରେ ଦୃବଳ ଶରୀର କ୍ଷୀଣ ହୋଇ ଯାଇଥିଲା । ଯାହାଫରେ ଜଙ୍ଗଲରେ ପଡିଯାଇଥିଲେ ଏବଂ ସେଠାରେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଦୁଃଖୀର ପରିବାର ଲୋକ କେହି ନଥିବାରୁ ଗ୍ରାମବାସୀମାନେ ଶବଦାହ ନକରି ଜଙ୍ଗଲରେ ଗାତ ଖୋଳି ପୋତି ଦେଇଥିଲେ । ତେବେ ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ବ୍ଲକ୍ ଅଧିକାରୀଙ୍କୁ କୌଣସି ତଦନ୍ତ କରିବାର ନିର୍ଦ୍ଦେଶ ମିଳିନଥିବା ବେଳେ ବ୍ଲକ୍ ଅଧିକାରୀ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଯାଇ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଥିଲେ । ଯେଉଂଥିରେ କି ଲେଖା ଥିଲା, ଦୁଃଖୀ ଜାନୀକୁ ରାସନ କାର୍ଡ ଅଛି ଏବଂ ତାଙ୍କୁ ରାସନ ସାମଗ୍ରୀ ଦିଆଯାଉଛି । ଏବଂ ବର୍ତ୍ତମାନ କୋଭିଡ୍-୧୯ ନିୟମ ଅନୁସାରେ ତିନିମାସର ଚାଉଳ ଏବଂ ହଜାରେ ଟଙ୍କା ଦିଆଯାଇଛି । ଯାହାକି ବ୍ଲକ୍ ଅଧିକାରୀଙ୍କ ମିଥ୍ୟା ରିପୋର୍ଟ ରାଜ୍ୟ ଖାଦ୍ୟ ସୁରକ୍ଷା ୱେବ୍ ସାଇଟ୍ରୁ ଜଣାପଡିଛି । ଦୁଃଖୀ ଜାନୀର ରାସନ କାର୍ଡ କମ୍ପ୍ୟୁଟରେ ଝୁଲୁଥିବା ବେଳେ ବ୍ଲକ୍ ଅଧିକାରୀଙ୍କ ମିଥ୍ୟା ତଦନ୍ତ ଚିଠି ପ୍ରଶାସନର ଅସଲ ମୁଖା ଖୋଲି ଦେଇଛି । ତେବେ ଦୁଃଖୀ ଜାନୀ ଅନାହାରରେ ମୃତ୍ୟୁ ହେବାର ୨୫ଦିନ ଭିତରେ ସ୍ଥାନୀୟ ଗଣମାଧ୍ୟମରେ ୫ଥର ପ୍ରକାଶ ପାଇଲା ପରେ ଜିଲ୍ଲା ପ୍ରଶାସତ ତଥା ନୟାଗଡ଼ ଜିଲ୍ଲାପାଳଙ୍କ ନିଦ ନଭାଙ୍ଗିବାରୁ ଜିଲ୍ଲା କଂଗ୍ରେସ ସଭାପତି ରାଜ୍ୟ ମାନବ ଅଧିକାର ଆୟୋଗଙ୍କ ପାଖରେ ଫେରାଦ ହୋଇଛି । ସେପଟେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଜିଲ୍ଲା ପ୍ରଶାସନର ଅପାରଗତା ପାଇଁ ଦୃଢ ନିନ୍ଦା କରିବା ସହିତ ଅନାହାରରେ ମୃତ୍ୟୁ ହୋଇଥିବା ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସ୍ୱୀକାର କରନ୍ତୁ । ଏବଂ ଏହାର ତଦନ୍ତ କରାଯାଉ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିର ରାଜ୍ୟରେ ଅନାହାର ମୃତ୍ୟୁ ପୁନାରବୃତି ନହେଉ ବୋଲି କହିଛନ୍ତି । ତେବେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ୍ କୁମାର ସାମଲ ନୟାଡ଼ ଜିଲ୍ଲାକୁ ଗସ୍ତ କରିଥିବା ବେଳେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ଅନାହାର ମୃତ୍ୟୁ ଉପରେ ଅଲୋଚନା କରିନଥିବା ନେଇ ବୁଦ୍ଧିଜୀବୀମାନେ ସମାଲୋଚନା କରିଛନ୍ତି ।
